ରିଲ୍‌ରେ ନୁହେଁ ରିଅଲ ଲାଇଫ୍‌ରେ ଲୋକଙ୍କ ପାଇଁ ସାଜିଛନ୍ତି ହିରୋ, ଜାଣନ୍ତୁ କିଏ ଏହି ଅଭିନେତା?

ମୁମ୍ବାଇ: ବଲିଉଡ୍‌ରେ ଅନେକ ଅଭିନେତା ଅଛନ୍ତି ଯେଉଁମାନେ ଗରିବ ମାନଙ୍କୁ ସାହାଯ୍ୟ କରିବା ପାଇଁ ନିଜର ଚାରିଟି ସଂସ୍ଥା ଖୋଲିଛନ୍ତି। ଆହୁରି ଅନେକ ଅଛନ୍ତି ଯେଉଁମାନେ ଅନ୍ୟ ଚାରିଟି ସଂସ୍ଥା ମାଧ୍ୟମରେ ଗରିବଙ୍କୁ ସାହାଯ୍ୟ କରୁଛନ୍ତି। କିନ୍ତୁ ଆଜି ଆମେ ଏମିତି ଜଣେ ଅଭିନେତାଙ୍କ ବିଷୟରେ କହିବୁ ଯିଏକି ନିଜ ସମ୍ପତ୍ତିର ୯୦ ପ୍ରତିଶତ ଗରିବଙ୍କୁ ଦାନ କରି ଦେଇଛନ୍ତି। ଚାଲନ୍ତୁ ଜାଣିବା ସେ ଅଭନେତା ଜଣକ କିଏ। ନିଜର ଦମ୍‌ଦାର ଅଭିନୟ ଓ ଡାଏଲଗ୍‌ ପାଇଁ […]

aa

Rakesh Mallick
  • Published: Friday, 10 November 2017
  • , Updated: 10 November 2017, 01:43 PM IST

ମୁମ୍ବାଇ: ବଲିଉଡ୍‌ରେ ଅନେକ ଅଭିନେତା ଅଛନ୍ତି ଯେଉଁମାନେ ଗରିବ ମାନଙ୍କୁ ସାହାଯ୍ୟ କରିବା ପାଇଁ ନିଜର ଚାରିଟି ସଂସ୍ଥା ଖୋଲିଛନ୍ତି। ଆହୁରି ଅନେକ ଅଛନ୍ତି ଯେଉଁମାନେ ଅନ୍ୟ ଚାରିଟି ସଂସ୍ଥା ମାଧ୍ୟମରେ ଗରିବଙ୍କୁ ସାହାଯ୍ୟ କରୁଛନ୍ତି। କିନ୍ତୁ ଆଜି ଆମେ ଏମିତି ଜଣେ ଅଭିନେତାଙ୍କ ବିଷୟରେ କହିବୁ ଯିଏକି ନିଜ ସମ୍ପତ୍ତିର ୯୦ ପ୍ରତିଶତ ଗରିବଙ୍କୁ ଦାନ କରି ଦେଇଛନ୍ତି। ଚାଲନ୍ତୁ ଜାଣିବା ସେ ଅଭନେତା ଜଣକ କିଏ।

ନିଜର ଦମ୍‌ଦାର ଅଭିନୟ ଓ ଡାଏଲଗ୍‌ ପାଇଁ ପ୍ରସିଦ୍ଧ ନାନା ପାଟେକରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ଜଣେ ଦମ୍‌ଦାର କଳାକାର ସହ ବହୁତ ଭଲ ମଣିଷ ମଧ୍ୟ। ମହାରାଷ୍ଟ୍ରରେ ନିଜର ସମାଜ ସେବାକୁ ନେଇ ସେ ଖୁବ୍‌ ଚର୍ଚ୍ଚିତ। କିଛିଦିନ ହେବ ସେ ଏକ ଫାଉଣ୍ଡେସନ୍‌ ଗଢ଼ିଛନ୍ତି। ଏହା ଗରିବ ଲୋକଙ୍କୁ ସାହାଯ୍ୟର ହାତ ବଢାଉଛି। ଏହି ଫାଉଣ୍ଡେସନ ଲାତୁରରେ ମରୁଡ଼ି ଯୋଗୁଁ ଆତ୍ମହତ୍ୟା କରିଥିବା କୃଷକଙ୍କ ପରିବାରଙ୍କୁ ବହୁତ ସାହାଯ୍ୟ କରିଛି।

ଏହା ପୂର୍ବରୁ ବି ନାନା ପାଟେକର ଅନେକ ଭଲ କାର୍ଯ୍ୟ କରିଛନ୍ତି। ମହାରାଷ୍ଟ୍ରରେ ଅନାବୃଷ୍ଟି ବା ମରୁଡ଼ି ଯୋଗୁ ସୁଇସାଇଡ୍‌ କରିଥିବା କୃଷକଙ୍କ ପରିବାରକୁ ୧୫୦୦୦ ଟଙ୍କା ଲେଖାଏଁ ଦେଇଛନ୍ତି।

ନାନା ପାଟେକରଙ୍କ ଫାଉଣ୍ଡେସନ ମହାରାଷ୍ଟ୍ରରେ ୭୦୦ରୁ ଅଧିକ ଜଳାଶୟର ନିର୍ମାଣ କରିଛି। ନାନା ପାଟେକରଙ୍କୁ ସାହାଯ୍ୟ କରିବା ପାଇଁ ବଲିଉଡ୍‌ ସୁପରଷ୍ଟାର ଅମୀର ଖାନ୍‌ ୨୨ କୋଟି ଟଙ୍କା ଦେଇଛନ୍ତି।

ନାନା ପାଟେକର ନିଜର ୯୦ପ୍ରତିଶତ ସମ୍ପତ୍ତି ଦାନରେ ଦେଇଛନ୍ତି ଓ ନିଜ ମାଆଙ୍କ ସହ ଗୋଟିଏ ବଖରା ଥିବା ଫ୍ଲାଟ୍‌ରେ ରହୁଛନ୍ତି।

Related story