ବାହା ହେଲେ ଶାହୀର ଶେଖ୍!

ମୁମ୍ବାଇ: ଟେଲିଭିଜନ୍ ଷ୍ଟାର ଶାହୀର ଶେଖ୍‌ଙ୍କ ବାହାଘର ଶେଷ ହୋଇଯାଇଛି। ତାଙ୍କ ପତ୍ନୀଙ୍କ ନାଁ ରୁଚିକା କପୁର। ଏକ ରିପୋର୍ଟ ଅନୁଯାୟୀ, କିଛି ଦିନ ତଳେ ସେମାନେ କୋର୍ଟରେ ବାହା ହୋଇଥିଲେ। ବାହାଘର ପରେ ଶାହୀର ଓ ରୁଚିକା ଜମ୍ମୁ ଯାଇଥିଲେ। ସେଠାରେ ଶାହୀରଙ୍କ ବାପାମା’ ରହନ୍ତି। ସେମାନଙ୍କ ଆର୍ଶୀବାଦ ପାଇବା ପରେ ଦୁହେଁ ପୁଣି ମୁମ୍ବାଇ ଫେରି ଆସିଥିଲେ। ମୁମ୍ବାଇରେ ସେମାନେ ରୁଚିକାଙ୍କ ଘରେ ଆୟୋଜିତ ଏକ ଛୋଟ ପାର୍ଟିରେ ସାମିଲ ହୋଇଥିଲେ। କିନ୍ତୁ ଶାହୀର […]

shaheer

shaheer

Jitendra Garnayak
  • Published: Friday, 27 November 2020
  • Updated: 27 November 2020, 11:17 AM IST

Sports

Latest News

ମୁମ୍ବାଇ: ଟେଲିଭିଜନ୍ ଷ୍ଟାର ଶାହୀର ଶେଖ୍‌ଙ୍କ ବାହାଘର ଶେଷ ହୋଇଯାଇଛି। ତାଙ୍କ ପତ୍ନୀଙ୍କ ନାଁ ରୁଚିକା କପୁର। ଏକ ରିପୋର୍ଟ ଅନୁଯାୟୀ, କିଛି ଦିନ ତଳେ ସେମାନେ କୋର୍ଟରେ ବାହା ହୋଇଥିଲେ।

ବାହାଘର ପରେ ଶାହୀର ଓ ରୁଚିକା ଜମ୍ମୁ ଯାଇଥିଲେ। ସେଠାରେ ଶାହୀରଙ୍କ ବାପାମା’ ରହନ୍ତି। ସେମାନଙ୍କ ଆର୍ଶୀବାଦ ପାଇବା ପରେ ଦୁହେଁ ପୁଣି ମୁମ୍ବାଇ ଫେରି ଆସିଥିଲେ। ମୁମ୍ବାଇରେ ସେମାନେ ରୁଚିକାଙ୍କ ଘରେ ଆୟୋଜିତ ଏକ ଛୋଟ ପାର୍ଟିରେ ସାମିଲ ହୋଇଥିଲେ। କିନ୍ତୁ ଶାହୀର କି ରୁଚିକା ଏଯାଏ ଏନେଇ ମୁହଁ ଖୋଲି ନାହାନ୍ତି।

କୋର୍ଟରେ ବାହା ହୋଇସାରିଥିବା ଶାହୀର ଓ ରୁଚିକା ୨୦୨୧ ଜୁନ୍ ମାସରେ ପାରଂପରିକ ରୀତିନୀତିରେ ପୁଣି ଥରେ ବିବାହ କରିବେ ବୋଲି ଜଣାପଡ଼ିଛି।

ରୁଚିକା ହେଉଛନ୍ତି ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ମସର ଫିଲ୍ମ ଡିଭିଜନ୍‌ର ମୁଖ୍ୟ। ଏହା ସହିତ ସେ ଏକତାଙ୍କର ଜଣେ ଭଲ ବନ୍ଧୁ ମଧ୍ୟ।

ଶାହୀର ଶେଖ୍ ‘ମହାଭାରତ’ ସିରିଏଲ୍‌ରେ ଅର୍ଜୁନ୍ ଭୂମିକାରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଥିଲେ। ‘କୁଛ୍ ରଙ୍ଗ୍ ପ୍ୟାର୍‌ କେ ଐସେ ଭି’, ‘ନାବ୍ୟା… ନୟେ ଧଡ଼କନ୍ ନୟେ ସବାଲ୍‌’ ଭଳି ଧାରାବାହିକରେ ସେ କାମ କରିଛନ୍ତି।

ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମ ସପ୍ତାହରେ ଶାହୀର ଏକ ସୋଶାଲ୍ ମିଡିଆ ପୋଷ୍ଟରେ ପ୍ରଥମ ଥର ତାଙ୍କ ରିଲେସନ୍‌ଶିପ୍‌ ବିଷୟରେ ଘୋଷଣା କରିଥିଲେ। ଏହା ସହିତ ରୁଚିକାଙ୍କ ସହିତ ତାଙ୍କର ଫଟୋ ବି ଶେଆର କରିଥିଲେ। ଏହା ପରେ ତାଙ୍କ ବାହାଘର ନେଇ ଜୋରସୋର ଆଲୋଚନା ହୋଇଥିଲା। ଅବଶ୍ୟ ସେତେବେଳେ ବି ଶାହୀର କି ରୁଚିକା ଏନେଇ କିଛି କହି ନଥିଲେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos