ଅଳ୍ପ ବୟସରେ ମା’ ହୋଇଥିଲେ ବଲିଉଡ୍‌ର ଏହି ହିରୋଇନ୍‌ମାନେ

ବଲିଉଡ୍‌ରେ ହିରୋଇନ୍‌ମାନେ ନିଜ କ୍ୟାରିଅରକୁ ଅଧିକ ଗୁରୁତ୍ଵ ଦିଅନ୍ତି। ତେଣୁ ସାଧାରଣତଃ ସେମାନେ ଡେରିରେ ବା ୩୦ ଡେଇଁଲେ ଯାଇ ବିବାହ କରନ୍ତି। ଏହାର ଅନେକ ଉଦାହରଣ ରହିଛି। କିନ୍ତୁ ଏମିତି କିଛି ହିରୋଇନ୍ ଅଛନ୍ତି ଯେଉଁମାନେ କମ୍ ବୟସରେ ବାହା ହୋଇଥିଲେ ଓ ମା’ ବି ବନିଥିଲେ। ଆସନ୍ତୁ ଜାଣିବା ସେମାନଙ୍କ ସଂପର୍କରେ। ନିତୁ ସିଂ– ବଲିଉଡରେ ନିତୁ ସିଂ ଅନେକ ସଫଳ ଅଭିନେତାଙ୍କ ସହ କାମ କରିଛନ୍ତି। ନିତୁଙ୍କୁ ସେ ସମୟର ଚକ୍‌ଲେଟ୍ ହିରୋ […]

Rakesh Mallick
  • Published: Wednesday, 25 October 2017
  • , Updated: 25 October 2017, 01:24 PM IST

ବଲିଉଡ୍‌ରେ ହିରୋଇନ୍‌ମାନେ ନିଜ କ୍ୟାରିଅରକୁ ଅଧିକ ଗୁରୁତ୍ଵ ଦିଅନ୍ତି। ତେଣୁ ସାଧାରଣତଃ ସେମାନେ ଡେରିରେ ବା ୩୦ ଡେଇଁଲେ ଯାଇ ବିବାହ କରନ୍ତି। ଏହାର ଅନେକ ଉଦାହରଣ ରହିଛି। କିନ୍ତୁ ଏମିତି କିଛି ହିରୋଇନ୍ ଅଛନ୍ତି ଯେଉଁମାନେ କମ୍ ବୟସରେ ବାହା ହୋଇଥିଲେ ଓ ମା’ ବି ବନିଥିଲେ। ଆସନ୍ତୁ ଜାଣିବା ସେମାନଙ୍କ ସଂପର୍କରେ।

ନିତୁ ସିଂ- ବଲିଉଡରେ ନିତୁ ସିଂ ଅନେକ ସଫଳ ଅଭିନେତାଙ୍କ ସହ କାମ କରିଛନ୍ତି। ନିତୁଙ୍କୁ ସେ ସମୟର ଚକ୍‌ଲେଟ୍ ହିରୋ ରିଷି କପୁରଙ୍କ ସହ ପ୍ରେମ ହୋଇଯାଇଥିଲା। ଦୁହିଁଙ୍କ ପ୍ରେମ ଧୀରେ ଧୀରେ ଆଗକୁ ବଢ଼ିବାରୁ ଦୁହେଁ ବିବାହ କରିଥିଲେ। ମାତ୍ର ୨୧ ବର୍ଷ ବୟସରେ ରଣବୀର କପୁରଙ୍କୁ ଜନ୍ମ ଦେଇଥିଲେ।

ହନି ଇରାନୀ- ପ୍ରସିଦ୍ଧ ଲେଖିକା ହନି ଇରାନୀଙ୍କୁ ବହୁତ କମ୍ ଲୋକ ଜାଣିଥିବେ। ହନି ୨୨ ବର୍ଷ ବୟସରେ ଜାଭେଦ ଅଖତରଙ୍କୁ ବିବାହ କରିଥିଲେ। ବିବାହର ବର୍ଷେ ପରେ ସେ ଜୋୟା ଅଖତର ଓ ତାର ଦୁଇ ବର୍ଷ ପରେ ଫରହାନ ଅଖତରଙ୍କୁ ଜନ୍ମ ଦେଇଥିଲେ।

ଡିମ୍ପଲ କପାଡ଼ିଆ- ଡିମ୍ପଲ ୧୬ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ଥିଲା ବେବି। ଏହା ଖୁବ ଲୋକପ୍ରିୟ ହୋଇଥିଲା। ସେ ସମୟରେ ତାଙ୍କୁ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ସହ ପ୍ରେମ ହୋଇଯାଇଥିଲା। ସେମାନେ ଖୁବ୍ ଜଲ୍‌ଦି ବିବାହ କରିଥିଲେ। ୧୭ ବର୍ଷ ବୟସରେ ସେ ଟ୍ଵିଙ୍କଲ ଖନ୍ନାଙ୍କୁ ଜନ୍ମ ଦେଇଥିଲେ।

ଶର୍ମିଲା ଟାଗୋର- ପ୍ରସିଦ୍ଧ ଅଭିନେତ୍ରୀ ଶର୍ମିଲା ଟାଗୋର ଭାରତୀୟ କ୍ରିକେଟ୍‌ର ନବାବ ପଟୌଡ଼ିଙ୍କ ପ୍ରେମରେ ପଡ଼ିଯାଇଥିଲେ। ଦୁହେଁ ଇସଲାମ୍ ଧର୍ମ ଅନୁସାରେ ବିବାହ କରିଥିଲେ। ଏହି ବିବାହ ପାଇଁ ଶର୍ମିଲା ନିଜର ଧର୍ମ ପରିବର୍ତ୍ତନ କରିଥିଲେ। ପରେ ସେ ତାଙ୍କ ନାଁ ଆୟେସା ସୁଲତାନ ରଖିଥିଲେ। ୨୫ ବର୍ଷ ବୟସରେ ସେ ଛୋଟେ ନବାବ ସୈଫ ଅଲ୍ଲୀ ଖାନଙ୍କୁ ଜନ୍ମ ଦେଇଥିଲେ।

Related story