ଥିଲେ ଜଣେ ଅକ୍ଷୟ...

ଭୁବନେଶ୍ୱର: ଆଧୁନିକ ଓଡ଼ିଆ ସଂଗୀତ ଜଗତର କିମ୍ୱଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତିଙ୍କର ଆଜି ଜନ୍ମ ଦିନ। ୧୯୩୭ ମସିହା ଅକ୍ଟୋବର ୧୨ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସେ। ତାଙ୍କ ବାପାଙ୍କ ନାଁ ବିଚିତ୍ରାନନ୍ଦ ମହାନ୍ତି ଓ ମା‘ଙ୍କ ନାମ ସବୁର୍ଣ୍ଣା ମଞ୍ଜରୀ ମହାନ୍ତି। ପିଲାଟି ଦିନରୁ ସେ ସଂଗୀତ ପ୍ରତି ଆକର୍ଷିତ ହୋଇଥିଲେ। ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଓଡ଼ିଆ ସଂଗୀତ ଜଗତକୁ ବାନ୍ଧି ରଖିଥିଲେ ନିଜ ଯାଦୁକାରୀ କଣ୍ଠର ଚମତ୍କାରିତାରେ। ଖଟିରୁ ଖଟିରୁ ହୋଇଯାଉଥିଲା ଗୀତ ରଚନା, କମ୍ପୋଜିସନ୍ […]

Rakesh Mallick
  • Published: Thursday, 12 October 2017
  • , Updated: 12 October 2017, 12:07 PM IST

ଭୁବନେଶ୍ୱର: ଆଧୁନିକ ଓଡ଼ିଆ ସଂଗୀତ ଜଗତର କିମ୍ୱଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତିଙ୍କର ଆଜି ଜନ୍ମ ଦିନ। ୧୯୩୭ ମସିହା ଅକ୍ଟୋବର ୧୨ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସେ। ତାଙ୍କ ବାପାଙ୍କ ନାଁ ବିଚିତ୍ରାନନ୍ଦ ମହାନ୍ତି ଓ ମା'ଙ୍କ ନାମ ସବୁର୍ଣ୍ଣା ମଞ୍ଜରୀ ମହାନ୍ତି। ପିଲାଟି ଦିନରୁ ସେ ସଂଗୀତ ପ୍ରତି ଆକର୍ଷିତ ହୋଇଥିଲେ। ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଓଡ଼ିଆ ସଂଗୀତ ଜଗତକୁ ବାନ୍ଧି ରଖିଥିଲେ ନିଜ ଯାଦୁକାରୀ କଣ୍ଠର ଚମତ୍କାରିତାରେ। ଖଟିରୁ ଖଟିରୁ ହୋଇଯାଉଥିଲା ଗୀତ ରଚନା, କମ୍ପୋଜିସନ୍ ଓ ସବୁକିଛି। ସେ ଖଟି ସଂଗୀତ ହିଁ ଅକ୍ଷୟକୁ ଦେଇଥିଲା ଏକ ଭିନ୍ନ ପରିଚୟ। ଆଉ  ଓଡ଼ିଆ ସଂଗୀତ ଜଗତକୁ ଦେଇ ଚାଲିଥିଲେ ଗୋଟିଏ ପରେ ଗୋଟିଏ ସୁପହିଟ୍ ଗୀତ।

ସେ ୧୯୫୬ରେ ଆକାଶବାଣୀର କଣ୍ଠଶିଳ୍ପୀ ଓ ଗୀତକାର ଭାବେ ସ୍ୱୀକୃତି ପାଇଲେ। ମଧୁ ସଞ୍ଜରେ ଭ୍ରମରା’.....ଥିଲା ଆକାଶବାଣୀରେ  ତାଙ୍କ ଗାଇଥିବା ପ୍ରଥମ ଗୀତ। ଓଡ଼ିଆ ଚଳଚ୍ଚିତ୍ର ମା'ରେ ଗୋରୀ....ଗୋରୀ..ଗୋରୀ....ଗୀତରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ୧୩୦ଟି ଚଳଚ୍ଚିତ୍ରର ସେ ଥିଲେ ପ୍ରଚ୍ଛଦପଟ ଗାୟକ।

ଓଡ଼ିଆ ସଂଗୀତ ଜଗତକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଜୟଦେବ ପୁରସ୍କାର ଓ ସାତ ଥର ରାଜ୍ୟର ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ପୁରସ୍କାର ପାଇଛନ୍ତି। ବହୁ ଅନୁଷ୍ଠାନରୁ ସେ ପୁରସ୍କୃତ ଓ ସମ୍ୱର୍ଦ୍ଧିତ ହୋଇଛନ୍ତି। ସେ ଥିଲେ ଏକାଧାରାରରେ ଜଣେ ଗୀତିକାର, ସଂଗୀତ ନିର୍ଦ୍ଦେଶକ, ଅଭିନେତା ଓ ଲେଖକ । ଯେଉଁଠି ସେ ହାତ ଦେଇଛନ୍ତି ନିଶ୍ଚୟ ତାଙ୍କୁ ସଫଳତା ମିଳିଛି।

ସବୁ ଶ୍ରୋତାଙ୍କୁ ହସାଉଥିବା ସଂଗୀତ ଜଗତର ପ୍ରବାଦ ପୁରୁଷ ୨୦୦୨ ମସିହା ନଭେମ୍ୱର ୧୭ ତାରିଖରେ ସମସ୍ତଙ୍କ ଆଖିରେ ଲୁହ ଭରି ଚାଲିଗଲେ ଆରପାରିକୁ।

Related story