ରିଲିଜ୍ ପୂର୍ବରୁ ‘ଟ୍ୟୁବଲାଇଟ’ର ରେକର୍ଡ; ଗୋଟିଏ ଦିନରେ ଟିଜର ଦେଖିଲେ ୭୦ ଲକ୍ଷ ଦର୍ଶକ

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନଙ୍କ ଆଗାମୀ ଫିଲ୍ମ ‘ଟ୍ୟୁବଲାଇଟ’ର ଟିଜରକୁ ବହୁଦିନରୁ ଅପେକ୍ଷା କରି ରହିଥିଲେ ଦର୍ଶକ। ଦର୍ଶକଙ୍କ ଏହି ଅପେକ୍ଷାର ଅନ୍ତ ଘଟିଛି। ଗୁରୁବାର ‘ଟ୍ୟୁବଲାଇଟ’ର ଟିଜର ରିଲିଜ୍‌ ହୋଇଛି। ସଲମାନଙ୍କୁ ସିନେପ୍ରେମୀ କେତେ ଭଲ ପାଆନ୍ତି ତାହା ଏହି ଟିଜରରୁ ପୁଣି ପ୍ରମାଣିତ ହୋଇଛି। ଏହି ଟିଜରକୁ ଗୋଟିଏ ଦିନରେ ୭୦ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି। ଏହା ଏକ ରେକର୍ଡ। ‘ଟ୍ୟୁବଲାଇଟ’ର ଟିଜରକୁ ଗୋଟିଏ ଦିନରେ ସବୁଠୁ ଅଧିକ ଲାଇକ୍‌ ମଧ୍ୟ ମିଳିଛି। […]

salmankhan

Rakesh Mallick
  • Published: Saturday, 06 May 2017
  • , Updated: 06 May 2017, 08:55 AM IST

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନଙ୍କ ଆଗାମୀ ଫିଲ୍ମ ‘ଟ୍ୟୁବଲାଇଟ’ର ଟିଜରକୁ ବହୁଦିନରୁ ଅପେକ୍ଷା କରି ରହିଥିଲେ ଦର୍ଶକ। ଦର୍ଶକଙ୍କ ଏହି ଅପେକ୍ଷାର ଅନ୍ତ ଘଟିଛି। ଗୁରୁବାର ‘ଟ୍ୟୁବଲାଇଟ’ର ଟିଜର ରିଲିଜ୍‌ ହୋଇଛି। ସଲମାନଙ୍କୁ ସିନେପ୍ରେମୀ କେତେ ଭଲ ପାଆନ୍ତି ତାହା ଏହି ଟିଜରରୁ ପୁଣି ପ୍ରମାଣିତ ହୋଇଛି। ଏହି ଟିଜରକୁ ଗୋଟିଏ ଦିନରେ ୭୦ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି। ଏହା ଏକ ରେକର୍ଡ।

‘ଟ୍ୟୁବଲାଇଟ’ର ଟିଜରକୁ ଗୋଟିଏ ଦିନରେ ସବୁଠୁ ଅଧିକ ଲାଇକ୍‌ ମଧ୍ୟ ମିଳିଛି। ଗୋଟିଏ ଦିନରେ ଏହି ଟିଜରକୁ ୨ ଲକ୍ଷରୁ ଅଧିକ ଲାଇକ୍‌ ମିଳିଛି। ଏହା ବି ଏକ ରେକର୍ଡ।

ଫିଲ୍ମଟି ଚଳିତ ବର୍ଷ ଇଦ୍‌ରେ ରିଲିଜ୍‌ ହେବ। ସଲମାନଙ୍କ ସହ ନିର୍ଦ୍ଦେଶକ କବୀର ଖାନ୍‌ଙ୍କ ଏହା ତୃତୀୟ ଫିଲ୍ମ।

 

ସୌଜନ୍ୟ: ଆଜ୍‌ତକ୍‌

ଫଟୋ ସୌଜନ୍ୟ: ଆଜ୍‌ତକ୍‌

Related story