ସୋସିଆଲ ମିଡିଆରେ ଟ୍ରୋଲ: ମଲାଇକା ଦେଲେ ଜୋରଦାର ଜବାବ୍

ସୋସିଆଲ ମିଡିଆରେ ବଲିଉଡ୍ ଷ୍ଟାରମାନଙ୍କୁ ଟ୍ରୋଲ କରିବା ଏକ ସାଧାରଣ କଥା ହେଇଗଲାଣି। ବଲିଉଡର ନାୟିକାମାନେ ଏହି ଟ୍ରୋଲଗୁଡିକୁ ସାଧାରଣତଃ ଅଣଦେଖା କରିଦେଇଥାନ୍ତି। ହେଲେ ମଲାଇକା ଆରୋରା ଏପରି ନୁହଁନ୍ତି। ତାଙ୍କୁ ଏକ ପୋଷ୍ଟରେ କିଛି ଲୋକ ଟ୍ରୋଲ କରିବା ପରେ ଏହାର କରାରା ଜବାବ ଦେଇଛନ୍ତି ମଲାଇକା। ନିକଟରେ ମୁମ୍ବାଇର ଜଣେ ଫଟୋଗ୍ରାଫର ମଲାଇକାଙ୍କର ଏକ ସର୍ଟସ୍ ପିନ୍ଧା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଅନେକ ମଲାଇକାଙ୍କୁ ପ୍ରଶଂସା କରିଛନ୍ତି। ଆଉକିଛି […]

malaika

malaika

Rakesh Mallick
  • Published: Thursday, 03 August 2017
  • Updated: 03 August 2017, 09:36 PM IST

Sports

Latest News

ସୋସିଆଲ ମିଡିଆରେ ବଲିଉଡ୍ ଷ୍ଟାରମାନଙ୍କୁ ଟ୍ରୋଲ କରିବା ଏକ ସାଧାରଣ କଥା ହେଇଗଲାଣି। ବଲିଉଡର ନାୟିକାମାନେ ଏହି ଟ୍ରୋଲଗୁଡିକୁ ସାଧାରଣତଃ ଅଣଦେଖା କରିଦେଇଥାନ୍ତି। ହେଲେ ମଲାଇକା ଆରୋରା ଏପରି ନୁହଁନ୍ତି। ତାଙ୍କୁ ଏକ ପୋଷ୍ଟରେ କିଛି ଲୋକ ଟ୍ରୋଲ କରିବା ପରେ ଏହାର କରାରା ଜବାବ ଦେଇଛନ୍ତି ମଲାଇକା।

ନିକଟରେ ମୁମ୍ବାଇର ଜଣେ ଫଟୋଗ୍ରାଫର ମଲାଇକାଙ୍କର ଏକ ସର୍ଟସ୍ ପିନ୍ଧା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଅନେକ ମଲାଇକାଙ୍କୁ ପ୍ରଶଂସା କରିଛନ୍ତି। ଆଉକିଛି ତାଙ୍କୁ ଟ୍ରୋଲ କରିଛନ୍ତି। ଅରବାଜଙ୍କଠାରୁ ଛାଡପତ୍ର ପରେ ମଲାଇକା ପାଉଥିବା ମୋଟାଅଙ୍କର ଅର୍ଥରେ ମଉଜ କରୁଥିବା ଲେଖିଛନ୍ତି।

ଆଉ କିଛି କମେଣ୍ଟ ଦେଇ କହିଛନ୍ତି, ମଲାଇକାର ଜାବନ ଏବେ  ଛୋଟ ଡ୍ରେସ୍ ପିନ୍ଧିବା, ଜିମ୍ ଯିବା ଓ ଛୁଟି ମନାଇବାରେ ହିଁ କଟୁଛି। ତୁମର କ’ଣ ସତରେ ଆଉ କିଛି କାମ ନାହିଁ, ନା କେବଳ ସ୍ୱାମୀଠୁ ମିଳିଥିବା ଟଙ୍କାରେ ଅଏସ୍ କରୁଛ ?

ସିଙ୍ଗିଲ ଲାଇଫ୍ ମେଣ୍ଟେନ କରୁଥିବା ମଲାଇକାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯିବା ପରେ ସେ ଏହାକୁ ଅଣଦେଖା କରିନାହାନ୍ତି। ସେ ଜବାବ ଦେଇ କହିଛନ୍ତି- “ସାଧାରଣତଃ ଏପରି କମେଣ୍ଟକୁ ମୁଁ ଅଣଦେଖା କରେ। କାରଣ ଏହାର ଜବାବ ଦେବା ମୋ ସମ୍ମାନର ବିରୁଦ୍ଧ କରୁଛି। କିନ୍ତୁ ଏଠି ମୋତେ କହିବାକୁ ପଡୁଛି, ତୁମେ କିଛି କହିବା ପୂର୍ବରୁ ନିଜ ତଥ୍ୟଗୁଡିକୁ ଟିକେ ଯାଞ୍ଚ କରିନେବା ଦରକାର। ଖାସକରି ସେତେବେଳେ ତୁମେ ମୋ ବିଷୟରେ କିଛି ନଜାଣି କେବଳ ସେଠାରେ ବସି ମୋ ଉପରେ ନିଜର ରାୟ ଶୁଣାଇ ଚାଲିଛ। ତେଣୁ ମୁଁ ତୁମକୁ ଉପଦେଶ ଦେବାକୁ ଚାହିଁବି ଯେ, ତୁମେ କୌଣସି ଭଲ କାମ ଖୋଜିନିଅ, କାରଣ ଯାହା ଲାଗୁଛି ତୁମ ପାଖରେ କୌଣସି ଭଲ କାମ କରିବାକୁ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos