ନୂଆ ବର୍ଷ ଏହି ତିନି ଷ୍ଟାରଙ୍କ ପାଇଁ ନେଇ ଆସେ ଡବଲ୍ ଖୁସି

ମୁମ୍ବାଇ: ଆଜି ହେଉଛି ଇଂରାଜୀ ନବବର୍ଷ। ଏହି ଅବସରରେ ସମସ୍ତେ ପରସ୍ପରଙ୍କୁ ‘ହାପି ନ୍ୟୁ ଇୟର’ ବା ‘ନବବର୍ଷର ଶୁଭେଚ୍ଛା’ କହି ଅଭିନନ୍ଦନ ଜଣାନ୍ତି। ତେବେ ବଲିଉଡ୍‌ କଳାକାର ନାନା ପାଟେକର, ବିଦ୍ୟା ବାଲନ ଓ ସୋନାଲୀ ବେନ୍ଦ୍ରେଙ୍କ ପାଇଁ ଏହି ନୂଆ ବର୍ଷ ଡବଲ୍ ଖୁସି ଆଣିଦିଏ। କାରଣ ଏହି ଦିନ ତାଙ୍କର ବନ୍ଧୁବାନ୍ଧବ ଓ ସାଙ୍ଗସାଥୀମାନେ ସେମାନଙ୍କୁ ‘ହାପି ନ୍ୟୁ ଇୟର’ କହିବା ସହିତ ‘ହାପି ବାର୍ଥଡେ’ କହି ଶୁଭେଚ୍ଛା ଜଣାନ୍ତି। କାରଣ ଆଜି […]

nanapaktekar

Rakesh Mallick
  • Published: Monday, 01 January 2018
  • , Updated: 01 January 2018, 08:50 AM IST

ମୁମ୍ବାଇ: ଆଜି ହେଉଛି ଇଂରାଜୀ ନବବର୍ଷ। ଏହି ଅବସରରେ ସମସ୍ତେ ପରସ୍ପରଙ୍କୁ ‘ହାପି ନ୍ୟୁ ଇୟର’ ବା ‘ନବବର୍ଷର ଶୁଭେଚ୍ଛା’ କହି ଅଭିନନ୍ଦନ ଜଣାନ୍ତି। ତେବେ ବଲିଉଡ୍‌ କଳାକାର ନାନା ପାଟେକର, ବିଦ୍ୟା ବାଲନ ଓ ସୋନାଲୀ ବେନ୍ଦ୍ରେଙ୍କ ପାଇଁ ଏହି ନୂଆ ବର୍ଷ ଡବଲ୍ ଖୁସି ଆଣିଦିଏ। କାରଣ ଏହି ଦିନ ତାଙ୍କର ବନ୍ଧୁବାନ୍ଧବ ଓ ସାଙ୍ଗସାଥୀମାନେ ସେମାନଙ୍କୁ ‘ହାପି ନ୍ୟୁ ଇୟର’ କହିବା ସହିତ ‘ହାପି ବାର୍ଥଡେ’ କହି ଶୁଭେଚ୍ଛା ଜଣାନ୍ତି। କାରଣ ଆଜି ଦିନରେ ଏ ତିନିହେଁ ଜନ୍ମ ଗ୍ରହଣ କରିଥିଲେ।

ନାନା ପାଟେକର ୧୯୫୧ ମସିହାରେ ଆଜିର ଦିନରେ ଏକ ମରାଠି ପରିବାରରେ ଜନ୍ମ ହୋଇଥିଲେ। ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାର ମୁରୁଦ-ଜନଜିରାରେ ସେ ଜନ୍ମ ହୋଇଥିଲେ। ତାଙ୍କର ପ୍ରକୃତ ନାଁ ବିଶ୍ୱନାଥ ପାଟେକର। ନାନା ପାଟେକର ମୁଖ୍ୟତଃ ହିନ୍ଦୀ ଓ ମରାଠି ଫିଲ୍ମରେ ଅଭିନୟ କରନ୍ତି। ଅଭିନୟ ପାଇଁ ସେ ବେଶ୍ ପ୍ରଶଂସିତ। ତାଙ୍କ ଅଭିନୀତି ‘ପରିନ୍ଦା’, ‘କ୍ରାନ୍ତିବୀର’, ‘ଅପହରଣ’ ଓ ‘ଅଙ୍ଗାର’ ବହୁ ପ୍ରଶଂସିତ ହୋଇଛି। ‘ପରିନ୍ଦା’ ପାଇଁ ସେ ଶ୍ରେଷ୍ଠ ସହ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେହିପରି ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ସହ ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ। ‘କ୍ରାନ୍ତିବୀର’ ପାଇଁ ୧୯୯୫ ମସିହାରେ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ପାଇଥିଲେ। ‘ଅଙ୍ଗାର’ ଓ ‘ଅପହରଣ’ ପାଇଁ ସେ ବେଷ୍ଟ୍ ଭିଲିଆନ୍ ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ଭାରତ ସରକାର  ୨୦୧୩ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ କରିଛନ୍ତି।

