ଇଣ୍ଟିମେଟ୍‌ ସିନ୍‌ ସୁଟିଂ ବେଳେ ବେକାବୁ ହୋଇଯାଇଥିଲେ ଏହି ଅଭିନେତାମାନେ!

ଲୋକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବା ପାଇଁ ଫିଲ୍ମରେ ଥାଏ ନାଚ, ଗୀତ, ଫାଇଟ୍‌, ରୋମାନ୍ସ ଓ କମେଡି। ନାଚ ଓ ଗୀତ ଭଳି ଫିଲ୍ମରେ ଇଣ୍ଟିମେଟ୍‌ ସିନ୍‌ ମଧ୍ୟ ଏବେ ନିହାତି ଆବଶ୍ୟକ ହୋଇଗଲାଣି। ଏହି ସିନ୍‌ ସୁଟିଂ କରିବା ପାଇଁ କେତେ ଯେ ପରିଶ୍ରମ କରିବାକୁ ହୁଏ ତା ହୁଏତ କେହି ଜାଣିନଥିବେ। କଳାକାରଙ୍କୁ ସିନ୍‌ରେ ସେତିକି ରିଅଲିଟି ଆଣିବା ପାଇଁ ଚରିତ୍ରକୁ ଅନୁଭବ କରିବାକୁ ପଡିଥାଏ। ତେବେ ଅନେକ ସମୟରେ ଦେଖାଯାଇଛି ଅଭିନେତା ମାନେ […]

actors

Rakesh Mallick
  • Published: Sunday, 26 November 2017
  • , Updated: 26 November 2017, 01:53 PM IST

ଲୋକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବା ପାଇଁ ଫିଲ୍ମରେ ଥାଏ ନାଚ, ଗୀତ, ଫାଇଟ୍‌, ରୋମାନ୍ସ ଓ କମେଡି। ନାଚ ଓ ଗୀତ ଭଳି ଫିଲ୍ମରେ ଇଣ୍ଟିମେଟ୍‌ ସିନ୍‌ ମଧ୍ୟ ଏବେ ନିହାତି ଆବଶ୍ୟକ ହୋଇଗଲାଣି। ଏହି ସିନ୍‌ ସୁଟିଂ କରିବା ପାଇଁ କେତେ ଯେ ପରିଶ୍ରମ କରିବାକୁ ହୁଏ ତା ହୁଏତ କେହି ଜାଣିନଥିବେ। କଳାକାରଙ୍କୁ ସିନ୍‌ରେ ସେତିକି ରିଅଲିଟି ଆଣିବା ପାଇଁ ଚରିତ୍ରକୁ ଅନୁଭବ କରିବାକୁ ପଡିଥାଏ। ତେବେ ଅନେକ ସମୟରେ ଦେଖାଯାଇଛି ଅଭିନେତା ମାନେ ଇଣ୍ଟିମେଟ୍‌ ସିନ୍‌ ବେଳେ ନିୟନ୍ତ୍ରଣ ବାହାରକୁ ଚାଲିଯାଆନ୍ତି। ସେହି ଚରତ୍ରରେ ସେମାନେ ଏମିତି ମଜ୍ଜିଯାଆନ୍ତି ଯେ ନିର୍ଦ୍ଦେଶକ କଟ୍‌ କହିଲା ପରେ ମଧ୍ୟ ସେମାନେ ସିନ୍‌ରେ ଲିପ୍ତ ରହନ୍ତି।

