ଟେଲି କଳାକାରଙ୍କ ରୋଜଗାର ବଲିଉଡ଼ ହିରୋ ହିରୋଇନଙ୍କ ଠାରୁ ଅଧିକ

ମୁମ୍ବାଇ: ବି-ଟାଉନ ହିରୋ ହରୋଇନଙ୍କ କ୍ରେଜ କହିଲେ ନ ସରେ। ଗୋଟେ ଗୋଟେ ଫିଲ୍ମ ପାଇଁ ଏମାନେ ବହୁ ଅର୍ଥ ନେଇଥାନ୍ତି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବ ଭାରତର ଏପରି କିଛି ଟେଲିଭିଜନ ଅଭିନେତ୍ରୀ, ଅଭିନେତା ଅଛନ୍ତି ଯେଉଁମାନଙ୍କ ରୋଜଗାର ବଲିଉଡ଼ ହିରୋ ହିରୋଇନଙ୍କ ଠାରୁ କୌଣସି ଗୁଣରେ କମ ନୁହେଁ। ୨୦୧୭ରେ ସବୁଠି ଅଧିକ ପାଉଣ ପାଉଥିବା ଟେଲିଭିଜନ ସେଲିବ୍ରେଟିଙ୍କ ଭିତରେ ଅଧିକାଂଶ ହିନ୍ଦୀ ଧାରାବାହିକର ନାୟକ ଓ ନାୟିକା। ଆସନ୍ତୁ ଜାଣିବା ଭାରତରେ କେଉଁ ଟେଲିଭିଜନ ଦୁନିଆର […]

tv-actors

Rakesh Mallick
  • Published: Friday, 07 April 2017
  • , Updated: 07 April 2017, 10:32 PM IST

ମୁମ୍ବାଇ: ବି-ଟାଉନ ହିରୋ ହରୋଇନଙ୍କ କ୍ରେଜ କହିଲେ ନ ସରେ। ଗୋଟେ ଗୋଟେ ଫିଲ୍ମ ପାଇଁ ଏମାନେ ବହୁ ଅର୍ଥ ନେଇଥାନ୍ତି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବ ଭାରତର ଏପରି କିଛି ଟେଲିଭିଜନ ଅଭିନେତ୍ରୀ, ଅଭିନେତା ଅଛନ୍ତି ଯେଉଁମାନଙ୍କ ରୋଜଗାର ବଲିଉଡ଼ ହିରୋ ହିରୋଇନଙ୍କ ଠାରୁ କୌଣସି ଗୁଣରେ କମ ନୁହେଁ। ୨୦୧୭ରେ ସବୁଠି ଅଧିକ ପାଉଣ ପାଉଥିବା ଟେଲିଭିଜନ ସେଲିବ୍ରେଟିଙ୍କ ଭିତରେ ଅଧିକାଂଶ ହିନ୍ଦୀ ଧାରାବାହିକର ନାୟକ ଓ ନାୟିକା। ଆସନ୍ତୁ ଜାଣିବା ଭାରତରେ କେଉଁ ଟେଲିଭିଜନ ଦୁନିଆର ଅଭିନେତ୍ରୀ ଓ ଅଭିନେତା ଅଧିକ ଅର୍ଥ ଉପାର୍ଜନ କରୁଛନ୍ତି ।

ଦିବ୍ୟାଙ୍କା ତ୍ରିପାଠୀ: ବହୁ କମ ସମୟ ଭିତରେ ନିଜର ଅଭିନୟ ଯାଦୁରେ ଦିବ୍ୟାଙ୍କ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଜଣେ ସଫଳ ଅଭିନେତ୍ରୀ ଭାବେ ନିଜକୁ ସ୍ଥାପିତ କରିପାରିଛନ୍ତି । ଏହି ସୁନ୍ଦରୀ ଜଣଙ୍କ ‘ମହୋବତେ’ ଧାରାବାହିକରେ ଲିଡ ରୋଲରେ ଅଛନ୍ତି। ଏଥିପାଇଁ ପ୍ରତ୍ୟେକ ଏପିସୋଡ଼ ପାଇଁ ସେ ୧ଲକ୍ଷ ଟଙ୍କା ନେଉଛନ୍ତି।