ବିଦ୍ୟା ବଲାନ ଜଣେ ଜଣାଶୁଣା ବଲିଉଡ୍‌ ଅଭିନେତ୍ରୀ। ଅନେକ୍ ହିଟ୍ ଫିଲ୍ମ ଦେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବିଦ୍ୟା ୧୯୭୯ ମସିହାରେ ଆଜିର ଦିନରେ ମୁମ୍ବାଇରେ ଜନ୍ମ ହୋଇଥିଲେ। ସେ ଗୋଟିଏ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ୫ଟି ଫିଲ୍ମ ଫେୟାର ପୁରସ୍କାର ପାଇଛନ୍ତି। ସେ ୬ଟି ସ୍କ୍ରିନ୍ ଆୱାର୍ଡ ମଧ୍ୟ ଜିତିଛନ୍ତି। ୨୦୧୪ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସେ ’କାହାନୀ’, ‘ଦ ଡାର୍ଟି ପିକ୍‌ଚର’, ‘ନୋ ୱାନ୍ କିଲ୍‌ଡ ଜେସିକା’ ଓ ‘ଇସ୍‌କିୟା’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ସେ ସିଦ୍ଧାର୍ଥ ରୟ କପୁରଙ୍କୁ ବିବାହ କରିଛନ୍ତି।

ସୋନାଲୀ ବେନ୍ଦ୍ରେ ଉଭୟ ଅଭିନେତ୍ରୀ ଓ ମଡେଲ। ସେ ହିନ୍ଦୀ ଫିଲ୍ମ ସହିତ ତେଲଗୁ, ତାମିଲ, ମରାଠି ଓ କନ୍ନଡ଼ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ପାଖାପାଖି ୫୦ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିବା ସୋନାଲୀ ୧୯୭୫ ମସିହାରେ ଆଜିର ଦିନରେ ମୁମ୍ବାଇରେ ଜନ୍ମ ହୋଇଥିଲେ। ୧୯୯୪ ମସିହାରେ ‘ଆଗ’ ଜରିଆରେ ବଲିଉଡ୍‌ରେ ପାଦ ଥାପି ଥିବା ସୋନାଲୀ ‘ବମ୍ବେ’, ‘ଦିଲ୍‌ଜଲେ’, ‘ତରାଜୁ’, ‘ଜଖମ’, ‘ହମ୍ ସାଥ୍ ସାଥ୍ ହେଁ’ ଓ ‘ସରଫୋରସ୍’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।

‘ସରଫୋରସ୍’ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଇଫା (IIFA) ପୁରସ୍କାର ପାଇଥିଲେ। ‘ହାମାରା ଦିଲ୍ ଆପ୍‌କେ ପାସ୍ ହେ’ ପାଇଁ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ସ୍କ୍ରିନ୍ ପୁରସ୍କାର ଜିତିଥିଲେ। ସୋନାଲୀଙ୍କୁ ଏବେ ରିୟଲିଟି ଶୋ’ରେ ବିଚାରପତି ଭାବେ ଦେଖିବାକୁ ମିଳୁଛି।

ଏ ତିନି କଳାକାରଙ୍କୁ ‘ଓଡ଼ିଶା ରିପୋର୍ଟ’ର ପକ୍ଷରୁ ଶୁଭେଚ୍ଛା।

Related story