ଅଣ୍ଡରୱାର୍ଲ୍ଡ  ଭୟରେ ଦେଶ ଛାଡ଼ିଥିଲେ ଏହି ଅଭିନେତ୍ରୀ, ଶେଷ ହୋଇଯାଇଥିଲା ଅଭିନୟ ଜୀବନ

ମୁମ୍ବାଇ: ବଲିଉଡ୍‌ ଓ ଅଣ୍ଡରୱାର୍ଲ୍ଡର ସଂପର୍କ ଖୁବ୍‌ ପୁରୁଣା। କେବେ ଅଣ୍ଡରୱାର୍ଲ୍ଡକୁ ନେଇ ଫିଲ୍ମ ତିଆରି ହୁଏ ତ କେବେ ଅଣ୍ଡରୱାର୍ଲ୍ଡ ଟଙ୍କାରେ ଫିଲ୍ମ ତିଆରି ହୁଏ। ଶୁଣିବାକୁ ମିଳେ କିଛି ଅଭିନେତା ଓ ଅଭିନେତ୍ରୀଙ୍କର ଅଣ୍ଡରୱାର୍ଲ୍ଡ ଦୁନିଆ ସହ ସଂପର୍କ  ରହିଥିବା ବେଳେ ଅନ୍ୟ କିଛି ଅଭିନେତା ଓ ଅଭିନେତ୍ରୀଙ୍କୁ ଅଣ୍ଡରୱାର୍ଲ୍ଡ ପକ୍ଷରୁ ଧମକ ମଧ୍ୟ ଆସିଥାଏ। ଆମେ ଆଜି ଜଣେ ଅଭିନେତ୍ରୀଙ୍କ ବିଷୟରେ କହୁଛୁ ଯିଏ ଅଣ୍ଡରୱାର୍ଲ୍ଡ ଧମକରେ ଚିନ୍ତିତ ହୋଇ ଦେଶ ଛାଡି […]

sonamk

Rakesh Mallick
  • Published: Friday, 12 January 2018
  • , Updated: 12 January 2018, 12:23 PM IST

ମୁମ୍ବାଇ: ବଲିଉଡ୍‌ ଓ ଅଣ୍ଡରୱାର୍ଲ୍ଡର ସଂପର୍କ ଖୁବ୍‌ ପୁରୁଣା। କେବେ ଅଣ୍ଡରୱାର୍ଲ୍ଡକୁ ନେଇ ଫିଲ୍ମ ତିଆରି ହୁଏ ତ କେବେ ଅଣ୍ଡରୱାର୍ଲ୍ଡ ଟଙ୍କାରେ ଫିଲ୍ମ ତିଆରି ହୁଏ। ଶୁଣିବାକୁ ମିଳେ କିଛି ଅଭିନେତା ଓ ଅଭିନେତ୍ରୀଙ୍କର ଅଣ୍ଡରୱାର୍ଲ୍ଡ ଦୁନିଆ ସହ ସଂପର୍କ  ରହିଥିବା ବେଳେ ଅନ୍ୟ କିଛି ଅଭିନେତା ଓ ଅଭିନେତ୍ରୀଙ୍କୁ ଅଣ୍ଡରୱାର୍ଲ୍ଡ ପକ୍ଷରୁ ଧମକ ମଧ୍ୟ ଆସିଥାଏ। ଆମେ ଆଜି ଜଣେ ଅଭିନେତ୍ରୀଙ୍କ ବିଷୟରେ କହୁଛୁ ଯିଏ ଅଣ୍ଡରୱାର୍ଲ୍ଡ ଧମକରେ ଚିନ୍ତିତ ହୋଇ ଦେଶ ଛାଡି ଦେଇଥିଲେ। ଆଉ ତାଙ୍କ ଅଭିନୟ ଜୀବନରେ ପୂର୍ଣ୍ଣଛେଦ ପଡ଼ିଯାଇଥିଲା।

ଆମେ କହୁଛୁ ଅଭିନେତ୍ରୀ ସୋନମଙ୍କ ବିଷୟରେ। ତାଙ୍କ ପ୍ରକୃତ ନାଁ ବଖ୍‌ତାୱର ଖାନ୍‌। ୧୯୮୮ ମସିହାରେ ୟଶ ଚୋପ୍ରାଙ୍କ ଫିଲ୍ମ ‘ବିଜୟ’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିଥିଲା। ସେହି ଫିଲ୍ମ ପରେ ୟଶ୍‌ ଚୋପ୍ରା ତାଙ୍କ ନାଁ ସୋନମ ରଖିଥିଲେ।

ପରେ ୧୯୮୯ ଆସିଥିବା ଫିଲ୍ମ ‘ତ୍ରିଦେବ’ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ସେହି ଫିଲ୍ମର ଗୀତ ‘ତିର୍‌ଛି ଟୋପି ୱାଲେ’ ଆଜି ବି ବେଶ୍‌ ଲୋକପ୍ରିୟ। ସେହି ଫିଲ୍ମ ପରେ ସୋନମ ‘ତ୍ରିଦେବ’ର ନିର୍ଦ୍ଦେଶକ ରାଜୀବ୍‌ ରାୟଙ୍କୁ ବିବାହ କରିଥିଲେ।  ବିବାହର କିଛି ବର୍ଷ ପରେ ସୋନମ ଓ ତାଙ୍କ ସ୍ୱାମୀଙ୍କୁ ଅଣ୍ଡରୱାର୍ଲ୍ଡ ପକ୍ଷରୁ ଧମକ ଆସିଥିଲା।  ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ଦୁହିଁଙ୍କୁ ୧୯୯୭ରେ ଭାରତ ଛାଡିବାକୁ ପଡ଼ିଥିଲା। ଦେଶ ଛାଡିବା ପୂର୍ବରୁ ତାଙ୍କର ଶେଷ ଫିଲ୍ମ ଥିଲା ‘ଇନ୍‌ସାନିୟତ’। ଫିଲ୍ମଟି ୧୯୯୪ ରେ ରିଲିଜ୍‌ ହୋଇଥିଲା।

ଖବର ମୁତାବକ ଦୁହେଁ କିଛି ଦିନ ପର୍ଯ୍ୟନ୍ତ ଲସଏଞ୍ଜେଲେସ୍‌ରେ ଓ ପରେ ସୁଇଜରଲ୍ୟାଣ୍ଡ୍‌ରେ ରହିଥିଲେ।  କିଛି ବର୍ଷ ସେଠାରେ ରହିବା ପରେ ସେମାନେ ମୁମ୍ବାଇ ଫେରି ଆସିଥିଲେ। କିନ୍ତୁ ମୁମ୍ବାଇ ଫେରିବା ପରେ ସେମାନଙ୍କ ବୈବାହିକ ଜୀବନରେ ଏତେ ସମସ୍ୟା ଦେଖା ଦେଇଥିଲା ଯେ ୨୦୦୧ରେ ସେମାନଙ୍କର ବିବାହ ବିଚ୍ଛେଦ ଘଟିଥିଲା।

୨୦୦୭ରେ ସୋନମ ନିଜ ବୟଫ୍ରେଣ୍ଡ  ମୁରଲୀ ପୋଡୁୱଲଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ସାକ୍ଷତ ପୁଡୁଚେରୀରେ ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା ଓ ସେମାନେ ବିବାହ କରିଥିଲେ।

ସୋନମ ୧୯୮୭ରୁ ୧୯୯୪ ମଧ୍ୟରେ ସେ ପ୍ରାୟ ୩୦ଟି ଫିଲ୍ମରେ ଅଭିନୟ କରିଥିଲେ।

 

Related story