କିପରି ବିବାହ ଚାହୁଁଛନ୍ତି ତାପସୀ, କହିଲେ ମନର କଥା

ମୁମ୍ବାଇ: ନିଜ ବିବାହକୁ ଜାକଜମକରେ ପାଳନ କରିବା ପାଇଁ ବଲିଉଡ ଅଭିନେତା, ଅଭିନେତ୍ରୀଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲିଛି। ହେଲେ ଏହି ରେସ୍‌ରୁ ଦୂରରେ ରହିବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି ବଲିଉଡର ଟାଲେଣ୍ଟେଡ ଓ ବିୟୁଟିଫୁଲ ଅଭିନେତ୍ରୀ ତାପସୀ ପନ୍ନୁ । ଏପରିକି ଏକ ଡ୍ରାମାମୁକ୍ତ ବିବାହ କାର୍ଯ୍ୟକ୍ରମ ଚାହୁଁଥିବା  ତାପସୀ ନିଜ ସ୍ପେଶାଲ ଡେ’କୁ ଗୋଟିଏ ଦିନରେ ହିଁ ସୀମିତ ରଖିବାକୁ ଯୋଜନା କରିଛନ୍ତି।

ବଲିଉଡ ଗସିପ ମୁତାବକ, ତାପସୀ କିଛି ଦିନ ହେବ ବ୍ୟାଡମିଣ୍ଟନ୍ ପ୍ରଶିକ୍ଷକ ମାଥିଆସ୍ ବୋଇଙ୍କୁ ଡେଟ କରୁଛନ୍ତି। ବଲିଉଡରେ କାହା ସହ ରୋମାନ୍ସରେ ମାତିବା ଅପେକ୍ଷା ବଲିଉଡ ବାହାରେ ନିଜ ପ୍ରେମିକ ଠିକ୍‌ କରିଛନ୍ତି ତାପସୀ। ଏହାଦ୍ୱାରା ମିଡିଆ ଆଢୁଆଳରେ ରହିହେବ ଓ ବି-ଟାଉନ୍‌ ଗସିପରୁ ନିଜ ସମ୍ପର୍କକୁ ଦୂରେଇ ରଖିହେବ ବୋଲି  ଏକ ପତ୍ରିକାକୁ ସାକ୍ଷାତକାର ଦେଇ କହିଛନ୍ତି ତାପସୀ। ଏହାଦ୍ୱାରା ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ଅଲଗା ରଖିହେବ ବୋଲି କହିଛନ୍ତି ତାପସୀ ।

taapsee-pannu
ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ।

ଏବେ ବଲିଉଡ ସେଲିବ୍ରିଟି ଦେଶ ତଥା ଦେଶ ବାହାରେ ଡେଷ୍ଟିନେସନ ୱେଡିଂ କରିବାକୁ ପାଣି ପରି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ଉତ୍ସବ ସପ୍ତାହ ବ୍ୟାପୀ ଲାଗି ରହୁଛି। ହେଲେ ଏହି ଟ୍ରେଣ୍ଡରୁ ବାହାରେ  ଥିବା ତାପସୀ  ଡ୍ରାମା ମୁକ୍ତ ପ୍ରେମ ଚାହୁଁଥିବା କହିଛଛି। ମୋ’ ଜୀବନର ସ୍ପେଶାଲ ଦିନଟି  ନୃତ୍ୟ ଓ ଖାଦ୍ୟରେ ପ୍ୟାକ୍ ହେବା ଉଚିତ । ଏହି ଉତ୍ସବ କେବଳ ଗୋଟିଏ ଦିନରେ ସୀମିତ ହେବା ଆବଶ୍ୟକ ବୋଲି କହିଛନ୍ତି ତାପସୀ ।

ଯେଉଁମାନେ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଓ ନିକଟତର ସେମାନଙ୍କ  ଜନ୍ମଦିନରେ ମୁଁ  ସୋଶାଲ ମିଡିଆରେ ଫଟୋ ଓ ଭିନ୍ନ ମେସେଜ ଶେଆର କରେ। ସେହିପରି ମାଥିଆସ୍‌ଙ୍କ ପାଇଁ ମଧ୍ୟ ମୋ ଭାବନା ସମାନ ଥିବା କହିଛନ୍ତି ତାପସୀ। ଉଭୟ ଏବେ ଡେଟ କରୁଥିବା ବେଳେ କେବେ ବିବାହ କରିବେ ସେ ନେଇ ପାଟି ଫିଟାଉ ନାହାନ୍ତି ତାପସୀ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।