ଫାଟିଗଲା ଟ୍ୟୁବଲାଇଟ୍: ଟ୍ୱିଟର ଫଲୋର୍ସଙ୍କ ଉପରେ କାହିଁକି ରାଗିଲେ ଭାଇଜାନ୍

ଭାଇଜାନ ସଲମାନ ଖାନ କିଛି ଫ୍ୟାନଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି। ଟ୍ୱିଟରରେ ଅଶ୍ଳୀଳ ଭାଷାର ପ୍ରୟୋଗ କରୁଥିବା କିଛି ଫ୍ୟାନ୍‌ଙ୍କୁ କଟୁ ଭାଷାରେ ସମାଲୋଚନା କରିଛନ୍ତି। ଏପରିକି ସେ ଏହି ଫ୍ୟାନ୍‌ମାନଙ୍କୁ ‘ଦମ୍‌ ଅଛି ତ ସମ୍ନାକୁ ଆସ ନ ହେଲେ ଭାଡ ମେ ଯାଓ’ ବୋଲି କହିବାକୁ ପଛାଇ ନାହାନ୍ତି। ସେ କହିଛନ୍ତି,“ଯେଉଁମାନେ ଫେକ ଆଇଡି ବନେଇ ଗାଳି ଦେଉଛନ୍ତି, ସେମାନେ ଭାଡ୍ ମେ ଯାଏଁ। ଯଦି ଟ୍ୱିଟର ଜରିଆରେ କାହାକୁ କିଛି କହିବାର ଅଛି […]

salman-khan-tubelight-twitt

Rakesh Mallick
  • Published: Monday, 05 June 2017
  • , Updated: 05 June 2017, 05:12 PM IST

ଭାଇଜାନ ସଲମାନ ଖାନ କିଛି ଫ୍ୟାନଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି। ଟ୍ୱିଟରରେ ଅଶ୍ଳୀଳ ଭାଷାର ପ୍ରୟୋଗ କରୁଥିବା କିଛି ଫ୍ୟାନ୍‌ଙ୍କୁ କଟୁ ଭାଷାରେ ସମାଲୋଚନା କରିଛନ୍ତି। ଏପରିକି ସେ ଏହି ଫ୍ୟାନ୍‌ମାନଙ୍କୁ ‘ଦମ୍‌ ଅଛି ତ ସମ୍ନାକୁ ଆସ ନ ହେଲେ ଭାଡ ମେ ଯାଓ’ ବୋଲି କହିବାକୁ ପଛାଇ ନାହାନ୍ତି।

ସେ କହିଛନ୍ତି,“ଯେଉଁମାନେ ଫେକ ଆଇଡି ବନେଇ ଗାଳି ଦେଉଛନ୍ତି, ସେମାନେ ଭାଡ୍ ମେ ଯାଏଁ। ଯଦି ଟ୍ୱିଟର ଜରିଆରେ କାହାକୁ କିଛି କହିବାର ଅଛି ତେବେ ନିଜର ଅସଲି ଆଇଡି ବ୍ୟବହାର କରନ୍ତୁ।”

ଟ୍ୟୁବଲାଇଟର ଏକ ପ୍ରମୋଶନ ଇଣ୍ଟରଭ୍ୟୁରେ ସେ କହିଛନ୍ତି,“ଯେଉଁମାନେ ଫେକ ଆଇଡିର ବ୍ୟବହାର କରି ଗାଳି ଦେଉଛନ୍ତି ସେ ସେମାନଙ୍କୁ ନିଜ ଫ୍ୟାନ ମାନନ୍ତି ନାହିଁ।”

ସଲମାନ କିଛି ଟ୍ୱିଟ କଲେ ତା’ର ରେସପନ୍ସ ଦେଖନ୍ତି। ଯଦି କେବେ କେହି ଖରାପ ଭାଷା ପ୍ରୟୋଗ କରେ ତାଙ୍କୁ ବହୁତ ଖରାପ ଲଗାଥିଏ। ଏପରି ପ୍ରାୟ ୧୮ରୁ ୨୦ଟି ଆଇଡରୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦିଆଯାଉଥିବା ଜଣାପଡିଛି।

ଏପରି ନକଲି ଆଇଡି ବନେଇ ଗାଳି ଦେଉଥିବା ବ୍ୟକ୍ତିଙ୍କୁ ତାଙ୍କ ବାପାମାଆ ଦେଇଥିବା ଶିକ୍ଷା ଉପରେ ମଧ୍ୟ ସଲମାନ ପ୍ରଶ୍ନ ଉଠାଇଛନ୍ତି। ଏମିତି ଫେକ ଫଲୋର୍ସ ଦରକାର ନାହିଁ ବୋଲି ଭାଇଜାନ କହିଛନ୍ତି।

Related story