ଦୀର୍ଘଦିନ ଧରି ଲିଭ୍-ଇନ୍ରେ ରହିଲା ପରେ ବି ଭାଙ୍ଗିଗଲା ସଂପର୍କ
ମୁମ୍ବାଇ: ବଲିଉଡ୍ରେ ପ୍ରେମ ଓ ବିଚ୍ଛେଦ ଏକ ସାଧାରଣ କଥା। କେତେବେଳେ ସେମାନଙ୍କ ପ୍ରେମକୁ ନେଇ ଆଲୋଚନା ହୁଏ ତ କେତେବେଳେ ସେମାନଙ୍କ ବିଚ୍ଛେଦକୁ ନେଇ। କାହାର ପ୍ରେମ ବିବାହର ରୂପ ନିଏ ତ ଆଉ କେହି ବିବାହ କରିପାରନ୍ତି ନାହିଁ। ପୁଣି ଆଉ କାହାର ପ୍ରେମ ବାହାଘର ପରେ ବେଶି ଦିନ ତିଷ୍ଠି ପାରେ ନାହିଁ। ବଲିଉଡ୍ର ଅନେକ କଳାକାର ଦୀର୍ଘଦିନ ଧରି ଲିଭି-ଇନ୍ ରିଲେସନରେ ରହିବା ପରେ ମଧ୍ୟ ବାହା ହୋଇପାରନ୍ତି ନାହାନ୍ତି। ତା’ହେଲେ […]
ମୁମ୍ବାଇ: ବଲିଉଡ୍ରେ ପ୍ରେମ ଓ ବିଚ୍ଛେଦ ଏକ ସାଧାରଣ କଥା। କେତେବେଳେ ସେମାନଙ୍କ ପ୍ରେମକୁ ନେଇ ଆଲୋଚନା ହୁଏ ତ କେତେବେଳେ ସେମାନଙ୍କ ବିଚ୍ଛେଦକୁ ନେଇ। କାହାର ପ୍ରେମ ବିବାହର ରୂପ ନିଏ ତ ଆଉ କେହି ବିବାହ କରିପାରନ୍ତି ନାହିଁ। ପୁଣି ଆଉ କାହାର ପ୍ରେମ ବାହାଘର ପରେ ବେଶି ଦିନ ତିଷ୍ଠି ପାରେ ନାହିଁ। ବଲିଉଡ୍ର ଅନେକ କଳାକାର ଦୀର୍ଘଦିନ ଧରି ଲିଭି-ଇନ୍ ରିଲେସନରେ ରହିବା ପରେ ମଧ୍ୟ ବାହା ହୋଇପାରନ୍ତି ନାହାନ୍ତି। ତା’ହେଲେ ଚାଲନ୍ତୁ ଜାଣିବା ସେମିତି କିଛି ଲଭ୍ ବାର୍ଡଙ୍କ ବିଷୟରେ ଯେଉଁମାନେ ଦୀର୍ଘଦିନ ରିଲେସନ୍ରେ ରହିବା ପରେ ସେମାନଙ୍କ ସଂପର୍କ ଭାଙ୍ଗିଯାଇଥିଲା।
ଜନ୍ ଅବ୍ରାହମ୍ ଓ ବିପାଶା ବାସୁ- ମଡେଲିଂ ଦିନରୁ ଦୁହେଁ ପରସ୍ପରକୁ ଜାଣିଥିଲେ। ଫିଲ୍ମ ‘ଜିସ୍ମ’ର ସୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଦୁହେଁ ପାଖାପାଖି ୧୦ ବର୍ଷ ପରସ୍ପରକୁ ଡେଟ୍ କରିଥିଲେ। ଏହି ସମୟରେ ଲିଭ୍-ଇନ୍ରେ ମଧ୍ୟ ରହିଥିଲେ। କିଛି ଦିନ୍ ଲିଭ୍-ଇନ୍ରେ ରହିବା ପରେ ତାଙ୍କର ବ୍ରେକ୍ଅପ୍ ହୋଇଯାଇଥିଲା।
