ବିନା ନିଶ, ଦାଢ଼ିର ‘ବାହୁବଲୀ’ଙ୍କୁ କ’ଣ କହିଲେ ଫ୍ୟାନ୍‌? ପଢ଼ନ୍ତୁ ଏ ରିପୋର୍ଟ...

ନୂଆଦିଲ୍ଲୀ: ବାହୁବଲୀ-୨ ରିଲିଜ୍ ହୋଇସାରିଛି। ଏହା ହିଟ୍ ବି ହୋଇସାରିଛି। ଆଉ ୟା ଭିତରେ ସେଥିରେ ବାହୁବଲୀ ଚରିତ୍ରରେ ଅଭିନୟ କରିଥିବା ପ୍ରଭାସ ଆଉ ଏକ ଫିଲ୍ମ ପାଇଁ ସୁଟିଂ ଆରମ୍ଭ କରି ସାରିଛନ୍ତି। ତାଙ୍କ ନୂଆ ଫିଲ୍ମର ନାଁ ‘ସାହୋ’। ଏହା ହେଉଛି ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ସୁଜିତଙ୍କ ଫିଲ୍ମ। ତେବେ ଏ ଫିଲ୍ମଟିକୁ ନେଇ ଚର୍ଚ୍ଚା ହେବା ପୂର୍ବରୁ ପ୍ରଭାସଙ୍କ ନୂଆ ଲୁକ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତାଙ୍କର ନୂଆ ଲୁକ୍ ସୋସିଆଲ୍ […]

PRAVAS

Rakesh Mallick
  • Published: Thursday, 08 June 2017
  • , Updated: 08 June 2017, 01:01 PM IST

ନୂଆଦିଲ୍ଲୀ: ବାହୁବଲୀ-୨ ରିଲିଜ୍ ହୋଇସାରିଛି। ଏହା ହିଟ୍ ବି ହୋଇସାରିଛି। ଆଉ ୟା ଭିତରେ ସେଥିରେ ବାହୁବଲୀ ଚରିତ୍ରରେ ଅଭିନୟ କରିଥିବା ପ୍ରଭାସ ଆଉ ଏକ ଫିଲ୍ମ ପାଇଁ ସୁଟିଂ ଆରମ୍ଭ କରି ସାରିଛନ୍ତି। ତାଙ୍କ ନୂଆ ଫିଲ୍ମର ନାଁ ‘ସାହୋ’। ଏହା ହେଉଛି ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ସୁଜିତଙ୍କ ଫିଲ୍ମ। ତେବେ ଏ ଫିଲ୍ମଟିକୁ ନେଇ ଚର୍ଚ୍ଚା ହେବା ପୂର୍ବରୁ ପ୍ରଭାସଙ୍କ ନୂଆ ଲୁକ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତାଙ୍କର ନୂଆ ଲୁକ୍ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଯାଇଛି। ପ୍ରଭାସଙ୍କ ଫ୍ୟାନ୍ କ୍ଲବ୍ ଦ୍ୱାରା ସେୟାର କରାଯାଇଥିବା ଏହି ଫଟୋରେ ସେ କ୍ଲିନ୍‌ ସେଭ୍ ହୋଇଯାଇଛନ୍ତି। ସେ ବିମାନରେ ବସିଥିବା ବେଳେ ଏହି ଫଟୋ ଉଠାଇଛନ୍ତି। ଏଥିରେ ସେ ଏକ ଟୋପି ଓ ଚଷମା ପିନ୍ଧିଛନ୍ତି। ତେବେ ଏହା ସ୍ପଷ୍ଟ ହୋଇପାରିନି ଯେ ତାଙ୍କର ଏ ଫଟୋଟି ନୂଆ ନା ପୁରୁଣା। ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଭାସଙ୍କ ଏହି ଲୁକ୍‌ ଅନେକଙ୍କୁ ପସନ୍ଦ ଆସି ନାହିଁ। ସେ କହିଁକି ଦାଢ଼ି ଓ ନିଶ କାଟି ଦେଲେ ବୋଲି ଅନେକ ପଚାରିଛନ୍ତି। ଟ୍ୱିଟ୍ କରି ସେମାନେ ଏକଥା ଲେଖିଛନ୍ତି। ସେମାନେ ଏବେବି ପ୍ରଭାସଙ୍କ ‘ବାହୁବଲୀ’ ଲୁକ୍‌କୁ ପସନ୍ଦ କରନ୍ତି ବୋଲି ଲେଖିଛନ୍ତି।

Related story