ପପୁଲାର ପର୍ଣ୍ଣ ଷ୍ଟାର: ଫଲୋଅର୍ସରେ ନରେନ୍ଦ୍ର ମୋଦି ଏବଂ ମୁକେଶ ଅମ୍ବାନିଙ୍କୁ ପକାଇଲେ ପଛରେ

ମୁମ୍ବାଇ: ବଲିଉଡ ନିର୍ଦ୍ଧେଶକ ରାମ ଗୋପାଲ ବର୍ମା ଆମେରିକାର ଏକ ଚର୍ଚ୍ଚିତ ପର୍ଣ୍ଣ ଷ୍ଟାରଙ୍କୁ ବଲିଉଡ୍‌ରେ ଲଞ୍ଚ କରିଛନ୍ତି। ତାଙ୍କ ବଲିଉଡ୍ ଫିଲ୍ନ ‘ଗଡ୍,ସେକ୍ସ ଅର ଟ୍ରୁଥ୍’ରେ ସେ ମିଆ ମାଲକୋବାଙ୍କୁ ଅଭିନୟ କରିବାର ସୁଯୋଗ ଦେଇଛନ୍ତି। ବଲିଉଡରେ ଡେବ୍ୟୁ କରୁଥିବା ମିଆକୁ ନେଇ ରାମଗୋପାଲ କହିଛନ୍ତି ଯେ ମିଆ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁକେଶ ଅମ୍ବାନିଙ୍କଠାରୁ ଅଧିକ ପପୁଲାର। ନିକଟରେ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଗ୍ରାଫ ସେୟାର କରି ସେ ଏହାକୁ […]

Popular

Rakesh Mallick
  • Published: Friday, 26 January 2018
  • , Updated: 26 January 2018, 06:11 PM IST

ମୁମ୍ବାଇ: ବଲିଉଡ ନିର୍ଦ୍ଧେଶକ ରାମ ଗୋପାଲ ବର୍ମା ଆମେରିକାର ଏକ ଚର୍ଚ୍ଚିତ ପର୍ଣ୍ଣ ଷ୍ଟାରଙ୍କୁ ବଲିଉଡ୍‌ରେ ଲଞ୍ଚ କରିଛନ୍ତି। ତାଙ୍କ ବଲିଉଡ୍ ଫିଲ୍ନ 'ଗଡ୍,ସେକ୍ସ ଅର ଟ୍ରୁଥ୍'ରେ ସେ ମିଆ ମାଲକୋବାଙ୍କୁ ଅଭିନୟ କରିବାର ସୁଯୋଗ ଦେଇଛନ୍ତି।

ବଲିଉଡରେ ଡେବ୍ୟୁ କରୁଥିବା ମିଆକୁ ନେଇ ରାମଗୋପାଲ କହିଛନ୍ତି ଯେ ମିଆ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁକେଶ ଅମ୍ବାନିଙ୍କଠାରୁ ଅଧିକ ପପୁଲାର। ନିକଟରେ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଗ୍ରାଫ ସେୟାର କରି ସେ ଏହାକୁ ପ୍ରମାଣ କରିଛନ୍ତି। ଏହି ଗ୍ରାଫରେ ମିଆଙ୍କ ଫଲୋଅର୍ସ ନରେନ୍ଦ୍ର ମୋଦି ଓ ମୁକେଶ ଅମ୍ବାନୀଙ୍କଠୁ ଅଧିକ ଥିବାର ଦେଖାଦେଇଛି।

ରାମ ଗୋପାଲଙ୍କ ପିଲ୍ମ 'ଗଡ୍,ସେକ୍ସ ଅର ଟ୍ରୁଥ୍' ଆଜି ରିଲିଜ୍‌ ହୋଇଛି। ରିଲିଜ୍ ପୂର୍ବରୁ ଫିଲ୍ମକୁ ନେଇ ବିବାଦ ଦେଖାଦେଇଥିଲା। ଆନ୍ଧ୍ର ପ୍ରଦେଶରେ ବିଜେପି ମହିଳା ମୋର୍ଚ୍ଚା ନେତା ଏହାକୁ ବ୍ୟାନ୍ କରିବା ପାଇଁ ଦାବି କରିଥିଲେ। ଫିଲ୍ମର ବିଷୟ ବସ୍ତୁକୁ ନେଇ ସେମାନେ ଥାନାରେ ମଧ୍ୟ ଅଭିଯୋଗ କିରିଥିଲେ। ସେମାନେ ରାମ ଗୋପାଲ ବର୍ମାଙ୍କୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ସମାଜକୁ କ'ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏବଂ ଏହି ଫିଲ୍ମ ଦ୍ୱାରା ବିବାହ ବ୍ୟବସ୍ଥା ସଂକଟରେ ରହିବ ବୋଲି ସେମାନେ କହିଥିଲେ।

Related story