ସୁଶାନ୍ତ ସିଂହ ରାଜପୁତ ଓ ଅଙ୍କିତା ଲୋଖଣ୍ଡେ- ଟିଭି ସିରିଏଲ୍ ଅଭିନୟ କରୁକରୁ ବାସ୍ତବରେ ପରସ୍ପର ପ୍ରେମରେ ପଡ଼ିଯାଇଥିଲେ ଏହି ଦୁଇ ଷ୍ଟାର। ଏକ ରିଆଲିଟି ଶୋ’ରେ ଦୁହେଁ ନିଜ ପ୍ରେମ ସଂପର୍କ କଥା ସାରା ଦୁନିଆକୁ ଜଣେଇଥିଲେ। ଦୁହିଁଙ୍କ ମଧ୍ୟରେ ପାଖାପାଖି ୬ ବର୍ଷର ସଂପର୍କ ଥିଲା। ଦୁହେଁ ଲିଭ-ଇନ୍ରେ ମଧ୍ୟ ରହୁଥିଲେ। ଖବର ଅନୁସାରେ ସୁଶାନ୍ତ ଅଭିନେତ୍ରୀ କ୍ରିତି ସେନନ୍ଙ୍କ ପାଇଁ ଅଙ୍କିତାଙ୍କୁ ଛାଡି ଦେଇଥିଲେ।
ରଣବୀର କପୁର ଓ କ୍ୟାଟ୍ରିନା କୈଫ୍- ୨୦୧୪ ରେ କ୍ୟାଟ୍ରିନା ସଲମାନଙ୍କୁ ଛାଡ଼ି ରଣବୀରଙ୍କ ସହ ଲିଭ୍-ଇନ୍ରେ ରହିଥିଲେ। ଦୁହେଁ ମୁମ୍ବାଇର ୱେଷ୍ଟ ବାନ୍ଦ୍ରାର ଏକ ଫ୍ଲାଟ୍ରେ ଏକାଠି ରହୁଥିଲେ। ଲିଭ୍-ଇନ୍ରେ ରହିବାର ଗୋଟିଏ ବର୍ଷ ପରେ ଦୁହିଁଙ୍କର ବ୍ରେକ୍ ଅପ୍ ହୋଇଯାଇଥିଲା।
ଲାରା ଦତ୍ତା ଓ କାଲି ଦୋରଜୀ- ଲାରା ଦତ୍ତା ଭୁଟାନ୍ର ଅଭିନେତା କାଲି ଦୋରଜୀଙ୍କ ସହ ଲିଭ୍-ଇନ୍ରେ ରହୁଥିଲେ। ଦୁହେଁ ପରସ୍ପରକୁ ୧୦ ବର୍ଷ ଧରି ଡେଟ୍ କରୁଥିଲେ। କିନ୍ତୁ ପରେ କୌଣସି କାରଣରୁ ଦୁହେଁ ଅଲଗା ହୋଇ ଯାଇଥିଲେ।
ରାଜେଶ ଖାନ୍ନା ଓ ଅଞ୍ଜୁ ମହେନ୍ଦ୍ରୁ- ଡିମ୍ପଲ କପାଡିଆଙ୍କୁ ବାହା ହେବା ପୂର୍ବରୁ ସୁପରଷ୍ଟାର ରାଜେଶ୍ ଖାନ୍ନା ଟିଭି ଅଭିନେତ୍ରୀ ଅଞ୍ଜୁଙ୍କୁ ଡେଟ୍ କରୁଥିଲେ। ଦୁହେଁ ୭ ବର୍ଷ ପର୍ଯ୍ୟନ୍ତ ଲିଭ୍-ଇନ୍ରେ ରହିଥିଲେ। ଖବର ମୁତାବକ୍ ରାଜେଶ ଖାନ୍ନା ଅଧିକ ରୋକ୍ ଲଗେଇବା କାରଣରୁ ଅଞ୍ଜୁ ତାଙ୍କୁ ଛାଡି ନିଜ ବାପାମା’ଙ୍କ ପାଖକୁ ଚାଲି ଯାଇଥିଲେ। ପରେ ଦୁହିଁଙ୍କର ବ୍ରେକ୍ ଅପ୍ ହୋଇଯାଇଥିଲା।