ଟେଲିଭିଜନ୍ ଅଭିନେତ୍ରୀଙ୍କୁ କରୋନା

ହାଇଦ୍ରାବାଦ: ତେଲୁଗୁ ଟେଲିଭିଜନ୍ ଅଭିନେତ୍ରୀ ନାବ୍ୟା ସ୍ୱାମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେଲୁଗୁ ଧାରାବାହିକ ‘ନା ପେରୁ ମୀନାକ୍ଷୀ’ର ଶୁଟିଂ ବେଳେ ତାଙ୍କର କୋଭିଡ୍ ଟେଷ୍ଟ୍ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍ ଆସିଥିଲା। ଏବେ ସେ ସେଲ୍ଫ-କ୍ୱାରେଣ୍ଟାଇନ୍‌ରେ ଥିବା ସୂଚନା ଦେଇଛନ୍ତି। ନାବ୍ୟା ଶୀଘ୍ର ଭଲ ହୋଇଯିବେ ବୋଲି ଆଶା ରଖିଛନ୍ତି। ଏଭଳି ସ୍ଥିତିରେ ସିରିଏଲ୍‌ର ନିର୍ମାତା ଓ ଅନ୍ୟ ସହ ଅଭିନେତା ଏବଂ ଅଭିନେତ୍ରୀମାନେ ତାଙ୍କ ମନୋବଳ ବଢ଼ାଉଛନ୍ତି। ସେହିଭଳି ଶୁଟିଂ ସମୟରେ ନାବ୍ୟାଙ୍କ ସଂସ୍ପର୍ଶରେ […]

nabbya

nabbya

Jitendra Garnayak
  • Published: Wednesday, 01 July 2020
  • Updated: 01 July 2020, 02:11 PM IST

Sports

Latest News

ହାଇଦ୍ରାବାଦ: ତେଲୁଗୁ ଟେଲିଭିଜନ୍ ଅଭିନେତ୍ରୀ ନାବ୍ୟା ସ୍ୱାମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେଲୁଗୁ ଧାରାବାହିକ ‘ନା ପେରୁ ମୀନାକ୍ଷୀ’ର ଶୁଟିଂ ବେଳେ ତାଙ୍କର କୋଭିଡ୍ ଟେଷ୍ଟ୍ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍ ଆସିଥିଲା। ଏବେ ସେ ସେଲ୍ଫ-କ୍ୱାରେଣ୍ଟାଇନ୍‌ରେ ଥିବା ସୂଚନା ଦେଇଛନ୍ତି।

ନାବ୍ୟା ଶୀଘ୍ର ଭଲ ହୋଇଯିବେ ବୋଲି ଆଶା ରଖିଛନ୍ତି। ଏଭଳି ସ୍ଥିତିରେ ସିରିଏଲ୍‌ର ନିର୍ମାତା ଓ ଅନ୍ୟ ସହ ଅଭିନେତା ଏବଂ ଅଭିନେତ୍ରୀମାନେ ତାଙ୍କ ମନୋବଳ ବଢ଼ାଉଛନ୍ତି। ସେହିଭଳି ଶୁଟିଂ ସମୟରେ ନାବ୍ୟାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କଳାକାରମାନଙ୍କୁ ଆଇସୋଲେସନ୍‌ରେ ରହିବା ପାଇଁ ଅନୁରୋଧ କରାଯାଇଛି।

ନାବ୍ୟା କହିଛନ୍ତି, ତିନି-ଚାରି ଦିନ ପୂର୍ବରୁ ମୋର ସାମାନ୍ୟ ମୁଣ୍ଡବ୍ୟଥା ହୋଇଥିଲା। ତା’ସହିତ ହାଲିଆ ଲାଗୁଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ମୋର କୋଭିଡ୍ ଟେଷ୍ଟ୍ କରାଯାଇଥିଲା। ଏବେ ମୁଁ ସେଲ୍ଫ-କ୍ୱାରେଣ୍ଟାଇନ୍‌ରେ ଅଛି ଓ ମୋ’ଠାରେ କୌଣସି ଲକ୍ଷଣ ମଧ୍ୟ ନାହିଁ। ମୁଁ ଏବେ ଭଲ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos