‘ତୁ ମୋ ଲଭ୍‌ ଷ୍ଟୋରୀ’ର ଅଡ଼ିଓ ରିଲିଜ୍‌

ଭୁବନେଶ୍ୱର: ରିଲିଜ୍‌ ହୋଇଛି ଅପକମିଂ ଓଲିଉଡ୍‌ ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ’ର ଅଡ଼ିଓ। ଭୁବନେଶ୍ୱରରେ ଆୟୋଜିତ ଏକ ଉତ୍ସବରେ ଅଭିନେତା ଅନୁଭବ ମହାନ୍ତି ସିଡିର ଉନ୍ମୋଚନ କରିଥିଲେ। ଏହି ଅବସରରେ ଫିଲ୍ମର ପ୍ରଯୋଜକ ଦୀପକ କୁମାର ମିଶ୍ର, ନିର୍ଦ୍ଦେଶକ ତାପସ ସରଗରିଆ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଓ ଅଭିନେତା ମିହିରି ଦାସ ପ୍ରମୁଖ ଉପସ୍ଥିତ ଥିଲେ। ତରଙ୍ଗ ସିନେ ପ୍ରଡକସନ୍‌ ଓ ଡିକେ ମୁଭିଜର ମିଳିତ ଉଦ୍ୟମରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମ ଟିନ୍‌ ଏଜ୍‌ […]

love story

Rakesh Mallick
  • Published: Wednesday, 08 March 2017
  • , Updated: 08 March 2017, 09:01 AM IST

ଭୁବନେଶ୍ୱର: ରିଲିଜ୍‌ ହୋଇଛି ଅପକମିଂ ଓଲିଉଡ୍‌ ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ’ର ଅଡ଼ିଓ। ଭୁବନେଶ୍ୱରରେ ଆୟୋଜିତ ଏକ ଉତ୍ସବରେ ଅଭିନେତା ଅନୁଭବ ମହାନ୍ତି ସିଡିର ଉନ୍ମୋଚନ କରିଥିଲେ। ଏହି ଅବସରରେ ଫିଲ୍ମର ପ୍ରଯୋଜକ ଦୀପକ କୁମାର ମିଶ୍ର, ନିର୍ଦ୍ଦେଶକ ତାପସ ସରଗରିଆ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଓ ଅଭିନେତା ମିହିରି ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ତରଙ୍ଗ ସିନେ ପ୍ରଡକସନ୍‌ ଓ ଡିକେ ମୁଭିଜର ମିଳିତ ଉଦ୍ୟମରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମ ଟିନ୍‌ ଏଜ୍‌ ଲଭ୍‌ ଷ୍ଟୋରୀ ଉପରେ ଆଧାରିତ। ଏହି ଫିଲ୍ମ ମାଧ୍ୟମରେ  ଓଲିଉଡ ଏଣ୍ଟ୍ରି କରିଛନ୍ତି ନୂଆ ନାୟକ ସୌରାଜ ଓ ନାୟିକା ଭୂମିକା। ଲଭ୍‌ ରୋମାଣ୍ଟିକ୍‌ ଓ ଆଇଟମ୍‌ ଭଳି ଫିଲ୍ମରେ ରହିଛି ୫ଟି ଗୀତ। ପ୍ରତ୍ୟେକ ଗୀତକୁ ଖୁବ୍‌ ସୁନ୍ଦର କମ୍ପୋଜ୍‌ କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ। ହ୍ୟୁମାନ ସାଗର ଓ ଦୀପ୍ତିରେଖା ଅନନ୍ୟା ଅଛନ୍ତି।  ଆଶତୋଷ ଫିଲ୍ମରେ କଣ୍ଠଦାନ କରିଥିଲା ବେଳେ ‘ତୁ ମୋ ଲଭ୍‌ ଷ୍ଟୋରୀ’ର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଗରିଆ।

Related story