ଶ୍ରେନୁଙ୍କଠାରୁ ଚାପୁଡ଼ା ଖାଇଲେ ରାହୁଲ

ମୁମ୍ବାଇ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରମୋଦ ମହାଜନଙ୍କ ପୁଅ ରାହୁଲ ମହାଜନ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଜଣେ ଅଭିନେତ୍ରୀଙ୍କଠାରୁ ମାଡ଼ ଖାଇ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କୁ ଥାପଡ଼ ମାରିଥିବା ଅଭିନେତ୍ରୀଙ୍କ ନାଁ ଶ୍ରେନୁ ପାରିଖ। ଘଟଣାଟି ଗତ ମଙ୍ଗଳବାର ଘଟିଥିଲା। ତେବେ ଶ୍ରେନୁ କାହିଁକି ରାହୁଲଙ୍କୁ ଥାପଡ଼ ମାରିଥିଲେ, ଜାଣିଛନ୍ତି? ଆମେ ଆପଣଙ୍କୁ ପୂରା ଘଟଣାଟି କହି ଦେଉଛୁ। ଆପଣଙ୍କ ପାଖରେ ଏ ଖବର ନିଶ୍ଚିତ ପହଞ୍ଚି ସାରିଥିବ ଯେ, ‘ନଚ୍ ବଲିଏ’ର […]

rahul234

Jitendra Garnayak
  • Published: Thursday, 18 July 2019
  • , Updated: 18 July 2019, 02:59 PM IST

ମୁମ୍ବାଇ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରମୋଦ ମହାଜନଙ୍କ ପୁଅ ରାହୁଲ ମହାଜନ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଜଣେ ଅଭିନେତ୍ରୀଙ୍କଠାରୁ ମାଡ଼ ଖାଇ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କୁ ଥାପଡ଼ ମାରିଥିବା ଅଭିନେତ୍ରୀଙ୍କ ନାଁ ଶ୍ରେନୁ ପାରିଖ। ଘଟଣାଟି ଗତ ମଙ୍ଗଳବାର ଘଟିଥିଲା। ତେବେ ଶ୍ରେନୁ କାହିଁକି ରାହୁଲଙ୍କୁ ଥାପଡ଼ ମାରିଥିଲେ, ଜାଣିଛନ୍ତି? ଆମେ ଆପଣଙ୍କୁ ପୂରା ଘଟଣାଟି କହି ଦେଉଛୁ।

ଆପଣଙ୍କ ପାଖରେ ଏ ଖବର ନିଶ୍ଚିତ ପହଞ୍ଚି ସାରିଥିବ ଯେ, ‘ନଚ୍ ବଲିଏ’ର ନବମ ସଂସ୍କରଣ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥର ଏହି ଡ୍ୟାନ୍ସ ଶୋ’ରେ ବହୁତ ବଡ଼ ବଡ଼ ଷ୍ଟାର ଭାଗ ନେବେ। ଏହାର ପ୍ରିମିୟର ଶୋ’କୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଯୋଜକ ପ୍ରୟାସ ଚଳାଇଛନ୍ତି। ସେଥିପାଇଁ ଅନେକ ଜଣାଶୁଣା ଷ୍ଟାରଙ୍କୁ ଗେଷ୍ଟ୍ କପଲ୍‌ ଭାବେ ପ୍ରିମିୟର ଶୋ’କୁ ଆସିବେ। ଏମାନଙ୍କ ମଧ୍ୟରେ ରହିଛନ୍ତି ଶ୍ରେନୁ ପାରିଖ ଓ ରାହୁଲ ମହାଜନ।

[caption id="attachment_407499" align="aligncenter" width="750"] ଅଭ୍ୟାସ ବେଳେ ରାହୁଲ ଓ ଶ୍ରେଣୁ[/caption]

ମିଳିଥିବା ସୂଚନା ଅନୁଯାୟୀ, ଏହି ରିଆଲିଟି ଶୋ’ର ପ୍ରିମିୟର ପାଇଁ ଜୋରସୋର ପ୍ରସ୍ତୁତି ଚାଲିଥିବା ବେଳେ ଗତ ମଙ୍ଗଳବାର ରାହୁଲଙ୍କୁ ଚାପୁଡ଼ା ମାରିଥିଲେ ଶ୍ରେନୁ। ଆଉ ଜଙ୍ଗଲରେ ନିଆଁ ଲାଗିବା ଭଳି ଏହା ଅଳ୍ପ ସମୟ ମଧ୍ୟରେ ଚାରିଆଡ଼େ ବ୍ୟାପି ଯାଇଥିଲା। ତେବେ ଜାଣିଛନ୍ତି, ଶ୍ରେନୁ କୌଣସି କଥାରେ ଅସନ୍ତୋଷ ପ୍ରକାଶ କରି ରାହୁଲଙ୍କୁ ଚାପୁଡ଼ା ମାରି ନଥିଲେ। ଏହା ସେମାନଙ୍କ ଡ୍ୟାନ୍ସର ଏକ ଅଂଶ ଥିଲା। ରାହୁଲଙ୍କୁ ଥାପଡ଼ ମାରିବାକୁ ଶ୍ରେନୁ ଆଦୌ ରାଜି ନଥିଲେ। କିନ୍ତୁ ସମସ୍ତଙ୍କ ସହିତ ନିଜେ ରାହୁଲ ଅନୁରୋଧ କରିବା ପରେ ସେ ଚାପୁଡ଼ା ମାରିଥିଲେ।

ସୂଚନାଯୋଗ୍ୟ, ଆସନ୍ତାକାଲି ରାହୁଲ ଓ ଶ୍ରେନୁ ‘ନଚ୍ ବଲିଏ-୯’ର ଗ୍ରାଣ୍ଡ୍ ପ୍ରିମିୟର ଶୋ’ରେ ‘ସେକେଣ୍ଡ ହ୍ୟାଣ୍ଡ ଯବାନୀ’ ଗୀତରେ ନୃତ୍ୟ ପରିବେଷଣ କରିବେ।

Related story