ମହଙ୍ଗା ପଡ଼ିଲା ଦୁର୍ବ୍ୟବହାର: ବନ୍ଦ ହେବ ‘ଦ କପିଲ ଶର୍ମା ଶୋ’!

ମୁମ୍ବାଇ: ବନ୍ଦ ହୋଇଯିବ ‘ଦ କପିଲ ଶର୍ମା ଶୋ’! ବିମାନରେ ସାଥୀ କଳାକାରଙ୍କୁ କପିଲ ଶର୍ମା ଦୁର୍ବ୍ୟବହାର କରିବା ପରେ ସୃଷ୍ଟି ହୋଇଛି ଏମିତି ସ୍ଥିତି। ସେ ସୁନୀଲ ଗ୍ରୋଭର ଓ ଚନ୍ଦନଙ୍କୁ ଅପମାନିତ କରିବା ସହିତ ମାଡ଼ ମଧ୍ୟ ମାରିଥିଲେ। ଏହାକୁ ନେଇ କିଛି ଦିନ ତଳେ ଉଠି ଥିବା ବିବାଦ ଏବେ ବି ଜାରି ରହିଛି। ଧୀରେ ଧୀରେ ଏହି ଶୋ’ରେ କାମ କରୁଥିବା କଳାକାରଙ୍କ ସହିତ ବଲିଉଡ୍‌ ଷ୍ଟାରମାନେ ମଧ୍ୟ ଏହାକୁ ବୟକଟ […]

KapilSharma

Rakesh Mallick
  • Published: Sunday, 26 March 2017
  • , Updated: 26 March 2017, 08:55 AM IST

ମୁମ୍ବାଇ: ବନ୍ଦ ହୋଇଯିବ ‘ଦ କପିଲ ଶର୍ମା ଶୋ’! ବିମାନରେ ସାଥୀ କଳାକାରଙ୍କୁ କପିଲ ଶର୍ମା ଦୁର୍ବ୍ୟବହାର କରିବା ପରେ ସୃଷ୍ଟି ହୋଇଛି ଏମିତି ସ୍ଥିତି। ସେ ସୁନୀଲ ଗ୍ରୋଭର ଓ ଚନ୍ଦନଙ୍କୁ ଅପମାନିତ କରିବା ସହିତ ମାଡ଼ ମଧ୍ୟ ମାରିଥିଲେ। ଏହାକୁ ନେଇ କିଛି ଦିନ ତଳେ ଉଠି ଥିବା ବିବାଦ ଏବେ ବି ଜାରି ରହିଛି। ଧୀରେ ଧୀରେ ଏହି ଶୋ’ରେ କାମ କରୁଥିବା କଳାକାରଙ୍କ ସହିତ ବଲିଉଡ୍‌ ଷ୍ଟାରମାନେ ମଧ୍ୟ ଏହାକୁ ବୟକଟ କଲେଣି। ଏଭଳି ସ୍ଥିତିକୁ ଦେଖି ସୋନୀ ଚ୍ୟାନେଲ୍ ‘ଦ କପିଲ ଶର୍ମା ଶୋ’କୁ ବନ୍ଦ କରି ଦେବାକୁ ଚିନ୍ତା କରୁଛନ୍ତି।

ଆସନ୍ତା ମାସରେ ଏହି ଶୋ’ର ନବୀକରଣ ଚୁକ୍ତି ହୋଇଥାଆନ୍ତା। ପ୍ରାୟ ୧୦୬ କୋଟି ଟଙ୍କାର ଚୁକ୍ତି ହୋଇଥାଆନ୍ତା। କିନ୍ତୁ ନବୀକରଣ ପାଇଁ ଚ୍ୟାନେଲ୍ ବାଧ୍ୟ ନୁହେଁ। ତେଣୁ କପିଲଙ୍କ ଶୋ ବନ୍ଦ ହୋଇଯାଇପାରେ ବୋଲି କୁହାଯାଉଛି। କିନ୍ତୁ ଚ୍ୟାନେଲ୍ ପକ୍ଷରୁ ଆନୁଷ୍ଠାନିକ ଭାବେ ଏନେଇ କିଛି କୁହାଯାଇନାହିଁ।

Related story