ଫିଲ୍ମ ସୁଟିଂ ପରେ ଫେମସ୍‌ ହୋଇଛି ଏହି ସବୁ ସ୍ଥାନ

ମୁମ୍ବାଇ: ଗତ ଏକ ଦଶନ୍ଧି ମଧ୍ୟରେ ବଲିଉଡ୍‌ ଫିଲ୍ମରେ ଖୁବ୍‌ ପରିବର୍ତ୍ତନ ଆସିଛି। ପୂର୍ବରୁ କେବଳ ମେଟ୍ରୋ ସିଟି ଓ ଜଣାଶୁଣା ସ୍ଥାନରେ ସୁଟିଂ ହେଉଥିଲା।  ଏବେ କାହାଣୀକୁ ନେଇ ଅନେକ ଅଜଣା ଓ ଛୋଟ ଛୋଟ ସ୍ଥାନରେ ବି ଫିଲ୍ମ ସୁଟିଂ ହେଉଛି। ସେଗୁଡ଼ିକରୁ ଅନେକ ସ୍ଥାନ ଫିଲ୍ମ ସୁଟିଂ ପରେ ଭାରି ଫେମସ୍ ହୋଇଛି। ତେବେ ଚାଲନ୍ତୁ ଜାଣିବା ସେମିତି କିଛି ସ୍ଥାନ ବିଷୟରେ। ନାହରଗଡ଼ କିଲା (ରାଜସ୍ଥାନ):  ଆମୀର ଖାନ୍‌ଙ୍କ ଫିଲ୍ମ ‘ରଙ୍ଗ […]

deepika

Rakesh Mallick
  • Published: Saturday, 03 February 2018
  • , Updated: 03 February 2018, 11:49 AM IST

ମୁମ୍ବାଇ: ଗତ ଏକ ଦଶନ୍ଧି ମଧ୍ୟରେ ବଲିଉଡ୍‌ ଫିଲ୍ମରେ ଖୁବ୍‌ ପରିବର୍ତ୍ତନ ଆସିଛି। ପୂର୍ବରୁ କେବଳ ମେଟ୍ରୋ ସିଟି ଓ ଜଣାଶୁଣା ସ୍ଥାନରେ ସୁଟିଂ ହେଉଥିଲା।  ଏବେ କାହାଣୀକୁ ନେଇ ଅନେକ ଅଜଣା ଓ ଛୋଟ ଛୋଟ ସ୍ଥାନରେ ବି ଫିଲ୍ମ ସୁଟିଂ ହେଉଛି। ସେଗୁଡ଼ିକରୁ ଅନେକ ସ୍ଥାନ ଫିଲ୍ମ ସୁଟିଂ ପରେ ଭାରି ଫେମସ୍ ହୋଇଛି। ତେବେ ଚାଲନ୍ତୁ ଜାଣିବା ସେମିତି କିଛି ସ୍ଥାନ ବିଷୟରେ।

ନାହରଗଡ଼ କିଲା (ରାଜସ୍ଥାନ):  ଆମୀର ଖାନ୍‌ଙ୍କ ଫିଲ୍ମ ‘ରଙ୍ଗ ଦେ ବସନ୍ତି’ରେ ଏକ ପୋଖରୀରେ ଡେଇଁବା ସିନ୍‌ ଆପଣଙ୍କର ନିଶ୍ଚିତ ଭାବେ ମନେ ଥିବ।  ଏହି ଦୃଶ୍ୟ ଏହି କିଲାରେ ସୁଟ୍‌ କରାଯାଇଥିଲା। ସେବେଠୁ ଏହି ଜାଗାର ଲୋକପ୍ରିୟତା ଖୁବ୍‌ ବଢ଼ିଯାଇଛି।  ଲୋକେ ସେଠାକୁ ବୁଲାବୁଲି କରିବାକୁ ଯାଉଛନ୍ତି। ଏହାର ଆଖପାଖ ସ୍ଥାନ ମଧ୍ୟ ବହୁତ ସୁନ୍ଦର। ଏହା ଲୋକଙ୍କୁ ବେଶ୍‌ ଆକୃଷ୍ଟ କରେ।

