ସନ୍ନି ଲିଓନଙ୍କୁ ଛାଡ଼ି ଅଛନ୍ତି ଆଉ ୬ ଜଣ ଭାରତୀୟ ପର୍ଣ୍ଣଷ୍ଟାର

ସନ୍ନି ଲିଓନ ଏବେ ବଲିଉଡ୍‌ରେ ବେଶ୍ ସକ୍ରିୟ। ସେ ଏଠାରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାରେ ସଫଳ ହୋଇଛନ୍ତି। ବଲିଉଡ୍‌ରେ ପାଦ ଥାପିବା ପୂର୍ବରୁ ସେ ଥିଲେ ପର୍ଣ୍ଣ ଷ୍ଟାର। ତେବେ ବଲିଉଡ୍‌କୁ ଆସିବା ପୂର୍ବରୁ ବି ଭାରତ ସହିତ ତାଙ୍କର ସଂପର୍କ ଥିଲା। ସେ ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ତେବେ ପର୍ଣ୍ଣ ଫିଲ୍ମରେ କାମ କରିବାରେ ସେ ଏକମାତ୍ର ଭାରତୀୟ ବଂଶୋଦ୍ଭବ ନୁହନ୍ତି। ଏମିତି ଆହୁରି କେତେ ଜଣ ଅଛନ୍ତି। […]

Sunny

Rakesh Mallick
  • Published: Saturday, 09 December 2017
  • , Updated: 09 December 2017, 03:00 PM IST

ସନ୍ନି ଲିଓନ ଏବେ ବଲିଉଡ୍‌ରେ ବେଶ୍ ସକ୍ରିୟ। ସେ ଏଠାରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାରେ ସଫଳ ହୋଇଛନ୍ତି। ବଲିଉଡ୍‌ରେ ପାଦ ଥାପିବା ପୂର୍ବରୁ ସେ ଥିଲେ ପର୍ଣ୍ଣ ଷ୍ଟାର। ତେବେ ବଲିଉଡ୍‌କୁ ଆସିବା ପୂର୍ବରୁ ବି ଭାରତ ସହିତ ତାଙ୍କର ସଂପର୍କ ଥିଲା। ସେ ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ତେବେ ପର୍ଣ୍ଣ ଫିଲ୍ମରେ କାମ କରିବାରେ ସେ ଏକମାତ୍ର ଭାରତୀୟ ବଂଶୋଦ୍ଭବ ନୁହନ୍ତି। ଏମିତି ଆହୁରି କେତେ ଜଣ ଅଛନ୍ତି। ସେମାନଙ୍କ ମଧ୍ୟରେ ଏହି ୬ ଜଣ ମଧ୍ୟ ଅଛନ୍ତି। ଜାଣନ୍ତୁ ସେମାନଙ୍କ ସଂପର୍କରେ।

ପ୍ରିୟା ଅଞ୍ଜଳି ରାୟ- ପ୍ରିୟାଙ୍କ ଜନ୍ମ ଦିଲ୍ଲୀରେ ହୋଇଥିଲା। କିନ୍ତୁ ଆମେରିକାର ଏକ ଦମ୍ପତି ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ମାତ୍ର ଦୁଇ ବର୍ଷ ବୟସରେ ସେ ସେମାନଙ୍କ ସହ ଆମେରିକା ଚାଲି ଯାଇଥିଲେ। ସେ ୨୦୦୭ରେ ପର୍ଣ୍ଣ ଫିଲ୍ମ ଦୁନିଆରେ ଏଣ୍ଟ୍ରି କରିଥିଲେ। ୨୦୧୩ ରେ ସେ ଏହି କାମ ଛାଡ଼ି ଦେଇଥିଲେ।

ଲିୟା ଜାଏ- ଲିୟା ଜଣେ ଭାରତୀୟ ବଂଶୋଦ୍ଭବ। ତାଙ୍କର ପ୍ରକୃତ ନାଁ ଲିୟା ଜୋଷୀ। ସେ ୨୧ ବର୍ଷ ବୟସରେ ପର୍ଣ୍ଣ ଫିଲ୍ମ କରିବା ଆରମ୍ଭ କରିଥିଲେ।

ଅଞ୍ଜଳି କାରା- ଅଞ୍ଜଳି କାରାଙ୍କ ଜନ୍ମ ବି ଦିଲ୍ଲୀରେ ହୋଇଥିଲା। ଏବେ ସେ ଇଂଲଣ୍ଡରେ ରହୁଛନ୍ତି।

ଜେଡି ଜେୱେଲ୍‌- ଜେଡିଙ୍କର ହାଇଦ୍ରାବାଦରେ ଜନ୍ମ। ସେଠାରେ ସେ ୮ ବର୍ଷ ରହିଥିଲେ।

ଡେଷ୍ଟିନୀ ଡେୱିଲେ- ଡେଷ୍ଟିନୀ ମଧ୍ୟ ଜଣେ ଭାରତୀୟ ବଂଶୋଦ୍ଭବ। ସେ ଇଂଲଣ୍ଡରେ ରହୁଛନ୍ତି। ସେଠାକୁ ଯିବା ପରେ ସେ ନିଜ ନାଁ ବଦଳାଇ ଦେଇଥିଲେ। ତାଙ୍କ ପ୍ରକୃତ ନାଁ ଶବିନା।

ସାରାହ ନାଇଟ୍‌- ପର୍ଣ୍ଣଷ୍ଟାର ସାରାହ  ଜଣେ ସଫଳ କଳାକାର ଭାବେ ମଧ୍ୟ ପରିଚିତ। ସେ ଗେମ୍‌ ଅଫ୍‌ ଥ୍ରୋନ୍‌ରେ ବେଶ୍ୟା ଚରିତ୍ରରେ ଅଭିନୟ କରିଥିଲେ।

Related story