ଛୋଟପରଦାର ଏହି କଳାକାର ମଦ ନିଶାରେ କରିଥିଲେ ହଙ୍ଗାମା

ନିଶା ଏମିତି ଏକ ଜିନିଷ ଯେ ଯେଉଁଥିରେ ମଣିଷ ଥରେ ବଶବର୍ତ୍ତୀ ହେଲେ ସେଥିରୁ ମୁକୁଳିବା କଷ୍ଟକର ହୋଇଥାଏ। ନିଶାରେ ଲୋକମାନେ କ’ଣ କରନ୍ତି କିଛି ଜାଣି ପାରନ୍ତି ନାହିଁ। କେବଳ ସାଧାରଣ ଲୋକ ନୁହଁନ୍ତି, କଳାକାର ମାନେ ମଧ୍ୟ ନିଶାର ଶିକାର ହୋଇଥାନ୍ତି। ନିଶା ହେବା ପରେ ନିଜର ହିତାହିତ ‍ଜ୍ଞାନ ହରାଇ ପବ୍ଲିକ ପ୍ଲେସ୍‌ରେ ହଙ୍ଗାମା କରିବାର ଅନେକ ନଜିର ରହିଛି। ତେବେ ଚାଲନ୍ତୁ ଜାଣିବା ଛୋଟ ପରଦାର ସେମିତି କିଛି ସେଲିବ୍ରିଟିଙ୍କ ବିଷୟରେ […]

wine

Rakesh Mallick
  • Published: Sunday, 12 November 2017
  • , Updated: 12 November 2017, 12:40 PM IST

ନିଶା ଏମିତି ଏକ ଜିନିଷ ଯେ ଯେଉଁଥିରେ ମଣିଷ ଥରେ ବଶବର୍ତ୍ତୀ ହେଲେ ସେଥିରୁ ମୁକୁଳିବା କଷ୍ଟକର ହୋଇଥାଏ। ନିଶାରେ ଲୋକମାନେ କ’ଣ କରନ୍ତି କିଛି ଜାଣି ପାରନ୍ତି ନାହିଁ। କେବଳ ସାଧାରଣ ଲୋକ ନୁହଁନ୍ତି, କଳାକାର ମାନେ ମଧ୍ୟ ନିଶାର ଶିକାର ହୋଇଥାନ୍ତି। ନିଶା ହେବା ପରେ ନିଜର ହିତାହିତ ‍ଜ୍ଞାନ ହରାଇ ପବ୍ଲିକ ପ୍ଲେସ୍‌ରେ ହଙ୍ଗାମା କରିବାର ଅନେକ ନଜିର ରହିଛି। ତେବେ ଚାଲନ୍ତୁ ଜାଣିବା ଛୋଟ ପରଦାର ସେମିତି କିଛି ସେଲିବ୍ରିଟିଙ୍କ ବିଷୟରେ ଯେଉଁମାନେ ମଦ ପିଇ ହଙ୍ଗାମା କରିଥିଲେ ଓ ବଦନାମ ହୋଇଥିଲେ।

କପିଲ୍‌ ଶର୍ମା- ମଦ ନିଶାରେ ହଙ୍ଗାମା କରିବା କଥା ପଡ଼ିଲେ ସର୍ବ ପ୍ରଥମେ କମେଡିଆନ କପିଲ ଶର୍ମାଙ୍କ ନାଁ ଆସିଥାଏ। ସେ ମଦ ପିଇ ନିଜ ସହଯୋଗୀ ସୁନୀଲ ଗ୍ରୋଭରଙ୍କୁ  ଫ୍ଲାଇଟ୍‌ରେ ଗାଳି ଗୁଲଜ କରିବା ସହ ସେଠାରେ ଖୁବ୍‌ ହଙ୍ଗାମା କରିଥିଲେ। ପରେ ଏଥିପାଇଁ କ୍ଷମା ମଧ୍ୟ ମାଗିଥିଲେ।

