ହଲିଉଡ୍‌ ଫିଲ୍ମରେ ଅଭିନୟ କରିବାକୁ ଏହି ୫ ବଲିଉଡ୍‌ ଷ୍ଟାର ମନା କରିଥିଲେ

ମୁମ୍ବାଇ: ହଲିଉଡ୍ ବିଶ୍ୱର ସବୁଠୁ ବଡ଼ ଫିଲ୍ମ ପ୍ଳାଟଫର୍ମ। ଅଭିନେତା, ଅଭିନେତ୍ରୀ, ନିର୍ମାତା, ଲେଖକ, ସଂଗୀତକାର ଏବଂ ନିର୍ଦେଶକ ସମସ୍ତେ ଚାହାଁନ୍ତି ହଲିଉଡ୍‌ର ଅଂଶ ହେବାକୁ। କାରଣ ହଲିଉଡ୍‌ ଫିଲ୍ମରେ କାମ କଲେ କ୍ୟାରିୟରରେ ଏକ ଭିନ୍ନ ମୋଡ଼ ଓ ଅନୁଭୂତି ମିଳିଥାଏ ବୋଲି କୁହାଯାଏ। ବୋଧହୁଏ ଏଥିପାଇଁ ବଲିଉଡ୍‌ର କଳାକାରମାନେ ହଲିଉଡ୍‌ ଫିଲ୍ମରେ କାମ କରିବାକୁ ଆଗ୍ରହ ଦେଖାନ୍ତି।  ଗତ ବର୍ଷ ବଲିଉଡ୍‌ର ଆଗଧାଡ଼ିର ଦୁଇ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନ୍‌ ହଲିଉଡ୍ […]

hollywood final

Rakesh Mallick
  • Published: Sunday, 14 January 2018
  • , Updated: 14 January 2018, 02:33 PM IST

ମୁମ୍ବାଇ: ହଲିଉଡ୍ ବିଶ୍ୱର ସବୁଠୁ ବଡ଼ ଫିଲ୍ମ ପ୍ଳାଟଫର୍ମ। ଅଭିନେତା, ଅଭିନେତ୍ରୀ, ନିର୍ମାତା, ଲେଖକ, ସଂଗୀତକାର ଏବଂ ନିର୍ଦେଶକ ସମସ୍ତେ ଚାହାଁନ୍ତି ହଲିଉଡ୍‌ର ଅଂଶ ହେବାକୁ। କାରଣ ହଲିଉଡ୍‌ ଫିଲ୍ମରେ କାମ କଲେ କ୍ୟାରିୟରରେ ଏକ ଭିନ୍ନ ମୋଡ଼ ଓ ଅନୁଭୂତି ମିଳିଥାଏ ବୋଲି କୁହାଯାଏ। ବୋଧହୁଏ ଏଥିପାଇଁ ବଲିଉଡ୍‌ର କଳାକାରମାନେ ହଲିଉଡ୍‌ ଫିଲ୍ମରେ କାମ କରିବାକୁ ଆଗ୍ରହ ଦେଖାନ୍ତି।  ଗତ ବର୍ଷ ବଲିଉଡ୍‌ର ଆଗଧାଡ଼ିର ଦୁଇ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନ୍‌ ହଲିଉଡ୍ ଫିଲ୍ମରେ ନିଜର ପ୍ରତିଭା ଦେଖାଇଛନ୍ତି। ପ୍ରିୟଙ୍କା ଓ ଦୀପିକାଙ୍କ ପରେ ଏବେ ବଲିଉଡ୍‌ର ଆଉ କିଛି କଳାକାର ହଲିଉଡ୍‌ରେ ସାମିଲ ହେବା ପାଇଁ ଚେଷ୍ଟା ଚଲାଇଛନ୍ତି । କିନ୍ତୁ ଏମିତି ୫ଜଣ ବଲିଉଡ୍‌ କଳାକାର ଅଛନ୍ତି ଯେଉଁମାନେ ସୁଯୋଗ ପାଇବା ସତ୍ତ୍ୱେ ହଲିଉଡ୍‌ ଫିଲ୍ମରେ କାମ କରିବାକୁ ମନା କରି ଦେଇଛନ୍ତି। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା।

ଅକ୍ଷୟ କୁମାର

ବଲିଉଡ୍‌ରେ ‘ଖିଲାଡି’ ନାଁରେ ପରିଚିତ ଅକ୍ଷୟ କୁମାରଙ୍କୁ ହଲିଉଡ୍‌ ଫିଲ୍ମରେ କାମ କରିବା ପାଇଁ ସୁଯୋଗ ମିଳିଛି। ତାଙ୍କୁ ହଲିଉଡ୍‌ର ଏକ ଫିଲ୍ମରେ ଡ୍ୱେନ୍‌ ଜନସନ୍‌ଙ୍କ ଭୂମିକାରେ ଅଭିନୟ କରିବା ପାଇଁ ପ୍ରସ୍ତାବ ମିଳିଥିଲା, କିନ୍ତୁ ସେ ଏହିକୁ ଗ୍ରହଣ କରିନଥିଲେ।

ମାଧୁରୀ ଦୀକ୍ଷିତ

କିଛି ବର୍ଷ ତଳେ ମାଧୁରୀଙ୍କୁ ହଲିଉଡ୍‌ ଫିଲ୍ମରେ କାମ କରିବାର ପ୍ରସ୍ତାବ ଆସିଥିଲା। କିନ୍ତୁ ସେ ଏକ ବଲିଉଡ୍‌ ଫିଲ୍ମରେ ବ୍ୟସ୍ତ ଥିବା ଯୋଗୁଁ ସେଥିରେ ଅଭିନୟ କରି ପାରିନଥିଲେ।

ହ୍ରିତିକ ରୋଶନ

ବଲିଉଡ୍‌ର ଆଗଧାଡ଼ିର ନାୟକ ହ୍ରିତିକ ରୋଶନ। ପିଙ୍କ୍‌ ପାନ୍ଥର-୨ରେ ତାଙ୍କୁ ଅଭିନୟ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ସେ ରାଜି ହୋଇନଥିଲେ।

ଐଶ୍ୱର୍ଯ୍ୟା ରାୟ

ଏକ ହଲିଉଡ୍‌ ଫିଲ୍ମରେ 'ବ୍ରାଡ ପିଟ୍‌'ଙ୍କ ବିପକ୍ଷରେ ଐଶ୍ୱର୍ଯ୍ୟାଙ୍କୁ କାମ କରିବାର ସୁଯୋଗ ମିଳିଥିଲା। ତେବେ କାହାଣୀ ପସନ୍ଦ ନଆସିବାରୁ ସେ ମନା କରି ଦେଇଥିଲେ।

ଶାହାରୁଖ ଖାନ

‘ସ୍ଳମଡଗ୍ ମିଲିଓନାରୀ’ରେ ଗେମ୍‌ ଶୋ' ହୋଷ୍ଟ କରିବା ପାଇଁ ଶାହାରୁଖଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେ ମନା କରି ଦେଇଥିଲେ।

Related story