ବଲିଉଡ୍‌ର ବର୍ଷିଆନ୍ ଅଭିନେତା ଟମ୍ ଅଲଟରଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ର  ବର୍ଷିଆନ୍ ଅଭିନେତା ଟମ୍ ଅଲଟରଙ୍କ ପରଲୋକ। ବହୁ ଦିନ ହେଲା ସେ କର୍କଟ ରୋଗରେ ପୀଡ଼ିତ ଥିଲେ।  ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ଏହି ୬୭ ବର୍ଷ ବୟସ୍କ ଅଭିନେତାଙ୍କ ପରଲୋକ ହୋଇଛି।  ଟମ୍ ଅଲଟର ୩ ଶହରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ।  ସେ ଏକାଧାରରେ ଅଭିନେତା, ଲେଖକ, ନିର୍ଦ୍ଦେଶକ ଥିଲେ ।  ଥିଏଟରରେ ମଧ୍ୟ ତାଙ୍କର ଅବଦାନ ଅଛି। ଉଭୟ ବଡ଼ ଓ ଛୋଟ ପରଦାରେ ସେ ଅଭିନୟ କରିଛନ୍ତି। ସତରଂଜ […]

aulter

Rakesh Mallick
  • Published: Saturday, 30 September 2017
  • , Updated: 30 September 2017, 03:54 PM IST

ମୁମ୍ବାଇ: ବଲିଉଡ୍‌ର  ବର୍ଷିଆନ୍ ଅଭିନେତା ଟମ୍ ଅଲଟରଙ୍କ ପରଲୋକ। ବହୁ ଦିନ ହେଲା ସେ କର୍କଟ ରୋଗରେ ପୀଡ଼ିତ ଥିଲେ।  ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ଏହି ୬୭ ବର୍ଷ ବୟସ୍କ ଅଭିନେତାଙ୍କ ପରଲୋକ ହୋଇଛି।  ଟମ୍ ଅଲଟର ୩ ଶହରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ।  ସେ ଏକାଧାରରେ ଅଭିନେତା, ଲେଖକ, ନିର୍ଦ୍ଦେଶକ ଥିଲେ ।  ଥିଏଟରରେ ମଧ୍ୟ ତାଙ୍କର ଅବଦାନ ଅଛି।

ଉଭୟ ବଡ଼ ଓ ଛୋଟ ପରଦାରେ ସେ ଅଭିନୟ କରିଛନ୍ତି। ସତରଂଜ କେ ଖିଲାଡ଼ି, ଗାନ୍ଧି, ପରିନ୍ଦା, ସରଦାର, ଜୁନୁନ, ରାମ ତେରି ଗଙ୍ଗା ମୈଲି ପରି ଫିଲ୍ମରେ ସେ ଅଭିନୟ କରିଛନ୍ତି ।  ଛୋଟ ପରଦାର ଭାରତ ଏକ୍ ଖୋଜ୍ ଓ ଶକ୍ତିମାନ ସିରିଏଲରେ ବି ସେ ଅଭିନୟ କରିଛନ୍ତି।  ପ୍ରଥମେ କ୍ରୀଡ଼ା ସାମ୍ବାଦିକ ଭାବେ ସେ କ୍ୟାରିଅର ଆରମ୍ଭ କରିଥିଲେ।   ୨୦୦୮ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଇଥିଲା ।  ୧୯୫୦ ଜୁନ୍‌ ୨୨ରେ ଉତ୍ତରପ୍ରଦେଶ(ଆଜିର ଉତ୍ତରାଖଣ୍ଡ)ର ମସୁରୀରେ ଜନ୍ମଗ୍ରହଣ କରିଥିଲେ ଟମ୍ । ଜଣେ ଆମେରିକା ଖ୍ରୀଷ୍ଟିୟାନ୍‌ଙ୍କ ପୁଅ ହେଉଛନ୍ତି ଟମ୍‌।

ଫଟୋ: ବାମରୁ ଟମ୍ ଅଲଟର

 

Related story