ବଲିଉଡର କେଉଁ ଷ୍ଟାରମାନେ ସଲମାନଙ୍କଠାରୁ ଖାଇଛନ୍ତି ଚାପୁଡ଼ା?

ଆମେ ସମସ୍ତେ ଜାଣୁ ଭାଇଜାନ ସଲମାନ ଖାନ ଭାରି ଦୟାଳୁ। ସେ ସାଧାରଣ ଲୋକଙ୍କଠୁ ଆରମ୍ଭ କରି କଳାକାର ପର୍ଯ୍ୟନ୍ତ ସମସ୍ତଙ୍କୁ ସାହାଯ୍ୟ କରନ୍ତି। କିନ୍ତୁ ଦୟାଳୁ ହେବା ସହ ବହୁତ ରାଗୀ। ଅନେକ ସମୟରେ ତାଙ୍କ ରାଗର ଶିକାର ହୋଇଛନ୍ତି ସାଧାରଣଲୋକଙ୍କଠାରୁ ଆରମ୍ଭ କରି ଗଣମାଧ୍ୟମ ପ୍ରତିନିଧି। ଏପରିକି ତାଙ୍କ ରାଗରୁ ବଲିଉଡ କଲାକାରମାନେ ମଧ୍ୟ ବର୍ତ୍ତି ନାହାନ୍ତି। ବଲିଉଡର ଅନେକ ଷ୍ଟାରଙ୍କ ଉପରକୁ ବି ସେ ହାତ ଉଠାଇ ଦେଇଛନ୍ତି। ଆସନ୍ତୁ ଜାଣିବା କେଉଁ […]

Rakesh Mallick
  • Published: Friday, 29 September 2017
  • , Updated: 29 September 2017, 06:00 AM IST

ଆମେ ସମସ୍ତେ ଜାଣୁ ଭାଇଜାନ ସଲମାନ ଖାନ ଭାରି ଦୟାଳୁ। ସେ ସାଧାରଣ ଲୋକଙ୍କଠୁ ଆରମ୍ଭ କରି କଳାକାର ପର୍ଯ୍ୟନ୍ତ ସମସ୍ତଙ୍କୁ ସାହାଯ୍ୟ କରନ୍ତି। କିନ୍ତୁ ଦୟାଳୁ ହେବା ସହ ବହୁତ ରାଗୀ। ଅନେକ ସମୟରେ ତାଙ୍କ ରାଗର ଶିକାର ହୋଇଛନ୍ତି ସାଧାରଣଲୋକଙ୍କଠାରୁ ଆରମ୍ଭ କରି ଗଣମାଧ୍ୟମ ପ୍ରତିନିଧି। ଏପରିକି ତାଙ୍କ ରାଗରୁ ବଲିଉଡ କଲାକାରମାନେ ମଧ୍ୟ ବର୍ତ୍ତି ନାହାନ୍ତି। ବଲିଉଡର ଅନେକ ଷ୍ଟାରଙ୍କ ଉପରକୁ ବି ସେ ହାତ ଉଠାଇ ଦେଇଛନ୍ତି। ଆସନ୍ତୁ ଜାଣିବା କେଉଁ ବଲିଉଡ ଷ୍ଟାରମାନେ ତାଙ୍କ ରାଗର ଶିକାର ହୋଇ ଚାପୁଡା ଖାଇଛନ୍ତି।

ରଣବୀର କପୁର- ଖବର ମୁତାବକ ଏକ ପାର୍ଟିରେ କୌଣସି କଥାକୁ ନେଇ ସଲମାନ ଓ ରଣବୀରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉତକ୍ଷିପ୍ତ ସଲମାନ ରଣବୀରଙ୍କ ଉପରେ ହାତ ଉଠେଇ ଦେଇଥିଲେ। ତେବେ ସଲମାନଙ୍କ ବାପା ଏହି ବିଷୟରେ ଜାଣିବା ପରେ ରଣବୀରଙ୍କୁ କ୍ଷମା ମାଗିବାକୁ ତାଙ୍କୁ କହିଥିଲେ।

ଶାହାରୁଖ ଖାନ- ଥରେ କ୍ୟାଟ୍ରିନା କୈଫଙ୍କ ଜନ୍ମଦିନରେ ସଲମାନ ଓ ଶାହାରୁଖଙ୍କ ମଧ୍ୟରେ ବହୁତ ଝଗଡ଼ା ହୋଇଥିଲା। ମିଡିଆ ରିପୋର୍ଟ ଅନୁସାରେ ଏହି ପାର୍ଟିରେ ସଲମାନ ଶାହାରୁଖଙ୍କ ଉପରେ ହାତ ମଧ୍ୟ ଉଠାଇଥିଲେ।

ସତୀଶ କୌଶିକ- ମିଡିଆ ଖବର ମୁତାବକ ଫିଲ୍ମ ‘ତେରେ ନାମ୍’ ସୁଟିଂ ସେଟ୍‌ରେ କୌଣସି କଥାକୁ ନେଇ ସଲମାନ ଓ ସତୀଶଙ୍କ ମଧ୍ୟରେ ବହୁତ ଯୁକ୍ତିତର୍କ ହୋଇଥିଲା। ସଲମାନ ରାଗିଯାଇ ସତୀଶଙ୍କୁ ଚାପୁଡ଼ା ମାରିଥିଲେ।

ଐଶ୍ୱର୍ଯ୍ୟା ରାୟ- ସଲମାନ ଓ ଐଶଙ୍କ ଝଗଡ଼ା ଓ ବ୍ରେକଅପ ବିଷୟରେ ତ ସମସ୍ତେ ଜାଣିଛନ୍ତି। ଐଶଙ୍କସହ ସମ୍ପର୍କରେ ଥିବା ସମୟରେ ସଲମାନ ଅନେକ ଥର ତାଙ୍କ ଉପରକୁ ହାତ ଉଠେଇଛନ୍ତି ବୋଲି କୁହାଯାଏ।

କ୍ୟାଟ୍ରିନା କୈଫ- ଐଶ୍ୱର୍ଯ୍ୟାଙ୍କ ପରି କ୍ୟାଟ୍ରିନା ବି ସଲମାନଙ୍କ ସହ ରିଲେସନସିପରେ ଥିଲେ। ସେହି ସମୟରେ କ୍ୟାଟ୍‌ଙ୍କୁ ବି  ଚାପୁଡା ଖାଇବାକୁ ପଡ଼ିଥିଲା।

Related story