ଆୟ କୋଟି କୋଟି, କିନ୍ତୁ ରହନ୍ତି ଭଡ଼ା ଘରେ

ଯଦି କେହି କୋଟି କୋଟି ଟଙ୍କା ରୋଜଗାର କରୁଥାଅନ୍ତି, ସେ ପ୍ରଥମେ ଚାହାଁନ୍ତି ନିଜ ପାଇଁ ଏକ ସୁନ୍ଦର ଘର ବନେଇବାକୁ। କିନ୍ତୁ  ଜାଣିଲେ ଆଶ୍ଚର୍ଯ୍ୟ ହେବେ ବଲିଉଡ୍‌ରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କୋଟି କୋଟି ଟଙ୍କା ଆୟ କରୁଥିବା ସତ୍ତ୍ଵେ ଭଡ଼ା ଘରେ ରହନ୍ତି। ଆସନ୍ତୁ ଜାଣିବା ସେହି ଅଭିନେତ୍ରୀମାନଙ୍କ ବିଷୟରେ କ୍ୟାଟ୍ରିନା କୈଫ– କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍ କରୁଥିବା କ୍ୟାଟ୍ରିନା ବି’ ଟାଉନ୍‌ର ଜଣେ ସଫଳ ଅଭିନେତ୍ରୀ। ସେଥିପାଇଁ […]

Rakesh Mallick
  • Published: Wednesday, 25 October 2017
  • , Updated: 25 October 2017, 12:53 PM IST

ଯଦି କେହି କୋଟି କୋଟି ଟଙ୍କା ରୋଜଗାର କରୁଥାଅନ୍ତି, ସେ ପ୍ରଥମେ ଚାହାଁନ୍ତି ନିଜ ପାଇଁ ଏକ ସୁନ୍ଦର ଘର ବନେଇବାକୁ। କିନ୍ତୁ  ଜାଣିଲେ ଆଶ୍ଚର୍ଯ୍ୟ ହେବେ ବଲିଉଡ୍‌ରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କୋଟି କୋଟି ଟଙ୍କା ଆୟ କରୁଥିବା ସତ୍ତ୍ଵେ ଭଡ଼ା ଘରେ ରହନ୍ତି। ଆସନ୍ତୁ ଜାଣିବା ସେହି ଅଭିନେତ୍ରୀମାନଙ୍କ ବିଷୟରେ

କ୍ୟାଟ୍ରିନା କୈଫ- କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍ କରୁଥିବା କ୍ୟାଟ୍ରିନା ବି’ ଟାଉନ୍‌ର ଜଣେ ସଫଳ ଅଭିନେତ୍ରୀ। ସେଥିପାଇଁ ସେ ଢେର ପାରିଶ୍ରମିକ ନେଇଥାନ୍ତି। ଇଣ୍ଡଷ୍ଟ୍ରିରେ ପାଦଦେବା ପରଠାରୁ ସେ ଅନେକ ଥର ଘର ବଦଳେଇ ସାରିଲେଣି। କାରଣ ତାଙ୍କର ନିଜର କୌଣସି ଘର ନାହିଁ। ମିଡିଆ ରିପୋର୍ଟ ଅନୁସାରେ ରଣବୀରଙ୍କ ସହ ତାଙ୍କର ସଂପର୍କ ଥିବାବେଳେ ସେ ତାଙ୍କ ସହ ରହୁଥିଲେ। କିନ୍ତୁ ବ୍ରେକ୍ଅପ୍ ପରେ ସେ ବାନ୍ଦ୍ରାରେ ଏକ ଫ୍ଲାଟ୍ ଭଡ଼ା ନେଇ ରହୁଛନ୍ତି।

ହୁମା କୁରେଶି- ହୁମା ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ। ଫିଲ୍ମ ହେଉ କି ବିଜ୍ଞାପନ ସେ ସେଥିରୁ କୋଟି କୋଟି ଟଙ୍କା ପାଆନ୍ତି। ଏତେ ଟଙ୍କା ରୋଜଗାର କରିବା ପରେ ମଧ୍ୟ ତାଙ୍କର ନିଜର ଏକ ଘର ନାହିଁ। ସେ ଅନ୍ଧେରୀରେ ନିଜ ଭାଇ ସହ ଫ୍ଲାଟ୍ ସେୟାର କରୁଛନ୍ତି।

ଅଦିତି ରାଓ ହାଇଦରୀ- ଅଦିତି ଜଣେ ଦକ୍ଷ ଅଭିନେତ୍ରୀ। ସେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। କିନ୍ତୁ ରାଜ ପରିବାରରୁ ଆସିଥିବା ଅଦିତି ଭଡା ଘରେ ରହିବାକୁ ପସନ୍ଦ କରନ୍ତି। ତାଙ୍କ ମତରେ କୌଣସି ସମ୍ପତ୍ତିରେ ଏତେ ଟଙ୍କା ଖର୍ଚ୍ଚ ନକରି ଭଡ଼ାରେ ରହିବା ଭଲ।

ନରଗୀସ୍ ଫଖ୍‌ରୀ-  ନରଗିସ୍‌ଙ୍କର ନିଜସ୍ୱ ଘର ନାହିଁ। ସେ ମଡେଲିଂ ଓ ଫିଲ୍ମରୁ ଅନେକ ଟଙ୍କା ପାଉଥିଲେ ବି ମୁମ୍ବାଇରେ ଏକ ଭଡ଼ା ଘରେ ରହୁଛନ୍ତି।

ଇଲିଆନା ଡି’କ୍ରୁଜ- ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବଲିଉଡ୍‌ ଆଡ଼କୁ ମୁହାଁଇଥିବା ଇଲିଆନା ଅଧିକାଂଶ ସମୟ ମୁମ୍ବାଇରେ ରହୁଛନ୍ତି। ସେ ମଧ୍ୟ ଭଲ ଟଙ୍କା ରୋଜଗାର କରନ୍ତି। ତଥାପି ଭଡ଼ା ଘରେ ରହୁଛନ୍ତି।

Related story