ମେ’୨୪ରେ ଆସିବ ‘ସୁଲତାନ୍‌’ର ଟ୍ରେଲର

Sultan-movie-trailerମୁମ୍ବାଇ: ‘ବଜରଙ୍ଗୀ ଭାଇଜାନ’ ଷ୍ଟାର ସଲମାନ୍‌ ଖାନ ଓ ‘ରବ ନେ ବନି ଦି ଯୋଡି’ ଷ୍ଟାର ଅନୁଷ୍କା ଶର୍ମାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୁଲତାନ୍‌’ର ଟ୍ରେଲର ମେ’ ୨୪ରେ ୱାର୍ଲ୍ଡ ୱାଇଡ୍ ରିଲିଜ୍‌ ହେବ। ଏନେଇ ପୁରା ଟିମ୍‌ ବେଶ୍‌ ଉତ୍ସାହିତ ରହିଛନ୍ତି।

ଫିଲ୍ମର ପ୍ରଥମ ଟିଜରରେ ସଲମାନ୍‌ ଖାନ୍‌ ଏକ ଭିନ୍ନ ଚରିତ୍ରକୁ ଆପଣେଇଥିବା ଦେଖିବାକୁ ମିଳିଥିଲା। ସଲମାନ୍‌ ‘ସୁଲତାନ୍‌ ଅଲ୍ଲୀ ଖାନ୍‌’ ଭାବେ ଆଖଡାକୁ କୁସ୍ତି କରିବାକୁ ଯାଉଥିବା ଏହି ଟିଜରରେ ଦେଖିବାକୁ ମିଳିଥିଲା। ଏହି ଟିଜରଟି ସୋସିଆଲ୍‌ ମିଡଆରେ ଭାଇରାଲ ହୋଇଥିଲା। ଏହାକୁ ୧୭,୬୫୩,୨୧୯ ଦର୍ଶକ ଦେଖିସାରିଛନ୍ତି।

ଏହି ଫିଲ୍ମର ଦ୍ୱିତୀୟ ଟିଜରରେ ଅନୁଷ୍କା ଶାର୍ମା ମଧ୍ୟ ଭିନ୍ନ ଚରିତ୍ରରେ ନଜରକୁ ଆସିଛନ୍ତି। ଏହି ଫିଲ୍ମରେ ତାଙ୍କ ନାମ ରହିଛି ଆର୍ଫା। ସେ ଜଣେ କୁସ୍ତିଯୋଦ୍ଧା ଭାବେ ନଜରକୁ ଆସିଛନ୍ତି। ଏହା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଟିଜରକୁ ଏଯାବତ ୬,୨୭୯,୩୫୩ ଜଣ ଦର୍ଶକ ଦେଖି ସାରିଲେଣି।

ଏଥିରେ ସୁଲତାନଙ୍କ କୋଚ୍‌ ଭୂମିକାରେ ଦେଖିବାକୁ ମିଳିବ ‘ସରବଜିତ’ଷ୍ଟାର ରଣଦୀପ ହୁଡାଙ୍କୁ।

ଅଲ୍ଲୀ ଆବ୍ବାସ୍‌ ଜାଫର ‘ସୁଲତାନ୍‌’ର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି ଆଦିତ୍ୟ ଚୋପ୍ରା।

ଏହା ଜୁଲାଇ ୬ରେ ବି-ଟାଉନ୍‌କୁ ଆସିବ।