ଛୋଟରୁ ବଡ଼! ଏହି ହିରୋ ଓ ହିରୋଇନ୍‌ ମାନେ ଦିନେ ଥିଲେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍‌ସର

ମୁମ୍ବାଇ: ଏହି ଅଭିନେତା ଓ ଅଭିନେତ୍ରୀମାନେ ଏବେ ବଲିଉଡ୍‌ରେ ବେଶ୍ ପ୍ରତିଷ୍ଠିତ। କିନ୍ତୁ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ସେମାନେ କରିଛନ୍ତି ସଂଘର୍ଷ। ଏପରିକି ବ୍ୟାକଗ୍ରାଉଣ୍ଡ ଡ୍ୟାନସର ଭାବେ ମଧ୍ୟ କାମ କରିଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ମଧ୍ୟରୁ କେଇ ଜଣଙ୍କ ବିଷୟରେ- କାଜଲ ଅଗ୍ରୱାଲ ‘ସିଂଘମ୍‌’ରୁ ବଲିଉଡରେ ପାଦ ଥାପିଥିବା କାଜଲ ଅଗ୍ରୱାଲ ୨୦୦୪ରେ ଆସିଥିବା ଚଳଚ୍ଚିତ୍ର ‘କ୍ୟୁଁ ହୋ ଗୟା ନା’ରେ ‘ଉଲ୍‌ଝନ୍‌’ ଗୀତରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ନଜର ଆସିଥିଲେ। ଏହି ଗୀତରେ […]

Kajal

Kajal

Rakesh Mallick
  • Published: Friday, 02 June 2017
  • Updated: 02 June 2017, 02:58 PM IST

Sports

Latest News

ମୁମ୍ବାଇ: ଏହି ଅଭିନେତା ଓ ଅଭିନେତ୍ରୀମାନେ ଏବେ ବଲିଉଡ୍‌ରେ ବେଶ୍ ପ୍ରତିଷ୍ଠିତ। କିନ୍ତୁ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ସେମାନେ କରିଛନ୍ତି ସଂଘର୍ଷ। ଏପରିକି ବ୍ୟାକଗ୍ରାଉଣ୍ଡ ଡ୍ୟାନସର ଭାବେ ମଧ୍ୟ କାମ କରିଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ମଧ୍ୟରୁ କେଇ ଜଣଙ୍କ ବିଷୟରେ-

କାଜଲ ଅଗ୍ରୱାଲ

‘ସିଂଘମ୍‌’ରୁ ବଲିଉଡରେ ପାଦ ଥାପିଥିବା କାଜଲ ଅଗ୍ରୱାଲ ୨୦୦୪ରେ ଆସିଥିବା ଚଳଚ୍ଚିତ୍ର ‘କ୍ୟୁଁ ହୋ ଗୟା ନା’ରେ ‘ଉଲ୍‌ଝନ୍‌’ ଗୀତରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ନଜର ଆସିଥିଲେ। ଏହି ଗୀତରେ ସେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନସର ଥିଲେ।

ଡେଜି ଶାହା

ଅଭିନେତ୍ରୀ ହେବା ପୂର୍ବରୁ ଡେଜି ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନସର ଥିଲେ।  ୨୦୦୩ରେ ରିଲିଜ୍ ହୋଇଥିବା ସଲମାନ ଖାନ୍‌ଙ୍କ ‘ତେରେ ନାମ୍’ରେ ସେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନସର ଭାବେ ନଜର ଆସିଥିଲେ। ୨୦୦୫ରେ ‘ମୈନେ ପ୍ୟାର୍ କ୍ୟୁଁ କିୟା’ ସୁଟିଂ ବେଳେ ତାଙ୍କ ଉପରେ ସଲମାନଙ୍କ ନଜର ପଡ଼ିଥିଲା। ସେ ତାଙ୍କୁ ‘ବଡିଗାର୍ଡ’ରେ କରୀନାଙ୍କ ସାଙ୍ଗ ଭୂମିକାରେ ଅଭିନୟ କରିବାକୁ ଅଫର ଦେଇଥିଲେ। କିନ୍ତୁ ଡେଜି ମନା କରି ଦେଇଥିଲେ। ଏହା ପରେ ‘ଜୟ ହୋ’ରେ ସେ ସଲମାନଙ୍କ ବିପକ୍ଷରେ ଅଭିନୟ କରିଥିଲେ।

ସୁଶାନ୍ତ ସିଂ ରାଜପୁତ

୨୦୧୩ ରେ ‘କାଇ ପୋ ଚେ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିବା ସୁଶାନ୍ତ ସିଂ ରାଜପୁତ ୨୦୦୬ରେ ରିଲିଜ୍ ହୋଇଥିବା ‘ଧୂମ-୨’ର ‘ଧୂମ୍‌ ମଚା ଲେ’ ଗୀତରେ ବ୍ୟାକଗ୍ରାଉଣ୍ଡ ଡ୍ୟାନସର ଭାବେ ନଜର ଆସିଥିଲେ। ସେ ହ୍ରିତିକ ରୋଶନଙ୍କ ପଛରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା।

ସାହିଦ୍ କପୁର

୨୦୦୩ ରେ ରିଲିଜ୍ ହୋଇଥବା ‘ଇଶ୍କ ବିଶ୍କ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ସାହିଦ। ତେବେ ତା’ ପୂର୍ବରୁ ୧୯୯୯ରେ ‘ତାଲ୍’ ଫିଲ୍ମରେ ବ୍ୟାକଗ୍ରାଉଣ୍ଡ ଡ୍ୟାନସର ଭାବେ କାମ କରିଥିଲେ। ୧୯୯୭ରେ ‘ଦିଲ ତୋ ପାଗଲ ହୈ’ ଫିଲ୍ମର ‘ମୁଝ୍‌କୋ ହୁଇ ନା ଖବର’ ଗୀତରେ ମଧ୍ୟ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍‌ସର ଭାବେ କାମ କରିଥିଲେ।

ଦିୟା ମିର୍ଜା

ଦିୟା ୧୯୯୯ରେ ତେଲୁଗୁ ସିନେମା ‘ଏନ୍ ସ୍ୱାସା କାତ୍ରେ’ର ଏକ ଗୀତରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ନଜର ଆସିଥିଲେ। ୨୦୦୧ରେ ‘ରେହ୍‌ନା ହେ ତେରେ ଦିଲ୍ ମେ’ ଜରିଆରେ ସେ ବଲିଉଡ୍‌ରେ ହିରୋଇନ୍ ଭାବେ ଏଣ୍ଟ୍ରି ମାରି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos