କୌଣସି ପାର୍ଟିକୁ ଯାଆନ୍ତି ନାହିଁ ବଲିଉଡର ଏହି ସବୁ ଷ୍ଟାର

ବଲିଉଡରେ ସବୁଦିନେ କିଛି ନା କିଛି ପାର୍ଟି ଚାଲିଥାଏ। କେବେ କେଉଁ ଫିଲ୍ମର ସକ୍‌ସେସ୍ ପାର୍ଟି ତ କେବେ କେଉଁ ସେଲିବ୍ରିଟିଙ୍କ ଜନ୍ମଦିନ- ପାର୍ଟି କିନ୍ତୁ ହୁଏ। ଏହି ପାର୍ଟିଗୁଡିକୁ ଫିଲ୍ମ ଷ୍ଟାରମାନେ ଆସନ୍ତି। ଅନେକ ଫିଲ୍ମ ଷ୍ଟାର ଗୋଟିଏ ବି ପାର୍ଟି ମିସ୍ କରନ୍ତି ନାହିଁ। କିନ୍ତୁ ଏମିତି କେତେ ଜଣ ଅଭିନେତା ଅଛନ୍ତି ଯେଉଁମାନେ ପାର୍ଟିକୁ ଯିବାକୁ ଆଦୌ ପସନ୍ଦ କରନ୍ତି ନାହିଁ।  ଏମାନେ ପାର୍ଟିରୁ ଦୂରେଇ ରହନ୍ତି। ଆସନ୍ତୁ ଜାଣିବା ସେମିତି କେତେ […]

manoj

manoj

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 07:25 AM IST

Sports

Latest News

ବଲିଉଡରେ ସବୁଦିନେ କିଛି ନା କିଛି ପାର୍ଟି ଚାଲିଥାଏ। କେବେ କେଉଁ ଫିଲ୍ମର ସକ୍‌ସେସ୍ ପାର୍ଟି ତ କେବେ କେଉଁ ସେଲିବ୍ରିଟିଙ୍କ ଜନ୍ମଦିନ- ପାର୍ଟି କିନ୍ତୁ ହୁଏ। ଏହି ପାର୍ଟିଗୁଡିକୁ ଫିଲ୍ମ ଷ୍ଟାରମାନେ ଆସନ୍ତି। ଅନେକ ଫିଲ୍ମ ଷ୍ଟାର ଗୋଟିଏ ବି ପାର୍ଟି ମିସ୍ କରନ୍ତି ନାହିଁ। କିନ୍ତୁ ଏମିତି କେତେ ଜଣ ଅଭିନେତା ଅଛନ୍ତି ଯେଉଁମାନେ ପାର୍ଟିକୁ ଯିବାକୁ ଆଦୌ ପସନ୍ଦ କରନ୍ତି ନାହିଁ।  ଏମାନେ ପାର୍ଟିରୁ ଦୂରେଇ ରହନ୍ତି। ଆସନ୍ତୁ ଜାଣିବା ସେମିତି କେତେ ଜଣ ଷ୍ଟାରଙ୍କ ସଂପର୍କରେ।

ସନ୍ନି ଦେୱଲ- ସନ୍ନି ଦେୱଲ ବହୁତ ଲାଜୁଆ ସ୍ୱଭାବର। ଲୋକଙ୍କ ସହ ଅଧିକ କଥା ହେବାକୁ ସେ ପସନ୍ଦ କରନ୍ତି ନାହିଁ। ସନ୍ନିଙ୍କ କହିବା ଅନୁସାରେ ପାର୍ଟିରେ ଯାଇ ଲୋକମାନେ ଅନ୍ୟମାନଙ୍କ ବିଷୟରେ ଏଣୁ ତେଣୁ ଗପନ୍ତି ଓ ମଦ ପିଅନ୍ତି। ତାଙ୍କୁ ଏ ସବୁ ଆଦୌ ପସନ୍ଦ ଲାଗେ ନାହିଁ। ସେଥିପାଇଁ ସେ ପାର୍ଟିରୁ ଦୂରେଇ ରହନ୍ତି।

ମନୋଜ ବାଜପେୟୀ- ମନୋଜ ବାଜପେୟୀ ଇଣ୍ଡଷ୍ଟ୍ରିର ଦକ୍ଷ କଳାକାରଙ୍କ ମଧ୍ୟରୁ ଜଣେ। ସେ କୌଣସି ପାର୍ଟିକୁ ଯିବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ସେ କହନ୍ତି ଯେ ପାର୍ଟିରେ ଯାଇ ଲୋକମାନେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥାନ୍ତି। ତେଣୁ ସେ ପାର୍ଟିକୁ ନଯାଇ ନିଜର କୌଣସି ବନ୍ଧୁଙ୍କ ସହ ସାକ୍ଷାତ କରିବାକୁ ଭଲ ପାଆନ୍ତି।

ଅକ୍ଷୟ କୁମାର- ବଲିଉଡ ଖିଲାଡି ଅକ୍ଷୟ କୁମାରଙ୍କର କୌଣସି ଖରାପ ଅଭ୍ୟାସ ନାହିଁ। ସେ କୌଣସି ପାର୍ଟିକୁ ମଧ୍ୟ ଯାଆନ୍ତି ନାହିଁ। ସେ ରାତିରେ ଜଲଦି ଶୋଇ ସକାଳେ ଜଲଦି ଉଠିବାକୁ ପସନ୍ଦ କରନ୍ତି। ଏହା ଛଡ଼ା ସେ ମଦ ପିଅନ୍ତି ନାହିଁ। ତେଣୁ  ପାର୍ଟିକୁ ଯିବା ପସନ୍ଦ କରନ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos