ମୁମ୍ୱାଇ: ଡିମ୍ପଲ୍ ଗାର୍ଲ ପ୍ରୀତି ଜିଣ୍ଟା ତାଙ୍କ ସ୍ୱାମୀ ଜେନି ଗୁଡନଫଙ୍କ ସହ ତାଜମହଲ ବୁଲି ଦେଖୁଛନ୍ତି। ସେମାନଙ୍କ ସହ ପ୍ରୀତିଙ୍କ ମା’ ଓ ଶାଶୂ-ଶଶୁରଙ୍କ ମଧ୍ୟ ଅଛନ୍ତି। ତାଜମହଲ ବୁଲିବା ସହ ପ୍ରୀତି ଅନେକ ସେଲଫି ଉଠାଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।
ପ୍ରତୀଙ୍କୁ ଦେଖିବାକୁ ତାଜମହଲ ପରିସରରେ ଥିବା ଅନ୍ୟ ପର୍ଯ୍ୟଟକମାନେ ବେଶ ଉତ୍ସାହିତ ହୋଇପଡିଥିଲେ। ଏପରି କି କିଛି ପର୍ଯ୍ୟଟକ ପ୍ରୀତିଙ୍କ ସହ ଫଟୋ ଉଠାଇବାକୁ ଭିଡ ଜମାଇଥିଲେ।
ପ୍ରୀତି କହିଛନ୍ତି, “ପୂର୍ବରୁ ଏକ ଫିଲ୍ମ ଶୁଟିଂ ପାଇଁ ମୁଁ ତାଜମହଲ ଆସିଥିଲି। ହେଲେ ପ୍ରଥମ ଥର ପାଇଁ ପରିବାର ସହ ବୁଲିବାକୁ ଆସିଛି।”
ପ୍ରାୟ ଏକ ବର୍ଷ ହେବ ପ୍ରୀତି ତାଙ୍କ ୟୁଏସ୍ ବଏଫ୍ରେଣ୍ଡ ଜେନି ଗୁଡନଫଙ୍କୁ ଡେଡିଂ କରୁଥିଲେ। ଚଳିତବର୍ଷ ଫେବୃଆରୀ ୨୯ରେ ସେମାନଙ୍କ ବିବାହ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଅଭିନେତ୍ରୀ ପୁନମ ଢ଼ିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।
Entertainment
ଜାନୁଆରୀ ୨୪ରେ ଆସୁଛି 'ସ୍କାଏ ଫୋର୍ସ', ବଡ଼ ପରଦାରେ ୧୯୬୫ ଭାରତ-ପାକ୍ ଯୁଦ୍ଧର ଅକୁହା କାହାଣୀ
ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବେ ଅକ୍ଷୟ କୁମାର। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।
Bollywood
ରାସ୍ତା ମଝିରେ ଅଭିନେତାଙ୍କୁ ଆକ୍ରମଣ, ଛୁରାମାଡ଼ କଲେ ଦୁର୍ବୃତ୍ତ
ଅଭିନେତାଙ୍କୁ ପ୍ରଥମେ ଛୁରୀରେ ତା'ପରେ ଲୁହା ରଡ୍ରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।
National
ହାଇଦ୍ରାବାଦ ଦଳାଚକଟା ଘଟଣା: ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ
୪ ଡିସେମ୍ବରରେ ଘଟିଥିବା ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୧୩ ତାରିଖରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ହାଇଦ୍ରାବାଦ ପୁଲିସ।