ଘରୋଇ ହିଂସା ଅଭିଯୋଗ ଆଣିଲେ ଟେଲି ଅଭିନେତ୍ରୀ ଶ୍ୱେତା ତିୱାରୀ

ମୁମ୍ୱାଇ: ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ତଥା ‘ବିଗବସ୍‌’ ଫେମ୍‌ର ଶ୍ୱେତା ତିୱାରୀ ସ୍ୱାମୀ ଅଭିନବ କୋହଲିଙ୍କ ବିରୋଧରେ ପୁଲିସରେ ମାମଲା ଦାୟର୍‌ କରିଛନ୍ତି। ଅଭିନବ ତାଙ୍କ ଝିଅ ପଲକକୁ ବାଡ଼େଇବା ସହିତ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଛନ୍ତି ବୋଲି ଶ୍ୱେତା ପୁଲିସରେ ଅଭିଯୋଗ କରିଛନ୍ତି। ‘ସ୍ପଟ୍‌ବୟ’ର ରିପୋର୍ଟ ଅନୁସାରେ ୧ ବର୍ଷ ଧରି ଶ୍ୱେତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। କିନ୍ତୁ ଅଭିନବ ମଦ ପିଇ ତାଙ୍କ ଝିଅକୁ ମାଡ଼ପିଟ୍‌ କରିବା […]

sweta2

Puspanjali Panda
  • Published: Monday, 12 August 2019
  • , Updated: 12 August 2019, 05:27 PM IST

ମୁମ୍ୱାଇ: ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ତଥା ‘ବିଗବସ୍‌’ ଫେମ୍‌ର ଶ୍ୱେତା ତିୱାରୀ ସ୍ୱାମୀ ଅଭିନବ କୋହଲିଙ୍କ ବିରୋଧରେ ପୁଲିସରେ ମାମଲା ଦାୟର୍‌ କରିଛନ୍ତି। ଅଭିନବ ତାଙ୍କ ଝିଅ ପଲକକୁ ବାଡ଼େଇବା ସହିତ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଛନ୍ତି ବୋଲି ଶ୍ୱେତା ପୁଲିସରେ ଅଭିଯୋଗ କରିଛନ୍ତି। 'ସ୍ପଟ୍‌ବୟ'ର ରିପୋର୍ଟ ଅନୁସାରେ ୧ ବର୍ଷ ଧରି ଶ୍ୱେତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। କିନ୍ତୁ ଅଭିନବ ମଦ ପିଇ ତାଙ୍କ ଝିଅକୁ ମାଡ଼ପିଟ୍‌ କରିବା ପରେ ଶ୍ୱେତା ବାଧ୍ୟ ହୋଇ ପୁଲିସରେ ମାମଲା ରୁଜୁ କରିଛନ୍ତି।

ଏହା ପ୍ରଥମ ନୁହେଁ, ଦ୍ୱିତୀୟ ଥର ପାଇଁ ଶ୍ୱେତା ଏପରି ଘରୋଇ ହିଂସାର ଶିକାର ହୋଇଛନ୍ତି। ଅଭିନବ କୋହଲି ହେଉଛନ୍ତି ଶ୍ୱେତାଙ୍କର ଦ୍ୱିତୀୟ ସ୍ୱାମୀ। ୨୦୦୭ ମସିହାରେ ଶ୍ୱେତା ତାଙ୍କର ପ୍ରଥମ ସ୍ୱାମୀଙ୍କୁ ଘରୋଇ ହିଂସା ଯୋଗୁ ଛାଡ଼ପତ୍ର ଦେଇଥିଲେ। ଏହାପରେ ସେ ୨୦୧୩ରେ ଅଭିନବ କୋହଲିଙ୍କୁ ବିବାହ କରିଥିଲେ। ପଲକ ହେଉଛନ୍ତି ଶ୍ୱେତାଙ୍କର ପ୍ରଥମ ସ୍ୱାମୀଙ୍କର ଝିଅ।

https://www.instagram.com/p/Bevnv6TBYRq/?utm_source=ig_web_copy_link

ଶ୍ୱେତାଙ୍କର ଅଭିଯୋଗ ପରେ ପୁଲିସ ତାଙ୍କ ସ୍ୱାମୀ ଅଭିନବଙ୍କୁ ପୁଲିସ ଷ୍ଟେସନ ନେଇ ୪ ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା କରିଥିଲା। କିନ୍ତୁ ବୁଝାମଣା ପରେ ପୁଲିସ ଅଭିନବଙ୍କୁ ଛାଡ଼ି ଦେଇଥିବା 'ସ୍ପଟବୟ'ର ରିପୋର୍ଟରୁ ଜଣାପଡ଼ିଛି।

ଟିଭି ସିରିଏଲ୍‌ ‘କସୌଟି ଜିନ୍ଦେଗୀ’ରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଶ୍ୱେତା ତିୱାରୀ ୨୦୧୦ ମସିହାରେ ‘ବିଗବସ୍‌’ରେ ବିଜେତା ମଧ୍ୟ ହୋଇଥିଲେ।

Related story