ଅଙ୍କିତା ଲୋଖଣ୍ଡେ: ଏହି ସୁନ୍ଦରୀ ନିଜର ଅଭିନୟ ଯାଦୁରେ ଅନେକ ଦିନ ଧରି ଟିଭି ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି,  ସେ ଧାରାବାହିକରେ ସୁଟିଂ ପାଇଁ ପ୍ରତ୍ୟେକ ଏପିସୋଡ୍‌ ପିଛା ୯୦ ହଜାରରୁ ୧.୧୫ ଲକ୍ଷ ପର୍ଯ୍ୟନ୍ତ ପାଉଣା ନେଉଛନ୍ତି।

ହିନା ଖାନ୍‌: ଏହି ସୁନ୍ଦରୀ ଟେଲିଭିଜନ ଦୁନିଆର ସବୁଠୁ ଅଧିକ ଅର୍ଥ ଉପାର୍ଜନ କରୁଥିବା ଅଭିନେତ୍ରୀ ପାଲଟିଛନ୍ତି। ‘ଏ ରିସ୍ତା କ୍ୟା କେହଲାତା ହେ’ ଧାରାବାହିକ ପାଇଁ ସେ ୧ ଲକ୍ଷରୁ ୧.୨୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପ୍ରତ୍ୟେକ ଏପିସୋଡରେ ନେଉଥିଲେ। ଖୁବ୍‌ଶୀଘ୍ର କଲର୍ସରେ ପ୍ରସାରିତ ହେବାକୁ ଥିବା ନୂଆ ଧାରାବାହିକ ‘ଚନ୍ଦ୍ରକାନ୍ତ’ରେ ଦେଖାଦେବେ। ଏଥିପାଇଁ ସେ ବହୁ ଅଧିକ ଟଙ୍କା ପାରିଶ୍ରମିକ ମାଗି ଥିବା ଶୁଣାଯାଉଛି।

କରଣ ପଟେଲ: ଏହି ହ୍ୟାଣ୍ଡସମ ଅଭିନେତା ଲୋକପ୍ରିୟ ଧାରାବାହିକ ‘ମହୋବତେ’ର ଅଭିନୟ କରୁଛନ୍ତି। ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଏହି ପରିଚିତ ଚେହେରା ଜଣକ ପ୍ରତ୍ୟେକ ଏପିସୋଡ୍‌ ପାଇଁ ୧.୧୦ ଲକ୍ଷ ଟଙ୍କା ନେଇଥନ୍ତି ।

ମୋହିତ ରାଇନା: ବିଭିନ୍ନ ଐତିହାସିକ ଧାରାବାହିକ ଏବଂ ପୌରାଣିକ ଧାରାବାହିକରେ ଅଭିନୟ କରି ଟେଲିଭିଜନ ଦୁନିଆରେ ନିଜ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ମୋହିତ। ଏହି ହ୍ୟାଣ୍ଡସମ୍‌ ଚେହେରା ଦିନକୁ ୧ଲକ୍ଷ ଟଙ୍କା ନିଅନ୍ତି ସୁଟିଂ ପାଇଁ।

ରାମ କପୁର: ଟେଲିଭିଜନ ଦୁନିଆରେ ଅନ୍ୟତମ ପରିଚିତ ଚେହେରା ହେଉଛନ୍ତି ରାମ କାପୁର। ଦୀର୍ଘ ଦିନ ହେବ ସବୁଠାରୁ ଅଧିକ ଟଙ୍କା ଉପାର୍ଜନ କରୁଥିବା ଅଭିନେତାଙ୍କ ମଧ୍ୟରୁ ସେ ସବୁଠାରୁ ଆଗରେ ଅଛନ୍ତି। ସେ ପ୍ରତ୍ୟକ ଏପିସୋଡ ପିଛା ୧.୨୫ ଲକ୍ଷ ଟଙ୍କା ନେଇଥାନ୍ତି । ସେ ଗୋଟିଏ ମାସରେ ୧୫ ଦିନ ସୁଟିଂ କରି ଟୋଟିଏ ମାସର ପ୍ୟାମେଣ୍ଟ ନେଇଥାନ୍ତି।

