କାଲି ହଲ୍‌କୁ ଆସିବ ଚର୍ଚ୍ଚିତ ଫିଲ୍ମ ଇନ୍ଦୁ ସରକାର: ରିଲିଜ୍ ଉପରେ ରୋକ୍‌ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଧୁର ଭଣ୍ଡାରକରଙ୍କ ବିବାଦୀୟ ଫିଲ୍ମ ଇନ୍ଦୁ ସରକାର ରିଲିଜ୍ ହେବା ରାସ୍ତାରୁ ହଟିଲା ବାଧ। ଫିଲ୍ମ ରିଲିଜ୍ ଉପରେ କଟକଣା ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ବ୍ୟକ୍ତିଗତ ଖ୍ୟାତି ଅପେକ୍ଷା ଜାତୀୟ ସ୍ୱାର୍ଥ ଓ ଜାଣିବାର ଅଧିକାର ବେଶୀ ଗୁରୁତ୍ୱପୂର୍ଣ୍ଣ। ୧୯୭୫ ଜରୁରୀ ପରିସ୍ଥିତି ଉପରେ ନିର୍ମାଣ ହୋଇଥିବା ଫିଲ୍ମ ଇନ୍ଦୁ ସରକାରର ରିଲିଜ୍ ପାଇଁ ଗ୍ରୀନ ସିଗ୍ନାଲ ଦେଇ ଏହି ମତ ରଖିଛନ୍ତି ସୁପ୍ରିମକୋର୍ଟ। ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ସଂଜୟ […]

indu-sarkar

Rakesh Mallick
  • Published: Thursday, 27 July 2017
  • , Updated: 27 July 2017, 05:03 PM IST

ନୂଆଦିଲ୍ଲୀ: ମଧୁର ଭଣ୍ଡାରକରଙ୍କ ବିବାଦୀୟ ଫିଲ୍ମ ଇନ୍ଦୁ ସରକାର ରିଲିଜ୍ ହେବା ରାସ୍ତାରୁ ହଟିଲା ବାଧ। ଫିଲ୍ମ ରିଲିଜ୍ ଉପରେ କଟକଣା ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ବ୍ୟକ୍ତିଗତ ଖ୍ୟାତି ଅପେକ୍ଷା ଜାତୀୟ ସ୍ୱାର୍ଥ ଓ ଜାଣିବାର ଅଧିକାର ବେଶୀ ଗୁରୁତ୍ୱପୂର୍ଣ୍ଣ। ୧୯୭୫ ଜରୁରୀ ପରିସ୍ଥିତି ଉପରେ ନିର୍ମାଣ ହୋଇଥିବା ଫିଲ୍ମ ଇନ୍ଦୁ ସରକାରର ରିଲିଜ୍ ପାଇଁ ଗ୍ରୀନ ସିଗ୍ନାଲ ଦେଇ ଏହି ମତ ରଖିଛନ୍ତି ସୁପ୍ରିମକୋର୍ଟ। ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ସଂଜୟ ଗାନ୍ଧୀଙ୍କ ଚରିତ୍ରକୁ ବିପରିତ ଭାବେ ଚିତ୍ରିତ କରାଯାଇଥିବା ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନିଜକୁ ସଂଜୟ ଗାନ୍ଧୀଙ୍କ ଝିଅ ଭାବେ ଦାବି କରୁଥିବା ପ୍ରିୟା ସିଂହ ପଲ। ଫିଲ୍ମର କଥାବସ୍ତୁ ସଂପୂର୍ଣ୍ଣ କପୋଳ କଳ୍ପିତ ଓ ଏଥିରେ ଇନ୍ଦିରା ଏବଂ ସଂଜୟଙ୍କୁ ବଦନାମ କରିବାକୁ ଉଦ୍ୟମ କରାଥିବା ସେ ଦର୍ଶାଇଥିଲେ। ତେବେ ଏହା କୌଣସି ଦସ୍ତାବିଜ୍ ନୁହେଁ, ମନୋରଂଜନ ପାଇଁ ଫିଲ୍ମର ସ୍କ୍ରିପ୍ଟକୁ ଡ୍ରାମାଟାଇଜ୍ କରାଯିବା ସହ କିଛି ତଥ୍ୟକୁ ପରିବର୍ତ୍ତନ କରାଯାଇଥିବା ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ୧୨ଟି କଟ୍ ସହ ଫିଲ୍ମକୁ ରିଲିଜ୍ ପାଇଁ କୋର୍ଟ ଅନୁମତି ଦେଇଛନ୍ତି।

ଏପଟେ ଫିଲ୍ମରେ ଗାନ୍ଧି ପରିବାର ସଂପର୍କରେ ପ୍ରତିକୂଳ ମନ୍ତବ୍ୟ ରହିଥିବା ଦର୍ଶାଇ କଂଗ୍ରେସ ପାର୍ଟି ମଧ୍ୟ ଫିଲ୍ମକୁ ବିରୋଧ କରୁଛି। ଦଳୀୟ କର୍ମୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେନ୍ସର ବୋର୍ଡକୁ ଯିବା ପୂର୍ବରୁ ଫିଲ୍ମର ପ୍ରିଭ୍ୟୁ ପାଇଁ ଦାବି ଦଳ କରିଥିଲା। ତେବେ ଭଣ୍ଡାରକର କଂଗ୍ରେସ ଦାବିକୁ ପ୍ରତ୍ୟାଖାନ କରିଦେଇଛନ୍ତି।

୧୯୭୫ ଜରୁରୀ ପରିସ୍ଥିତି ଉପରେ ପର୍ଯ୍ୟବସିତ ହୋଇଛି ଫିଲ୍ମ ଇନ୍ଦୁ ସରକାରର କଥାବସ୍ତୁ। ଏହି ସମୟର ନିର୍ଯ୍ୟାତନାର କାହାଣୀକୁ ଫିଲ୍ମରେ ଚିତ୍ରିତ କରାଯାଇଥିବା କହାଯାଉଛି। ନୀଲ ନୀତୀନ୍ ମୁକେଶ, କିର୍ତ୍ତୀ କୁଲ୍ହାରୀ ଓ ଅନୁପମ୍ ଖେର ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି।

Related story