କାହିଁକି ନାଁ ବଦଳାଇଥିଲେ ଅନୁ କପୁର? ତାଙ୍କ ବିଷୟରେ କିଛି ଅଜଣା କଥା ପଢ଼ନ୍ତୁ

ମୁମ୍ବାଇ: ତିରିଶ ବର୍ଷ ହେଲାଣି ଗୀତ ଗାଉଛନ୍ତି। ଆଜି ବି ସେ ମନୋରଞ୍ଜନ ଦୁନିଆର ଜଣେ ଖାସ୍‌ ବ୍ୟକ୍ତି। ସିଙ୍ଗିଙ୍ଗ ରିଆଲିଟି ଶୋ’ ଓ ଅନ୍ତାକ୍ଷରୀରୁ ବିକି ଡୋନରରେ ଡାକ୍ତର ଚଢା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଖୁବ୍‌ ଜବରଦସ୍ତ ରହିଛି। କିନ୍ତୁ ଏହି ଯାତ୍ରାରେ ସଫଳ ହେବା ପାଇଁ ତାଙ୍କୁ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆଜି ହେଉଛି ସେହି ବ୍ୟକ୍ତିଙ୍କ ଜନ୍ମ ଦିନ। ସେ ଆଉ କେହି ନୁହନ୍ତି, ଆମ ସମସ୍ତଙ୍କ ପ୍ରିୟ ଅନୁ […]

annu-kapoor copy

Rakesh Mallick
  • Published: Tuesday, 20 February 2018
  • , Updated: 20 February 2018, 04:43 PM IST

ମୁମ୍ବାଇ: ତିରିଶ ବର୍ଷ ହେଲାଣି ଗୀତ ଗାଉଛନ୍ତି। ଆଜି ବି ସେ ମନୋରଞ୍ଜନ ଦୁନିଆର ଜଣେ ଖାସ୍‌ ବ୍ୟକ୍ତି। ସିଙ୍ଗିଙ୍ଗ ରିଆଲିଟି ଶୋ’ ଓ ଅନ୍ତାକ୍ଷରୀରୁ ବିକି ଡୋନରରେ ଡାକ୍ତର ଚଢା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଖୁବ୍‌ ଜବରଦସ୍ତ ରହିଛି। କିନ୍ତୁ ଏହି ଯାତ୍ରାରେ ସଫଳ ହେବା ପାଇଁ ତାଙ୍କୁ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆଜି ହେଉଛି ସେହି ବ୍ୟକ୍ତିଙ୍କ ଜନ୍ମ ଦିନ। ସେ ଆଉ କେହି ନୁହନ୍ତି, ଆମ ସମସ୍ତଙ୍କ ପ୍ରିୟ ଅନୁ କପୁର। ଆଜି ତାଙ୍କର ୬୨ତମ ଜନ୍ମ ଦିବସ। ବାସ୍ତବରେ ଅନୁ କପୁରଙ୍କ ନାଁ ଅନୀଲ କପୁର।  ଅଭିନେତା ଅନୀଲ କପୁରଙ୍କ ପାଇଁ ସେ ନିଜ ନାଁ ବଦଳାଇ ଅନୁ କପୁର ରଖିଥିଲେ। ଏଭଳି ତାଙ୍କ ବିଷୟରେ ଆହୁରି ଏମିତି କଥା ଅଛି ଯାହା ହୁଏତ ଅନେକ ଜାଣି ନଥିବେ। ତେବେ ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା।

