ଷ୍ଟାର ହେବାକୁ ନାଁ ବଦଳାଇ ଥିଲେ!

ବଲିଉଡରେ ଅନେକ ସୁପରଷ୍ଟାର ଅଛନ୍ତି ଯେଉଁମାନେ ନିଜ ନାଁ ବଦଳେଇବା ପରେ ସଫଳତା ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ସଫଳତା ପାଇବା ପାଇଁ  ମୁସଲିମ୍‌ ହୋଇବି ହିନ୍ଦୁ ନାଁ ରଖିଥିଲେ। ଆଜି ଆମେ ଆପଣଙ୍କୁ ସେମିତି କିଛି ବଲିଉଡ୍ କଳାକାରମାନଙ୍କ ବିଷୟରେ କହିବୁ ଯେଉଁମାନେ ନାଁ ବଦଳାଇ ନିଜ ଭାଗ୍ୟ ବଦଳାଇ ଦେଇଥିଲେ। ଦିଲୀପ କୁମାର– ବଲିଉଡର ପ୍ରସିଦ୍ଧ ଅଭିନେତା ଦିଲୀପ କୁମାରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କର […]

Rakesh Mallick
  • Published: Friday, 22 September 2017
  • , Updated: 22 September 2017, 12:21 PM IST

ବଲିଉଡରେ ଅନେକ ସୁପରଷ୍ଟାର ଅଛନ୍ତି ଯେଉଁମାନେ ନିଜ ନାଁ ବଦଳେଇବା ପରେ ସଫଳତା ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ସଫଳତା ପାଇବା ପାଇଁ  ମୁସଲିମ୍‌ ହୋଇବି ହିନ୍ଦୁ ନାଁ ରଖିଥିଲେ। ଆଜି ଆମେ ଆପଣଙ୍କୁ ସେମିତି କିଛି ବଲିଉଡ୍ କଳାକାରମାନଙ୍କ ବିଷୟରେ କହିବୁ ଯେଉଁମାନେ ନାଁ ବଦଳାଇ ନିଜ ଭାଗ୍ୟ ବଦଳାଇ ଦେଇଥିଲେ।

ଦିଲୀପ କୁମାର- ବଲିଉଡର ପ୍ରସିଦ୍ଧ ଅଭିନେତା ଦିଲୀପ କୁମାରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କର ପ୍ରକୃତ ନାଁ ହେଉଛି ମହମ୍ମଦ ୟୁସୁଫ ଖାନ। ଦିଲୀପ କୁମାର ୧୯୯୬ରେ ସାଏରା ବାନୋଙ୍କୁ ବିବାହ କରିଥିଲେ।

ମଧୁବାଲା- ମଧୁବାଲା ତାଙ୍କ ସମୟରେ ସବୁଠୁ ସୁନ୍ଦର ଓ ଦକ୍ଷ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ତାଙ୍କର ପ୍ରକୃତ ନାଁ ମୁମତାଜ ଜାହାଁ ବେଗମ ଦେହଲବୀ। ସେ ଯେବେ ବଲିଉଡରେ ଏଣ୍ଟ୍ରି କରିଥିଲେ ତାଙ୍କୁ ବେବି ମୁମତାଜଙ୍କ ନାଁରେ ଡକାଯାଉଥିଲା। ଫିଲ୍ମ ‘ବସନ୍ତ’ରେ ତାଙ୍କ ଅଭିନୟ ଏତେ ଲୋକପ୍ରିୟ ହୋଇଥିଲା ଯେ ସେ ସେବେଠୁ ତାଙ୍କ ନାଁ ବଦଳାଇ ‘ମଧୁବାଲା’ ରଖିଥିଲେ।

ମୀନା କୁମାରୀ- ମୀନା କୁମାରୀ ମଧ୍ୟ ତାଙ୍କ ସମୟର ଖୁବ ଲୋକପ୍ରିୟ ଅଭିନେତ୍ରୀ ଥିଲେ। ତାଙ୍କର ପ୍ରକୃତ ନାଁ ଥିଲା ମହଜବୀ ବାନୋ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଟ୍ରାଜେଡି କୁଇନ୍‌ ଭାବରେ ମଧ୍ୟ ସେ ପରିଚିତ।

ଅଜିତ- ଖଳନାୟକ ଭୂମିକାରେ ଲୋକଙ୍କ ମନ ଜିତିଥିବା ଅଜିତଙ୍କ ପ୍ରକୃତ ନାଁ ହାମିଦ ଅଲ୍ଲୀ ଖାନ ଥିଲା। ୧୯୯୮ରେ ତାଙ୍କର ଦେହାନ୍ତ ହୋଇଥିଲା।

Related story