ମୁମ୍ବାଇ: କରିସ୍ମା କପୁର ସଞ୍ଜୟ କପୁରଙ୍କୁ ଛାଡପତ୍ର ଦେବା ପରେ ଦୁଃଖ ଭୁଲିବା ପାଇଁ ନୂଆ ଢଙ୍ଗରେ ଜୀବନ ଆରମ୍ଭ କରିବାକୁ ଚେଷ୍ଟା କରୁଛନ୍ତି। ସଞ୍ଜୟଙ୍କଠାରୁ ଅଲଗା ହୋଇଯିବା ପରେ କରିସ୍ମା ଲାଇଫ୍କୁ ଖୁଲମଖୁଲା ଏନଜୟ କରୁଛନ୍ତି । କେବେ ଭଉଣୀ କରୀନା କପୁରଙ୍କ ସହ ମସ୍ତୀ କରୁଥିବା ନଜର ଆସୁଥିବା ବେଳେ କେତେବେଳେ ତାଙ୍କ କଥିତ ବୟଫ୍ରେଣ୍ଡ ସଂଦୀପ ତୋଷନୀୱାଲଙ୍କ ସହ ଦେଖିବାକୁ ମିଳୁଛି।
ଦୁଃଖ ଭୁଲି କରିସ୍ମା ନିଜ ଇଚ୍ଛାରେ ଜୀବନ ବଞ୍ଚୁଛନ୍ତି ଓ ଖୁସିର ମୁର୍ହୂତ୍ତଗୁଡ଼ିକର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି।
ଏବେ ସୋସିଆଲ ମିଡିଆରେ କରିସ୍ମା ତାଙ୍କର ଏକ ବିକିନି ପିନ୍ଧା ଫଟୋ ପୋଷ୍ଟ କରିଛନ୍ତି। ଲାଗୁଛି ଗରମରୁ ରକ୍ଷା ପାଇବା ପାଇଁ କରିସ୍ମା ଫୁଲ୍ ପ୍ରସ୍ତୁତି କରି ନେଇଛନ୍ତି। ସେଥିପାଇଁ ସେ ବିକିନି ଅବତାରରେ ଫଟୋ ପୋଷ୍ଟ କରିଛନ୍ତି ବୋଲି କୁହାଯାଉଛି।