ଅନୁ କପୁର ଏବେ ହୁଏତ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ନାଁ। କିନ୍ତୁ ଗୋଟିଏ ସମୟ ଏମିତି ବି ଥିଲା ଯେବେ ତାଙ୍କ ପାଖରେ ଖାଇବାକୁ ଟଙ୍କା ନଥିଲା।  ସବୁ ସେହି ଦିନର କଥା ଯେତେବେଳେ ଅନୁ ଏନ୍‌ଏସ୍‌ଡିରେ ପଢୁଥିଲେ। ଏକ ସାକ୍ଷତକାରରେ ସେ କହିଥିଲେ,  ଯେବେ ଛୁଟି ସମୟରେ ଏନ୍‌ଏସ୍‌ଡି ବନ୍ଦ ହୋଇଯାଏ, ସେତେବେଳେ ତାଙ୍କୁ ଖୁବ୍‌ ଅସୁବିଧା ହୁଏ। ତେଣୁ ସେ ଚାଲାଖି କରି ସେଠାରେ ନିଜର ରହିବାର ବ୍ୟବସ୍ଥା ତ କରି ଦେଉଥିଲେ କିନ୍ତୁ ଖାଇବା ପାଇଁ ତାଙ୍କ ପାଖରେ ଆଦୌ ଟଙ୍କା ନଥାଏ। ଗୋଟିଏ ଦିନ ଏନ୍‌ଏସ୍‌ଡି ବାହାରେ ବସୁଥିବା ଚାହା ଦୋକାନୀ ତାଙ୍କୁ ଖାଇବାକୁ ଦେଇଥିଲେ। କିନ୍ତୁ ତା ପରଦିନ ଆଉ କୌଣସି ଚାରା ନଥିଲା। ସେହି ସମୟରେ ଜଣେ ବରିଷ୍ଠ ମହିଳା ତାଙ୍କୁ ପଞ୍ଜାବ ଭବନ ଡିନର ପାଇଁ ଡାକିଥିଲେ। ସେ ସମୟରେ ସେ ଭୋକରେ ଏମିତି ଆଉଟୁ ପାଉଟୁ ହୋଇଥିଲେ ଯେ୧୭ଟି ରୁଟି ଖାଇ ଦେଇଥିଲେ।

ଅନୁକପୁରଙ୍କ ଜନ୍ମ ପଞ୍ଜାବୀ ପରିବାରରେ ହୋଇଥିଲା। ତାଙ୍କ ମାଆ ବଙ୍ଗାଳୀ ଥିଲେ। ଅଭିନୟ ଓ ଗୀତ ଗାଇବାର ଇଛା ତାଙ୍କୁ ପ୍ରଥମରୁ ଥିଲା। ତାଙ୍କ ବାପା ଏକ ଥିଏଟର କମ୍ପାନୀ ଚଲାଉଥିଲେ।  ପରିବାରର ଅବସ୍ଥା ଏତେ ଭଲ ନଥିଲା। ସେଥିପାଇଁ  ଗୁଜୁରାଣ ମେଣ୍ଟାଇବା ପାଇଁ ଅନୁଙ୍କୁ ଅନେକ ପ୍ରକାରର କାମ କରିବାକୁ ପଡ଼ିଥିଲା। ଏମିତି କି ସେ ଚାହା ମଧ୍ୟ ବିକିଥିଲେ।

ପିଲାବେଳୁ ତାଙ୍କର ଧର୍ମ ଶାସ୍ତ୍ର ପ୍ରତି ଦୁର୍ବଳତା ଥିବାରୁ ସେ ମାତ୍ର ୧୫ ବର୍ଷ ବୟସରେ ଗୀତା, କୋରାନ୍‌, ବାଇବେଲ ପଢିସାରିଥିଲେ। କୁହାଯାଏ କି ତାଙ୍କର ବେଦ ଉପରେ ଖୁବ୍‌ ଜ୍ଞାନ। ଏବେ ଅନୁ କପୁର ରେଡିଓ ଶୋ’ ‘ସୁହାନା ସଫର’ ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଶୋ’ରେ ସେ ଫିଲ୍ମ ଜଗତ ସହ ଜଡ଼ିତ ଥିବା ଅନେକ ଅଜଣା କଥା ଶୁଣାନ୍ତି।

 

 

Related story