ବିନୋଦ ଖନ୍ନା ଓ ଡିମ୍ପଲ କପାଡିଆ- ଫିଲ୍ମ ‘ପ୍ରେମ୍‌ ଧରମ’ରେ ଏକ ଇଣ୍ଟିମେଟ୍‌ ସିନ୍‌ ଥିଲା। ଏହି ସିନ୍‌ରେ ବିନୋଦ ଖନ୍ନା ଡିମ୍ପଲ କପାଡ଼ିଆଙ୍କୁ କିସ୍‌ କରିବାର ଥିଲା।  ସେହି ସିନ୍‌ରେ ସୁଟିଂ ବେଳେ ନିଜ ଉପରେ ନିୟନ୍ତ୍ରଣ ହରାଇଥିଲେ ବିନୋଦ। ନିର୍ଦ୍ଦେଶକ କଟ୍‌ କହିଲା ପରେ ମଧ୍ୟ ସେ ଡିମ୍ପଲଙ୍କୁ କିସ୍‌ କରି ଚାଲିଥିଲେ। ଏହି ସିନ୍‌ ପରେ ଡିମ୍ପଲ ଖୁବ୍‌ ରାଗି ଯାଇଥିଲେ। ପରେ ଫିଲ୍ମର ନିର୍ଦ୍ଦେଶକ ମହେଶ ଭଟ୍ଟ ତାଙ୍କୁ କ୍ଷମା ମାଗିଥିଲେ।

ବିନୋଦ ଖନ୍ନା ଓ ମାଧୁରୀ ଦୀକ୍ଷିତ- ଫିଲ୍ମ ‘ଦୟାବାନ୍‌’ରେ ମାଧୁରୀ ଓ ବିନୋଦ ଅଭିନୟ କରିଥିଲେ। ଏହି ଫିଲ୍ମରେ ଏକ ଇଣ୍ଟିମେଟ୍ ସିନ୍‌ରେ ବିନୋଦ ମାଧୁରୀଙ୍କୁ କିସ୍‌ କରିଥିଲେ। ତେବେ ଏଥିରେ ବି ବିନୋଦ ନିୟନ୍ତ୍ରଣ ହରାଇଥିଲେ ଓ ସିନ୍‌ର ସୁଟିଂ ବେଳେ ମାଧୁରୀଙ୍କ ଓଠକୁ ଜୋରରେ କାମୁଡି ଦେଇଥିଲେ।

ପ୍ରେମ୍‌ ନାଥ ଓ ଫରୟାଲ୍‌- ଫିଲ୍ମ ‘ଗୋଲ୍ଡ ମେଡାଲ୍‌’ରେ ଏମିତି ଏକ ସିନ୍‌ ଥିଲା ଯେଉଁଠି ପ୍ରେମ୍‌ନାଥ ଫରୟାଲ୍‌ଙ୍କ ସହିତ ଜୋରଜବରଦସ୍ତ କରିବେ। ତେବେ ସୁଟିଂ ବେଳେ ମିଛି ମିଛିକା ଜୋରଜବରଦସ୍ତି ସତରେ ପରିଣତ ହୋଇଯାଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଫରୟାଲ୍‌ ବଳ ପ୍ରୟୋଗକରି ପ୍ରେମ୍‌ନାଥଙ୍କ ପଞ୍ଝାରୁ ମୁକୁଳିଥିଲେ।

ରଞ୍ଜିତ୍ ଓ ମାଧୁରୀ ଦୀକ୍ଷିତ- ସୂଚନା ଅନୁସାରେ ଫିଲ୍ମ ‘ପ୍ରେମ୍‌ ପ୍ରତିଜ୍ଞା’ରେ ମାଧୁରୀ ଦୀକ୍ଷିତ ଓ ରଞ୍ଜିତ୍‌ଙ୍କ ମଧ୍ୟରେ ଏକ ରେପ୍‌ ସିନ୍‌ ହେବାର ଥିଲା। ସୁଟିଂ ବେଳେ ରଞ୍ଜିତ୍‌ ନିଜ ଉପରନିୟନ୍ତ୍ରଣ ହରାଇଥିଲେ। ମାଧୁରୀ ଖୁବ୍‌ ଡରିଯାଇଥିଲେ। ତାଙ୍କୁ ନଛୁଇଁବାକୁ ରଞ୍ଜିତ୍‌ଙ୍କୁ ସେ କହିଥିଲେ।

 

 

Related story