ହାଇଦ୍ରାବାଦ: କାର୍ ଦୁର୍ଘଟଣାରେ ଚାଲିଗଲା ପ୍ରସିଦ୍ଧ ଅଭିନେତ୍ରୀଙ୍କ ଜୀବନ। ୱେବ୍ ସିରିଜ 'ମାଡାମ ସାର୍ ମାଡାମ ଅନ୍ତେ'ର ତେଲୁଗୁ ଅଭିନେତ୍ରୀ ଗାୟତ୍ରୀ ଓରଫ ଡଲି ଡି କ୍ରୁଜ୍ଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା।
ରିପୋର୍ଟ ମୁତାବକ, ଅଭିନେତ୍ରୀ ନିଜ ସାଙ୍ଗଙ୍କ ସହ କାର୍ରେ ଘରକୁ ଫେରୁଥିଲେ। ଏତିକି ବେଳେ ତାଙ୍କ କାର୍ଟି ହାଇଦ୍ରାବାଦର ଗଚ୍ଚିବୋଲି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଏଥିରେ ଘଟଣାସ୍ଥଳରେ ହିଁ ଗାୟତ୍ରୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ତାଙ୍କ ମୃତ୍ୟୁ ଖବର ଏବେ ପୂରା ସାଉଥ ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଛି। ତାଙ୍କ ଫ୍ୟାନ୍ମାନେ ମଧ୍ୟ ବେଶ୍ ଦୁଃଖି ଅଛନ୍ତି।
ବଲିଉଡ ଲାଇଫ୍ ରିପୋର୍ଟ ମୁତାବକ, ଗାୟତ୍ରୀ ଶୁକ୍ରବାର ରାତିରେ ନିଜ ଘରୁ ହୋଲି ସେଲେବ୍ରିଟ କରି ଫେରୁଥିଲେ। ତାଙ୍କ ସାଙ୍ଗ ଗାଡି ଚଳାଉଥିଲେ। ଏତିକିବେଳେ ଗାଡିଟି ନିୟନ୍ତ୍ରଣ ହରାଇ ଡିଭାଇଡର୍ରେ ପିଟି ହୋଇଥିଲା। ଏଥିରେ ଗାୟତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଜଣେ ବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୁହାଯାଉଛି ଯେ, ଏହି ଦୁର୍ଘଟଣା ସମୟରେ ଆଉ ଜଣେ ମହିଳାଙ୍କର ବି ମୃତ୍ୟୁ ହୋଇଛି।
ସୂଚନା ମୁତାବକ, ଅଭିନେତ୍ରୀ ଗାୟତ୍ରୀଙ୍କୁ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ ଜଲସା ରାୟଡୁରୁ ପପୁଲାରିଟି ମିଳିଥିଲା। ସେ ସୋଶାଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ୍ ଥିଲେ। ତାଙ୍କର ସୋଶାଲ ମିଡିଆରେ ଭଲ ଫ୍ୟାନ୍ ପଲୋଇଂ ରହିଛି। ଏହା ବ୍ୟତୀତ ଗାୟତ୍ରୀ ଅନେକ ସଟ୍ ଫିଲ୍ମରେ ମଧ୍ୟ କାମ କରିଛନ୍ତି।
View this post on Instagram
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।