ଅଙ୍କିତା ଲୋଖଣ୍ଡେ- ସିରିଏଲ ‘ପବିତ୍ର ରିସ୍ତା’ରୁ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଅଙ୍କିତା ଲୋଖଣ୍ଡେ ମଦ ପିଇ ଅନେକ ଥର ହଙ୍ଗାମା କରିଛନ୍ତି। ଥରେ ଏକ ପାର୍ଟିରେ ନିଜ ଏକ୍ସ ବୟଫ୍ରେଣ୍ଡ ସୁଶାନ୍ତ ସିଂ ହରାଜପୁତ ଅନ୍ୟ କୌଣସି ଅଭିନେତ୍ରୀଙ୍କ ନିକଟତର ହେଉଥିବା ଦେଖି ନିଶାରେ ସେ ତାଙ୍କୁ ଗାଳି କରିଥିଲେ।

କରଣ ପଟେଲ୍- ଛୋଟ ପରଦାର ଲୋକପ୍ରିୟ ଅଭିନେତା କରଣ ପଟେଲ୍‌ ଥରେ ମଦ ପିଇ ନିଜ ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ପାର୍ଟିରେ ପହଞ୍ଚିଥିଲେ। ତାଙ୍କୁ ନିମନ୍ତ୍ରଣ କରାଯାଇ ନଥିଲେ ମଧ୍ୟ ସେ ପାର୍ଟିରେ ଜୋରଜବରଦସ୍ତ ପଶିବା ସହ ସେଠାରେ ହଙ୍ଗାମା କରିଥିଲେ। ଅବଶ୍ୟ ନିଶାରେ ପରେ ସେଠାରେ ସମସ୍ତଙ୍କୁ କ୍ଷମା ମାଗିଥିଲେ।

ସିଦ୍ଧାର୍ଥ ଶୁକ୍ଳା- ଛୋଟ ପରଦାରେ ଆ‌ଜ୍ଞାକାରୀ ପୁଅ  ଓ ସାଧାସିଧା ସ୍ଵାମୀ ଭୂମିକାରେ ଅଭିନୟ କରୁଥିବା ସିଦ୍ଧାର୍ଥ  ନିଶାରେ ପବ୍ଲିକ ପ୍ଲେସ ହଙ୍ଗାମା କରି ସାରିଛନ୍ତି। ଥରେ ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ସମୟରେ ପୋଲସ୍‌ ତାଙ୍କୁ ଧରିଥିଲା। ଟ୍ରାଫିକ୍ ପୋଲିସ ତାଙ୍କୁ ୨୦୦୦ ଟଙ୍କା ଜରିମାନା ଦେବାକୁ ମଧ୍ୟ କହିଥିଲା।

ରାଜା ଚୌଧୁରୀ- ଅଭିନେତ୍ରୀ ଶ୍ଵେତା ତିୱାରୀଙ୍କ ପୂର୍ବତନ ସ୍ଵାମୀ ରାଜା ଚୌଧୁରୀ ନିଶାଶକ୍ତ ଅବସ୍ଥାରେ ଝଗଡ଼ା କରିବା ଅଭିଯୋଗରେ ଜେଲ୍‌ ଯାଇଥିଲେ। କଥା ହେଉଛି ମଦ ପିଇ ରାଜା ଏକ ସ୍ଵାସ୍ଥ୍ୟ କେନ୍ଦ୍ରରେ ପଶିବାକୁ ଚେଷ୍ଟା କରୁଥିଲେ। ତାଙ୍କୁ ଗାର୍ଡ ଅଟକେଇବାରୁ ସେ ତାଙ୍କୁ ଖରାପ ଭାଷାରେ ଗାଳି କରିଥିଲେ। ଏଥିପାଇଁ ସେ ଜେଲ୍‌ ଯାଇଥିଲେ।

Related story