୪୧ ବର୍ଷରେ ସୁସ୍ମିତାଙ୍କୁ ହେଲା ପ୍ରେମ! ଟ୍ୱିଟ୍ କରି କହି ଦେଲେ ଆଇ ଲଭ୍ ୟୁ

ମୁମ୍ବାଇ: ପୂର୍ବତମ ମିସ୍‌ ୟୁନିଭର୍ସ ସୁସ୍ମିତା ସେନଙ୍କୁ ୪୧ ଛୁଇଁଲାଣି। ତଥାପି ସେ କୁଆଁରୀ ଅଛନ୍ତି। ବିବାହ କରି ନାହାନ୍ତି। ଏମିତି ନୁହେଁ ଯେ ତାଙ୍କୁ କେବେ ପ୍ରେମ ହୋଇନି। ସେ ଅନେକ ଥର ପ୍ରେମରେ ପଡ଼ିଛନ୍ତି। କିନ୍ତୁ କୌଣସି ପ୍ରେମ ସଂପର୍କ ବିବାହ ପର୍ଯ୍ୟନ୍ତ ଯାଇନାହିଁ। ତେବେ ଏବେ ପୁଣି ପ୍ରେମରେ ପଡ଼ି ଯାଇଛନ୍ତି ଏହି ବ୍ରହ୍ମାଣ୍ଡ ସୁନ୍ଦରୀ! ତେବେ ଇଏ ସେ ଲଭ୍ ନୁହେଁ ଯାହା ଆପଣ ଭାବୁଛନ୍ତି। ୟେ ହେଉଛି କ୍ରିକେଟ୍ ଲଭ୍। […]

SusmitaSen

Rakesh Mallick
  • Published: Wednesday, 28 June 2017
  • , Updated: 28 June 2017, 12:21 PM IST

ମୁମ୍ବାଇ: ପୂର୍ବତମ ମିସ୍‌ ୟୁନିଭର୍ସ ସୁସ୍ମିତା ସେନଙ୍କୁ ୪୧ ଛୁଇଁଲାଣି। ତଥାପି ସେ କୁଆଁରୀ ଅଛନ୍ତି। ବିବାହ କରି ନାହାନ୍ତି। ଏମିତି ନୁହେଁ ଯେ ତାଙ୍କୁ କେବେ ପ୍ରେମ ହୋଇନି। ସେ ଅନେକ ଥର ପ୍ରେମରେ ପଡ଼ିଛନ୍ତି। କିନ୍ତୁ କୌଣସି ପ୍ରେମ ସଂପର୍କ ବିବାହ ପର୍ଯ୍ୟନ୍ତ ଯାଇନାହିଁ। ତେବେ ଏବେ ପୁଣି ପ୍ରେମରେ ପଡ଼ି ଯାଇଛନ୍ତି ଏହି ବ୍ରହ୍ମାଣ୍ଡ ସୁନ୍ଦରୀ! ତେବେ ଇଏ ସେ ଲଭ୍ ନୁହେଁ ଯାହା ଆପଣ ଭାବୁଛନ୍ତି। ୟେ ହେଉଛି କ୍ରିକେଟ୍ ଲଭ୍।

ନିକଟରେ ଶେଷ ହୋଇଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଭାରତ ହାରି ଯାଇଥିଲେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ହିରୋ ବନି ଯାଇଥିଲେ। ସୁସ୍ମିତା ସେନ୍ ତାଙ୍କ ଉପରେ ପୂରା ଫିଦା ହୋଇ ଯାଇଥିଲେ। ହାର୍ଦ୍ଦିକଙ୍କ ଏନର୍ଜି ତାଙ୍କୁ ବୁହତ ଭଲ ଲାଗିଥିଲା।

ସେ ଟ୍ୱିଟ୍ କରି ଲେଖିଥିଲେ,“ମୋତେ ଭାରତର ଯୁବ ଖେଳାଳିଙ୍କ ଏନର୍ଜି ବହୁତ ଭଲ ଲାଗିଲା। ପାଣ୍ଡ୍ୟାଙ୍କ ୬-୬-୬ ଦେଖିବା ଭଳି ଥିଲା। ଏହା ଖୁବ୍ ମଜାଦାର ଅନୁଭୂତି ଥିଲା। ମୁଁ ଚାହୁଁଥିଲି ସେ ଶତକ ମାରନ୍ତୁ। ଆଇ ଲଭ୍ ୟୁ ପାଣ୍ଡ୍ୟା। ଭଲ ଖେଳିଲ।”

ସୁସ୍ମିତାଙ୍କ ଏହି ଟ୍ୱିଟ୍ ଦେଖି ହାର୍ଦ୍ଦିକଙ୍କ ହାରିବାର ଦୁଃଖ ଦୂର ହୋଇଯାଇଥିବ!

Related story