ମରଣ ମୁହଁରୁ ଫେରିଛନ୍ତି ବଲିଉଡ୍‌ର ଏହି କଳାକାରମାନେ

ସାଧାରଣରେ ଗୋଟିଏ ଧାରଣା ରହିଛି ଯେ ବଲିଉଡ୍‌ କଳାକାରମାନଙ୍କର କିଛି ଦୁଃଖ ନଥାଏ। କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଠିକ୍ ନୁହେଁ। ସେମାନଙ୍କୁ ମଧ୍ୟରୁ ଅନେକ ଖରାପ ପରିସ୍ଥିତି ଦେଇ ଗତି କରିଛନ୍ତି। କେହି ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତ ଆଉ କେହି ବଡ଼ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଆଜି ଏମିତି କିଛି ବଲିଉଡ୍ କଳାକାରଙ୍କୁ ଭେଟିବା ଯେଉଁମାନେ ମରଣ ମୁହଁରୁ ଫେରିଛନ୍ତି। ଅମିତାଭ ବଚ୍ଚନ– ଅମିତାଭ ବଚ୍ଚନ ଟିବି ଭଳି ରୋଗର ଶିକାର […]

Rakesh Mallick
  • Published: Friday, 27 October 2017
  • , Updated: 27 October 2017, 11:57 AM IST

ସାଧାରଣରେ ଗୋଟିଏ ଧାରଣା ରହିଛି ଯେ ବଲିଉଡ୍‌ କଳାକାରମାନଙ୍କର କିଛି ଦୁଃଖ ନଥାଏ। କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଠିକ୍ ନୁହେଁ। ସେମାନଙ୍କୁ ମଧ୍ୟରୁ ଅନେକ ଖରାପ ପରିସ୍ଥିତି ଦେଇ ଗତି କରିଛନ୍ତି। କେହି ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତ ଆଉ କେହି ବଡ଼ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଆଜି ଏମିତି କିଛି ବଲିଉଡ୍ କଳାକାରଙ୍କୁ ଭେଟିବା ଯେଉଁମାନେ ମରଣ ମୁହଁରୁ ଫେରିଛନ୍ତି।

ଅମିତାଭ ବଚ୍ଚନ- ଅମିତାଭ ବଚ୍ଚନ ଟିବି ଭଳି ରୋଗର ଶିକାର ହୋଇଥିଲେ। ତାଙ୍କ ମେରୁଦଣ୍ଡରେ ଟିବି ହୋଇଥିଲା। ଏହାକୁ କୁହାଯାଏ Spinal Tuberculosis। ବର୍ଷେ ଧରି ଚିକିତ୍ସା ଚାଲିବା ପରେ ସେ ଭଲ ହୋଇଥିଲେ।

ମନୀଷା କୋଇରାଲା- ମନୀଷା କୋଇରାଲା ୨୦୧୨ରେ ଗର୍ଭାଶୟ କର୍କଟରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସେ ଏବେ ଠିକ୍ ଅଛନ୍ତି।

ମୁମତାଜ- ମୁମତାଜଙ୍କୁ ୫୪ ବର୍ଷ ବୟସରେ ସ୍ତନ କର୍କଟ ହୋଇଥିଲା। ସର୍ଜରୀ ଓ କେମୋ ଥେରାପି ପରେ ମୁମତାଜ ସଂପୂର୍ଣ୍ଣ ସୁସ୍ଥ  ଅଛନ୍ତି।

ଅନୁରାଗ ବସୁ- ଅନୁରାଗ ବସୁ ବ୍ଲଡ୍ କ୍ୟାନସର ଭଳି ରୋଗରେ ପୀଡ଼ିତ ଥିଲେ। ୨୦୦୪ ରେ ତାଙ୍କୁ ଏହି ରୋଗ ବିଷୟରେ ଜଣାପଡ଼ିଥିଲା। ଚିକିତ୍ସା ପରେ ଆଜି ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି।

ଲିସା ରାୟ- ଅଭିନେତ୍ରୀ ଲିସା ରାୟଙ୍କୁ ବ୍ଲଡ୍‌ କ୍ୟାନସର ହୋଇଥିଲା। ଚିକିତ୍ସା ପରେ ଏବେ ସୁସ୍ଥ ଅଛନ୍ତି।

Related story