କାଟ୍ରିନାଙ୍କୁ ଡରନ୍ତି ତିନି ଅଭିନେତା; ଜାଣନ୍ତି ସେମାନେ କିଏ?

ବଲିଉଡ୍‌ର ବାର୍ବିଡଲ୍‌ ଭାବେ ପରିଚିତ କାଟ୍ରିନା କୈଫଙ୍କ ଉପରେ ସମସ୍ତେ ଫିଦା। ତାଙ୍କର ହଟ୍‌ ଓ ସେକ୍ସି ଅନ୍ଦାଜ କୋଟି କୋଟି ଦର୍ଶକଙ୍କୁ କରିଛି ପାଗଳ। ଏମିତିକି ତାଙ୍କ ଅନ୍ଦାଜରେ ପାଗଳ ହୋଇଛନ୍ତି ସଲମାନ ଖାନ ଓ ରଣବୀର କପୁରଙ୍କ ପରି ବଲିଉଡ୍‌ ଷ୍ଟାର। ଦିନେ ଏ ଦୁହେଁ ଥିଲେ କାଟ୍ରିନାଙ୍କ ପ୍ରେମିକ। ଅବଶ୍ୟ ବ୍ରେକ୍‌ଅପ୍ ହୋଇସାରିଛି। ତେବେ ଏ ଦୁଇ ଷ୍ଟାରଙ୍କ ସହ ତାଙ୍କର ବନ୍ଧୁତା ବଜାୟ ରହିଛି। ବଲିଉଡ୍ ଇଣ୍ଡଷ୍ଟ୍ରିର ପ୍ରାୟ ସମସ୍ତ କଳାକାରଙ୍କ […]

katrina

Rakesh Mallick
  • Published: Thursday, 27 July 2017
  • , Updated: 27 July 2017, 11:28 AM IST

ବଲିଉଡ୍‌ର ବାର୍ବିଡଲ୍‌ ଭାବେ ପରିଚିତ କାଟ୍ରିନା କୈଫଙ୍କ ଉପରେ ସମସ୍ତେ ଫିଦା। ତାଙ୍କର ହଟ୍‌ ଓ ସେକ୍ସି ଅନ୍ଦାଜ କୋଟି କୋଟି ଦର୍ଶକଙ୍କୁ କରିଛି ପାଗଳ। ଏମିତିକି ତାଙ୍କ ଅନ୍ଦାଜରେ ପାଗଳ ହୋଇଛନ୍ତି ସଲମାନ ଖାନ ଓ ରଣବୀର କପୁରଙ୍କ ପରି ବଲିଉଡ୍‌ ଷ୍ଟାର। ଦିନେ ଏ ଦୁହେଁ ଥିଲେ କାଟ୍ରିନାଙ୍କ ପ୍ରେମିକ। ଅବଶ୍ୟ ବ୍ରେକ୍‌ଅପ୍ ହୋଇସାରିଛି। ତେବେ ଏ ଦୁଇ ଷ୍ଟାରଙ୍କ ସହ ତାଙ୍କର ବନ୍ଧୁତା ବଜାୟ ରହିଛି। ବଲିଉଡ୍ ଇଣ୍ଡଷ୍ଟ୍ରିର ପ୍ରାୟ ସମସ୍ତ କଳାକାରଙ୍କ ସହ ତାଙ୍କର ଭଲ ସଂପର୍କ ଅଛି। କିନ୍ତୁ ଶୁଣିବାକୁ ମିଳିଛି ଏମିତି କିଛି ଅଭିନେତା ଅଛନ୍ତି ଯେଉଁମାନେ କ୍ୟାଟ୍‌ଙ୍କୁ ଡରିଥାନ୍ତି। ଆସନ୍ତୁ ଜାଣିବା ସେହି ଅଭିନେତାମାନଙ୍କୁ। ଏମାନେ ହେଲେ ବରୁଣ ଧାୱନ, ଆଦିତ୍ୟ ରାୟ କପୁର ଓ ଅର୍ଜୁନ କପୁର। ନିକଟରେ କରଣ ଜୋହରଙ୍କ ଶୋ ‘କଫି ଉଇଥ୍‌ କରଣ’କୁ ଏ ତିନି ଜଣ ଅତିଥି ହୋଇ ଆସିଥିବା ଅବସରରେ ଏହି ଖୁଲାସା କରିଥିଲେ। କିନ୍ତୁ କ୍ୟାଟ୍‌ ଏହାକୁ ମାନିବାକୁ ନାରାଜ। ସେ କହିଛନ୍ତି ଯେ ଏ ତିନି ଅଭିନେତା ମିଛ କହୁଛନ୍ତି।

କ୍ୟାଟ୍‌ଙ୍କ କହିବା ଅନୁସାରେ ବରୁଣ ଧାଓ୍ୱନଙ୍କୁ ସେ ୧୬ ବର୍ଷ ହେଲା ଜାଣିଛନ୍ତି। ସେମାନେ ବହୁ ସମୟରେ ସାଙ୍ଗ ହୋଇ ବୁଲାବୁଲି କରନ୍ତି। ସେହିଭଳି ଆଦିତ୍ୟ ରାୟ କପୁରଙ୍କୁ ସେ ‘ଫିତୁର’ ଫିଲ୍ମରୁ ଜାଣିଥିଲେ। ତାଙ୍କ ସହ ଖାସ ବନ୍ଧୁତା ନଥିଲେ ବି ଆଦିତ୍ୟ ମିଛ କହୁଛନ୍ତି ବୋଲି କ୍ୟାଟ୍ କହିଛନ୍ତି। ସେହିଭଳି ଅର୍ଜୁନ କପୁର ତାଙ୍କର ପୁରୁଣା ବନ୍ଧୁ ବୋଲି ସେ କହିଛନ୍ତି।

Related story