ଓଡ଼ିଆ ଫିଲ୍ମ ଜଗତରେ ଟ୍ରେଣ୍ଡ ସେଟ୍ କରିବ ତରଙ୍ଗ: ୫ଟି କଥା ଯାହା କେବେ ହୋଇନଥିଲା

ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀରେ ଯାହା କେବେ ବି ହୋଇନଥିଲା ତାହା ଏବେ ହେବ ତରଙ୍ଗ ବ୍ୟାନର ତଳେ। ସିଜିନ୍ ଗୋଟିଏ, ବ୍ୟାନର ଗୋଟିଏ, ଷ୍ଟାରକାଷ୍ଟ ଓ କାହାଣୀ ଭିନ୍ନ। ଏଥର ରଜରେ ତରଙ୍ଗ ସିନେ ପ୍ରଡକ୍ସନ ଗୋଟିଏ ବ୍ୟାନରରେ ଦୁଇ ଦୁଇଟି ଫିଲ୍ମ ରିଲିଜ୍ କରିବାକୁ ଯାଉଛି। ମୁହାଁମୁହିଁ ହେବେ ଅନୁଭବ ଓ ବାବୁସାନ। ତେବେ ଆପଣ ଜାଣିଛନ୍ତି କି, ଏଥର ଏହି ପ୍ରଯୋଜନା ସଂସ୍ଥା କିଛି ନୂଆ ଟ୍ରେଣ୍ଡ ସୃଷ୍ଟି କରିବାକୁ ଯାଉଛି।     […]

Rajo-Movies

Rakesh Mallick
  • Published: Saturday, 03 June 2017
  • , Updated: 03 June 2017, 03:15 PM IST

ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀରେ ଯାହା କେବେ ବି ହୋଇନଥିଲା ତାହା ଏବେ ହେବ ତରଙ୍ଗ ବ୍ୟାନର ତଳେ। ସିଜିନ୍ ଗୋଟିଏ, ବ୍ୟାନର ଗୋଟିଏ, ଷ୍ଟାରକାଷ୍ଟ ଓ କାହାଣୀ ଭିନ୍ନ। ଏଥର ରଜରେ ତରଙ୍ଗ ସିନେ ପ୍ରଡକ୍ସନ ଗୋଟିଏ ବ୍ୟାନରରେ ଦୁଇ ଦୁଇଟି ଫିଲ୍ମ ରିଲିଜ୍ କରିବାକୁ ଯାଉଛି। ମୁହାଁମୁହିଁ ହେବେ ଅନୁଭବ ଓ ବାବୁସାନ। ତେବେ ଆପଣ ଜାଣିଛନ୍ତି କି, ଏଥର ଏହି ପ୍ରଯୋଜନା ସଂସ୍ଥା କିଛି ନୂଆ ଟ୍ରେଣ୍ଡ ସୃଷ୍ଟି କରିବାକୁ ଯାଉଛି।    

-ପ୍ରଥର ଥର ପାଇଁ ଗୋଟିଏ ପ୍ରଯୋଜନା ସଂସ୍ଥା ଏକାସଙ୍ଗରେ ଏକା ଦିନରେ ଦୁଇଟି ଫିଲ୍ମ ରିଜିଜ୍ କରୁଛି। ତରଙ୍ଗ ସିନେ ପ୍ରଡକ୍ସନ ଏଥର ରଜରେ ଓଡିଆ ଫିଲ୍ମ ଅଭୟ ଓ ସିଷ୍ଟର ଶ୍ରୀଦେବୀ ପରଦାକୁ ଆଣୁଛି।

-ପ୍ରଥମ ଥର ପାଇଁ କୌଣସି ଓଡ଼ିଆ ଫିଲ୍ମ କଶ୍ମୀରର ଲେ ଲଦାଖରେ ସୁଟିଂ ହୋଇଛି। ଅଭୟ ଫିଲ୍ମର ଏହି ରୋମାଣ୍ଟିକ୍ ଗୀତ ଫିଲ୍ମ ରିଲିଜ୍ ପୂର୍ବରୁ ବେଶ୍ ଲୋକପ୍ରିୟ ହୋଇ ପାରିଛି। ବରଫ ପାହାଡ଼ ଉପରେ ଅଭିନେତା ଅନୁଭବ ଚୁଲବୁଲି ଏଲିନାଙ୍କ ସହ ରୋମାନସ କରିଛନ୍ତି।

-ତରଙ୍ଗ ସିନେ ପ୍ରଡକ୍ସନର ଅନ୍ୟତମ ଫିଲ୍ମ ସିଷ୍ଟର ଶ୍ରୀଦେବୀ ଓଡିଆ ଦର୍ଶକଙ୍କ ପାଇଁ ସଂପୂର୍ଣ୍ଣ ଭିନ୍ନ ଅନୁଭୂତି ଆଣି ଦେବ। କାରଣ ଏହି ଫିଲ୍ମ ଜରିଆରେ ବାବୁସାନ ଜଣେ ନାରୀ ବେଶରେ ପରଦାକୁ ଆସୁଛନ୍ତି। ପ୍ରଥର ଶେଷ ପର୍ଯ୍ୟନ୍ତ ସେ ନାରୀ ବେଶରେ ରହିଛନ୍ତି। ଫିଲ୍ମର ଏକ ଆଇଟମ୍ ନମ୍ୱର ଏବେ ଭାଇରାଲ୍ ହେଲାଣି।

-ପ୍ରଥମ ଥର ପାଇଁ ସିଙ୍ଗିଙ୍ଗ ସେନସେସନ୍ ଋତୁରାଜ ଓଡିଆ ଫିଲ୍ମରେ କଣ୍ଠଦାନ କରିଛନ୍ତି। ସିଷ୍ଟର ଶ୍ରୀଦେବୀରେ ସେ ଗୀତ ଗାଇଛନ୍ତି। ଯାହାର ଅଡିଓ ରିଲିଜ୍ ହେଉ ହେଉ ହିଟ୍ ହୋଇଛି।

-ସିଷ୍ଟର ଶ୍ରୀଦେବୀରେ ଜଣେ ଶିଶୁ କଳାକାର ପ୍ରଥମ ଥର ପାଇଁ ବାବୁସାନଙ୍କ ବିପକ୍ଷରେ ହିରୋଇନ୍ ହୋଇଥିବା ବେଳେ ଫିଲ୍ମ ଅଭୟରେ ବଲିଉଡର ଭିଲେନ କାମରାଜଙ୍କୁ ଓଡ଼ିଆ ଦର୍ଶକ ଦେଖିବାକୁ ପାଇବେ।

 

 

Related story