ଶ୍ୱେତଲାନା ଶ୍ରେଷ୍ଠ ଟେଲି ଅଭିନେତ୍ରୀ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭୁବନେଶ୍ୱରର ଉତ୍କଳ ମଣ୍ଡପରେ ଗତକାଲି ଅନୁଷ୍ଠିତ ହୋଇଯାଇଛି ପଞ୍ଚମ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ ଉତ୍ସବ। ମୋଟ ୧୭ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର, ଧାରାବାହିକ, ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ, ଖଳନାୟକ, ଖଳନାୟିକା, ହାସ୍ୟ ଅଭିନେତା ଓ ହାସ୍ୟ ଅଭିନେତ୍ରୀଙ୍କ ସହିତ ଟେକ୍ନିସିଆନମାନଙ୍କୁ ପୁରସ୍କୃତ କରାଯାଇଛି। ‘ତରଙ୍ଗ’ରେ ପ୍ରସାରିତ ଧାରାବାହିକ ACP ନିକିତାକୁ ୨ଟି ପୁରସ୍କାର ମିଳିଛି। ଏହି ଧାରାବାହିକରେ ଅଭିନୟ ପାଇଁ ଶ୍ୱେତଲାନା ଭଟ୍ଟାଚାର୍ଯ୍ୟଙ୍କୁ ଶ୍ରେଷ୍ଠ […]

xwd

Rakesh Mallick
  • Published: Thursday, 21 December 2017
  • , Updated: 21 December 2017, 03:32 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭୁବନେଶ୍ୱରର ଉତ୍କଳ ମଣ୍ଡପରେ ଗତକାଲି ଅନୁଷ୍ଠିତ ହୋଇଯାଇଛି ପଞ୍ଚମ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ ଉତ୍ସବ। ମୋଟ ୧୭ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର, ଧାରାବାହିକ, ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ, ଖଳନାୟକ, ଖଳନାୟିକା, ହାସ୍ୟ ଅଭିନେତା ଓ ହାସ୍ୟ ଅଭିନେତ୍ରୀଙ୍କ ସହିତ ଟେକ୍ନିସିଆନମାନଙ୍କୁ ପୁରସ୍କୃତ କରାଯାଇଛି। ‘ତରଙ୍ଗ’ରେ ପ୍ରସାରିତ ଧାରାବାହିକ ACP ନିକିତାକୁ ୨ଟି ପୁରସ୍କାର ମିଳିଛି। ଏହି ଧାରାବାହିକରେ ଅଭିନୟ ପାଇଁ ଶ୍ୱେତଲାନା ଭଟ୍ଟାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ ଯାଜ୍ଞସେନୀ ପ୍ରଧାନଙ୍କୁ ଶ୍ରେଷ୍ଠ ଖଳନାୟିକା ଭାବେ ମିଳିଛି ପୁରସ୍କାର ।

ଗତକାଲି ସଂଧ୍ୟାରେ ଏକ ରଙ୍ଗାରଙ୍ଗ ଉତ୍ସବରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରିଥିଲେ। ବିଭିନ୍ନ ଚ୍ୟାନାଲରେ ପ୍ରସାରିତ ଧାରାବାହିକର କଳାକାର ଓ ଟେକ୍ନିସିଆନଙ୍କୁ ପୁରସ୍କୃତ କରି ରାଜ୍ୟ ସ୍ତରରେ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୫ବର୍ଷ ହେଲା ଏହି ପୁରସ୍କାର ପ୍ରଦାନ ଉତ୍ସବର ଆୟୋଜନ କରିଆସୁଛନ୍ତି।

Related story