ସୋନାଲୀଙ୍କ ପ୍ରେମରେ ପଡ଼ି ଯାଇଥିଲେ ଏହି ପାକ୍ କ୍ରିକେଟର, ଉଠାଇ ନେବାକୁ ବି କରିଥିଲେ ଯୋଜନା

ମୁମ୍ବାଇ: ଆଜି ହେଉଛି ଫିଲ୍ମ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କ ଜନ୍ମଦିନ। ୧୯୭୫ ମସିହାରେ ଆଜିର ଦିନରେ ମୁମ୍ବାଇରେ ସେ ଜନ୍ମ ହୋଇଥିଲେ। ଏହି ହିରୋଇନ୍‌ଙ୍କ ସୌନ୍ଦର୍ଯ୍ୟରେ ଅନେକ ପାଗଳ ହୋଇଥିଲେ। ପାକିସ୍ତାନର ଜଣେ କ୍ରିକେଟ୍ ଖେଳାଳି ବି ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ। ସେ ହେଉଛନ୍ତି ପାକିସ୍ତାନର ଦ୍ରୁତ ବୋଲର ତଥା ରାୱାଲପିଣ୍ଡି ଏକ୍ସପ୍ରେସ ନାଁରେ ପରିଚିତ ସୋଏବ ଅଖତର। ଏ ଗୁମର ନିଜେ ଅଖତର ଏକ ସାକ୍ଷାତକାରରେ ଖୋଲିଥିଲେ। ଭାରତରେ ମ୍ୟାଚ୍ ଖେଳିବାକୁ ଆସିଥିବା ବେଳେ […]

sonali

Rakesh Mallick
  • Published: Monday, 01 January 2018
  • , Updated: 01 January 2018, 09:17 AM IST

ମୁମ୍ବାଇ: ଆଜି ହେଉଛି ଫିଲ୍ମ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କ ଜନ୍ମଦିନ। ୧୯୭୫ ମସିହାରେ ଆଜିର ଦିନରେ ମୁମ୍ବାଇରେ ସେ ଜନ୍ମ ହୋଇଥିଲେ। ଏହି ହିରୋଇନ୍‌ଙ୍କ ସୌନ୍ଦର୍ଯ୍ୟରେ ଅନେକ ପାଗଳ ହୋଇଥିଲେ। ପାକିସ୍ତାନର ଜଣେ କ୍ରିକେଟ୍ ଖେଳାଳି ବି ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ। ସେ ହେଉଛନ୍ତି ପାକିସ୍ତାନର ଦ୍ରୁତ ବୋଲର ତଥା ରାୱାଲପିଣ୍ଡି ଏକ୍ସପ୍ରେସ ନାଁରେ ପରିଚିତ ସୋଏବ ଅଖତର। ଏ ଗୁମର ନିଜେ ଅଖତର ଏକ ସାକ୍ଷାତକାରରେ ଖୋଲିଥିଲେ। ଭାରତରେ ମ୍ୟାଚ୍ ଖେଳିବାକୁ ଆସିଥିବା ବେଳେ ସୋନାଲୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ପ୍ରଥମ ଦେଖାରେ ହିଁ ସେ ସୋନାଲୀଙ୍କ ପ୍ରେମରେ ପଡ଼ି ଯାଇଥିଲେ।

ଏହି ସାକ୍ଷାତକାରରେ ଅଖତର ଆହୁରି ମଧ୍ୟ କହିଥିଲେ ଯେ ସେ ସୋନାଲୀଙ୍କୁ ଅପହରଣ କରି ନେବାକୁ ଯୋଜନା କରିଥିଲେ। ଅବଶ୍ୟ ଏକଥା ସେ ମଜାରେ କହିଥିଲେ।

ସୋନାଲୀ ୨୦୦୨ରେ ନିର୍ଦ୍ଦେଶକ ଗୋଲ୍‌ଡୀ ବହଲଙ୍କୁ ବିବାହ କରିଥିଲେ। ସୋଏବ ଅଖତର ୨୦୧୪ରେ ପାକିସ୍ତାନୀ ଝିଅ ରୁବାବଙ୍କୁ ବାହା ହୋଇଥିଲେ।

 

Related story