କ’ଣ ଏଥିପାଇଁ ବିବାହ କରିନାହାଁନ୍ତି ତବୁ?

ମୁମ୍ବାଇ: ଆଉ ଦୁଇ ଦିନ ପରେ ୪୬ ବର୍ଷରେ ପାଦ ଥାପିବେ ବଲିଉଡ୍ ଅଭିନେତ୍ରୀ ତବୁ।  କିନ୍ତୁ ଏଯାଏଁ ସେ ବିବାହ କରି ନାହାଁନ୍ତି। ସେ ବିବାହ ନକରିବା ପଛର ପ୍ରକୃତ କାରଣ କାହାକୁ ଜଣାନାହିଁ। ସେ ମଧ୍ୟ ଖୋଲିକି କେବେ ଏକଥା ପ୍ରକାଶ କରିନାହାଁନ୍ତି। ତେବେ ମିଡିଆରେ ଅନେକଥର ଚର୍ଚ୍ଚା ହୋଇଛି ଯେ ଅଜୟ ଦେବଗନଙ୍କ ପାଇଁ ସେ ବିବାହ କରି ନାହାଁନ୍ତି। କୁହାଯାଏ ଅଜୟ ଦେବଗନ୍‌ଙ୍କ ସହ ତାଙ୍କର ଆଫେୟାର ଥିଲା। କିନ୍ତୁ ଅଜୟ […]

tabu

Rakesh Mallick
  • Published: Thursday, 02 November 2017
  • , Updated: 02 November 2017, 09:17 AM IST

ମୁମ୍ବାଇ: ଆଉ ଦୁଇ ଦିନ ପରେ ୪୬ ବର୍ଷରେ ପାଦ ଥାପିବେ ବଲିଉଡ୍ ଅଭିନେତ୍ରୀ ତବୁ।  କିନ୍ତୁ ଏଯାଏଁ ସେ ବିବାହ କରି ନାହାଁନ୍ତି। ସେ ବିବାହ ନକରିବା ପଛର ପ୍ରକୃତ କାରଣ କାହାକୁ ଜଣାନାହିଁ। ସେ ମଧ୍ୟ ଖୋଲିକି କେବେ ଏକଥା ପ୍ରକାଶ କରିନାହାଁନ୍ତି। ତେବେ ମିଡିଆରେ ଅନେକଥର ଚର୍ଚ୍ଚା ହୋଇଛି ଯେ ଅଜୟ ଦେବଗନଙ୍କ ପାଇଁ ସେ ବିବାହ କରି ନାହାଁନ୍ତି। କୁହାଯାଏ ଅଜୟ ଦେବଗନ୍‌ଙ୍କ ସହ ତାଙ୍କର ଆଫେୟାର ଥିଲା। କିନ୍ତୁ ଅଜୟ କାଜୋଲଙ୍କୁ ବିବାହ କରିଥିଲେ ଓ ତବୁ ନିଜ ପାଇଁ କୌଣସି ଯୋଗ୍ୟ ପିଲା ନପାଇ ସିଙ୍ଗିଲ୍‌ ରହିଯାଇଥିଲେ। ତେବେ ଏବେ ସେ ବିବାହ ନକରିବା ପଛର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଅବଶ୍ୟ ଏହା କେତେ ସତ ତାହା ଜଣା ନାହିଁ।

ମିଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ସାଉଥ୍ ସୁପରଷ୍ଟାର ନାଗାର୍ଜୁନଙ୍କ ସହିତ ତବୁଙ୍କର ଆଫେୟାର ଚାଲିଥିଲା। ଦୁହେଁ ପ୍ରାୟ ୧୫ ବର୍ଷ ଧରି ରିଲେସନ୍‌ସିପ୍‌ରେ ଥିଲେ। ନାଗାର୍ଜୁନ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ତବୁ ତାଙ୍କୁ ବାହା ହେବାକୁ ଚାହିଁନଥିଲେ। କାରଣ ସେତେବେଳକୁ ନାଗାର୍ଜୁନ ଦୁଇଥର ବିବାହ କରିସାରିଥିଲେ। ତବୁ ତାଙ୍କୁ ତୃତୀୟଥର ବିବାହ କରିବାକୁ ଚାହୁଁନଥିଲେ। ସେଥିପାଇଁ ସେ ଆଜି ପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି।

Related story