ମଦଠାରୁ ଦୂରରେ ରୁହନ୍ତି ବଲିଉଡ୍‌ର ଏହି କଳାକାର

ମୁମ୍ବାଇ: ଅନେକ ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀ ମଦ ପିଇ ମାତାଲ ହେବା ଖବର ଆପଣମାନେ ଅନେକ ସମୟରେ ପଢ଼ିଥିବେ। କିନ୍ତୁ ବଲିଉଡ୍‌ରେ ଏମିତି ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନେକ ସମୟରେ ଫିଲ୍ମରେ ମଦ ପିଇଥିବାର ଅଭିନୟ କରିଛନ୍ତି। କିନ୍ତୁ ରିଅଲ ଲାଇଫ୍‌ରେ ସେମାନେ କେବେ ବି ମଦକୁ ହାତ ଲଗାଇନାହାନ୍ତି। ଆପଣମାନେ ଅମିତାଭଙ୍କ ଅନେକ ଫିଲ୍ମ ଦେଖିଥିବେ, ଯେଉଁଥିରେ ସେ ମଦୁଆ ରୋଲ୍‌ କରିଛନ୍ତି। କିନ୍ତୁ ବାସ୍ତବ ଜୀବନରେ କେବେବି ମଦ […]

amitav

Rakesh Mallick
  • Published: Sunday, 18 February 2018
  • , Updated: 18 February 2018, 06:15 PM IST

ମୁମ୍ବାଇ: ଅନେକ ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀ ମଦ ପିଇ ମାତାଲ ହେବା ଖବର ଆପଣମାନେ ଅନେକ ସମୟରେ ପଢ଼ିଥିବେ। କିନ୍ତୁ ବଲିଉଡ୍‌ରେ ଏମିତି ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନେକ ସମୟରେ ଫିଲ୍ମରେ ମଦ ପିଇଥିବାର ଅଭିନୟ କରିଛନ୍ତି। କିନ୍ତୁ ରିଅଲ ଲାଇଫ୍‌ରେ ସେମାନେ କେବେ ବି ମଦକୁ ହାତ ଲଗାଇନାହାନ୍ତି। ଆପଣମାନେ ଅମିତାଭଙ୍କ ଅନେକ ଫିଲ୍ମ ଦେଖିଥିବେ, ଯେଉଁଥିରେ ସେ ମଦୁଆ ରୋଲ୍‌ କରିଛନ୍ତି। କିନ୍ତୁ ବାସ୍ତବ ଜୀବନରେ କେବେବି ମଦ ପିଇନାହାନ୍ତି। ସେ ଆମିଷ ମଧ୍ୟ ଖାଆନ୍ତି ନାହିଁ। ସେ ପୂରା ଶାକାହାରୀ।

ସେମିତି ସବୁବେଳେ ଫିଟ୍‌ନେସ୍‌କୁ ଗୁରୁତ୍ୱ ଦେଉଥିବା ଅକ୍ଷୟ କୁମାର କେବେ ମଦ ପିଅନ୍ତି ନାହିଁ।

ଶିଲ୍ପା ସେଟ୍ଟୀ ସବୁବେଳେ ଯୋଗକୁ ପ୍ରମୋଟ୍‌ କରୁଥିବାର ଦେଖାଯାଉଛି। ନିଜକୁ ଫିଟ୍‌ ରଖିବା ପାଇଁ ମଦ ଠାରୁ ସେ ସବୁବେଳେ ଦୂରରେ ରୁହନ୍ତି।

୪୫ ବର୍ଷୀୟ ଜନ୍‌ ଆବ୍ରାହମ୍ ଫିଟ୍‌ନେସ୍‌ ଉପରେ ବହୁତ ଗୁରୁତ୍ୱ ଦିଅନ୍ତି। ସେ ବି ମଦ ପିଅନ୍ତି ନାହିଁ।

ବିଗ୍‌ ବିଙ୍କ ପରି ତାଙ୍କ ପୁଅ ଅଭିଷେକ ମଧ୍ୟ ମଦ ଠାରୁ ଦୂରରେ ରୁହନ୍ତି।

 

 

Related story