ସୁକନା ରିଜର୍ଭ, ଦାର୍ଜିଲିଂ (ପଶ୍ଚିମ ବଙ୍ଗ):  ଅନୁରାଗ ବାସୁଙ୍କ ଫିଲ୍ମ ‘ବର୍ଫି’ ସମସ୍ତଙ୍କର ମନେ ଥିବ। ଏହି ଫିଲ୍ମରେ ରଣବୀର କପୁର ଓ ପ୍ରିୟଙ୍କା ଚୋପ୍ରାଙ୍କ ଗୀତ ‘କ୍ୟୁ ନାଁ ହମ୍‌ ତୁମ୍‌’ ଏଠାରେ ସୁଟ୍ ହୋଇଥିଲା। ସେହି ସ୍ଥାନ ସବୁଜ ବନାନୀ ଓ ଚାହା ବଗିଚା ଲୋକଙ୍କୁ ବେଶ୍‌ ଆକୃଷ୍ଟ କରେ। ଫିଲ୍ମ ସୁଟିଂ ହେବା ପରେ ଏ ସ୍ଥାନର ଲୋପ୍ରିୟତା ଆହୁରି ବଢ଼ିଯାଇଛି।

ଚିତ୍ତୋରଗଢ଼ କିଲା (ଉଦୟପୁର): ଫିଲ୍ମ ‘ୟେ ଜବାନୀ ହୈ ଦିୱାନୀ’ରେ କଳ୍କି କୋଚଲିନ୍‌ଙ୍କ ବାହାଘର ଏଠାରେ ସୁଟ୍‌ ହୋଇଥିଲା।  ଲୋକମାନେ ସେଠାକୁ ବୁଲିଗଲେ ଫିଲ୍ମ ସୁଟିଂ ହୋଇଥିବା ସ୍ଥାନକୁ ବି ବୁଲିବାକୁ ଯାଆନ୍ତି।

ଫତେହପୁର ସିକ୍ରି (ଆଗ୍ରା): କୌଣସି ଫିଲ୍ମରେ ରୟାଲ ଲୁକ୍‌ ଦେବା ପାଇଁ ଏହି କିଲାକୁ ଦେଖାଯାଏ। ଶାହାରୁଖ୍‌ଙ୍କ ଫିଲ୍ମ ‘ପରଦେଶ୍’ ମଧ୍ୟ ଏଠାରେ ସୁଟ୍‌ ହୋଇଥିଲା । ଏହା ଛଡ଼ା ଅର୍ଜୁନ୍ କପୁର ଓ ସୋନାକ୍ଷ୍ସୀ ସିହ୍ନାଙ୍କ ଫିଲ୍ମ ‘ତେବର’ରେ ଆଗ୍ରାକୁ ଦେଖେଇବା ପାଇଁ ଏହି ସ୍ଥାନକୁ ବାରମ୍ବାର ଦେଖାଯାଇଥିଲା।

ପାଙ୍ଗୋଗ ହ୍ରଦ (ଲଦ୍ଦାଖ): ଆମୀର ଖାନ୍‌ଙ୍କ ସୁପରହିଟ୍‌ ଫିଲ୍ମ‘3 ଇଡିଅଟ୍ସ’ର ଶେଷ ଭାଗ ଏହି ସୁନ୍ଦର ସ୍ଥାନରେ ସୁଟ୍‌ ହୋଇଥିଲା।୧୪ ହଜାର ଫୁଟ୍‌ ଅଞ୍ଚଳରେ ପରିବ୍ୟାପ୍ତ ଏହି ହ୍ରଦ କେବଳ ଆମୀରଙ୍କୁ ନୁହେଁ, ଶାହାରୁଖଙ୍କୁ ମଧ୍ୟ ଆକର୍ଷିତ କରିଥିଲା। ତାଙ୍କ ଫିଲ୍ମ ‘ଜବ୍‌ ତକ୍‌ ହୈ ଜାନ୍’ ମଧ୍ୟ ଏଠାରେ ସୁଟିଂ ହୋଇଥିଲା।

Related story