ରୋନିତ ରୟ: ଏହି ସୁପରିଚିତ ଚେହରା କେବଳ ଟେଲିଭିଜନ ଦୁନିଆରେ ନୂହେଁ ବିଗ୍‌ ସ୍କ୍ରିନ୍‌ରେ ମଧ୍ୟ ନିଜେ ଯାଦୁ ଦେଖେଇଛନ୍ତି। ହେଲେ ଟିଭି ଧାରାବାହିକରେ ସେ ଅଧିକ ଲୋକପ୍ରୀୟ ଚେହେରା, ସେ ଧାରାବାହିକ ସୁଟିଂ ପାଇଁ ଦିନକୁ ୧.୨୫ ଲକ୍ଷ ଟଙ୍କା ନେଇଥାନ୍ତି ।

କପିଲ ଶର୍ମା:ଏହି ଚର୍ଚ୍ଚିତ ଚେହାର କିନ୍ତୁ ସର୍ବଦା କିଛି ନା କିଛି କାମ ପାଇଁ ଆଗରେ ରହିଥିବେ। ଦୀର୍ଘ ଦିନ ଧରି କମେଡିରେ ଲୋକଙ୍କୁ ବାନ୍ଧି ରଖିବାରେ ସାମର୍ଥ୍ୟ ହୋଇଥିବା ଏହି ଅଭିନେତା ଜଣକ ସବୁଠୁ ଅଧିକ ଟଙ୍କା ଉପାର୍ଜନ କରୁଥିବା ଟେଲିଭିଜନ କଳାକାରଙ୍କ ଭିତରେ ଅନ୍ୟତମ। ସୋନି ଟିଭିରେ ପ୍ରସାରିତ ହେଉଥିବା ‘କମେଡି ନାଇଟ୍‌ ଉଇଥ୍‌ କପିଲ’ରେ ସେ ପ୍ରତ୍ୟେକ ଏପିସୋଡ ପାଇଁ ୬୦ରୁ ୮୦ ଲକ୍ଷ ଟଙ୍କା ନେଇଥାନ୍ତି। ତାଙ୍କର ବାର୍ଷିକ ଆୟ ପାଖାପାଖି ୧୧୦ କୋଟି ଟଙ୍କା।

ସୁନିଲ ଗ୍ରୋଭର: ଡକ୍ଟର ମସୁର ଗୁଲାଟି ନାଁରେ ପରିଚିତ ଏହି ଅଭିନେତା ନିଜର ଅଭିନୟ ଯାଦୁରେ ଲୋକଙ୍କୁ ହସେଇ ହସେଇ ବେଦମ କରିଥାନ୍ତି। ଏହି କମେଡି ଯାଦୁଗର ଜଣକ ପ୍ରତ୍ୟେକ ଏପିସୋଡ ପାଇଁ ୧୦ରୁ ୧୨ ଲକ୍ଷ ଟଙ୍କା ନେଇଥାନ୍ତି।

ମିଶାଲ ରାହେଜା: ଇସ୍କ୍‌ କା ରଙ୍ଗ୍‌ ସଫେଦ୍‌’ରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଥିବା ଏହି ରୋମାଣ୍ଟିକ୍‌ ହିରୋ ଜଣକ ପ୍ରତ୍ୟେକ ଏପିସୋଡ୍‌ ପାଇଁ ୧.୬ ଲକ୍ଷ ଟଙ୍କା ନେଇଥାନ୍ତି ।

 

Related story