ଟ୍ୱିଟରରେ ଝଗଡ଼ା ପରେ ସୋନାଙ୍କୁ ବ୍ଲକ୍‌ କରି ଦେଲେ ସୋନାକ୍ଷୀ

ନୂଆଦିଲ୍ଲୀ: ରକ୍‌ଷ୍ଟାର ଜଷ୍ଟିନ୍ ବୀବରଙ୍କ ମଞ୍ଚରେ ପରଫର୍ମ କରିବାକୁ ନେଇ ସମସ୍ତଙ୍କ ବିରୋଧର ଶିକାର ହୋଇଛନ୍ତି ସୋନାକ୍ଷୀ ସିହ୍ନା। ଅନେକ ଗାୟକ ଏହାକୁ ବିରୋଧ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କୈଳାସ ଖେର ଓ ଅରମାନ ମଲିକ। ଏ ଦୁଇ ଜଣ ତାଙ୍କୁ ଖୋଲାଖୋଲି ବିରୋଧ କରିଛନ୍ତି। ତେବେ ଚାରି ଆଡ଼ୁ ବିରୋଧର ସମ୍ମୁଖୀନ ହେବା ପରେ ସୋନାକ୍ଷୀ ପରଫର୍ମ କରିବେ ନାହିଁ ବୋଲି ମନା କରି ଦେଇଛନ୍ତି। ତେବେ ଏ ପ୍ରସଙ୍ଗକୁ ନେଇ ଓଡ଼ିଆ ଝିଅ […]

ppp

Rakesh Mallick
  • Published: Wednesday, 26 April 2017
  • , Updated: 26 April 2017, 02:55 PM IST

ନୂଆଦିଲ୍ଲୀ: ରକ୍‌ଷ୍ଟାର ଜଷ୍ଟିନ୍ ବୀବରଙ୍କ ମଞ୍ଚରେ ପରଫର୍ମ କରିବାକୁ ନେଇ ସମସ୍ତଙ୍କ ବିରୋଧର ଶିକାର ହୋଇଛନ୍ତି ସୋନାକ୍ଷୀ ସିହ୍ନା। ଅନେକ ଗାୟକ ଏହାକୁ ବିରୋଧ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କୈଳାସ ଖେର ଓ ଅରମାନ ମଲିକ। ଏ ଦୁଇ ଜଣ ତାଙ୍କୁ ଖୋଲାଖୋଲି ବିରୋଧ କରିଛନ୍ତି। ତେବେ ଚାରି ଆଡ଼ୁ ବିରୋଧର ସମ୍ମୁଖୀନ ହେବା ପରେ ସୋନାକ୍ଷୀ ପରଫର୍ମ କରିବେ ନାହିଁ ବୋଲି ମନା କରି ଦେଇଛନ୍ତି। ତେବେ ଏ ପ୍ରସଙ୍ଗକୁ ନେଇ ଓଡ଼ିଆ ଝିଅ ତଥା ଗାୟିକା ସୋନା ମହାପାତ୍ରଙ୍କ ସହିତ ତାଙ୍କର ମନମାଳିନ୍ୟ ହୋଇଯାଇଛି। ଏପରିକି କ୍ଷୁବ୍ଧ ସୋନାକ୍ଷୀ ତାଙ୍କ ଟ୍ୱିଟ୍‌ର ପେଜ୍‌ରେ ସୋନାଙ୍କୁ ବ୍ଲକ୍ କରି ଦେଇଛନ୍ତି। ହେଲେ ସୋନା ବି ଛାଡ଼ିବାର ଝିଅ ନୁହନ୍ତି! ସେ ସୋନାକ୍ଷୀଙ୍କ ଦ୍ୱାରା ତାଙ୍କୁ ବ୍ଲକ୍ କରାଯିବାର ପୋଷ୍ଟ୍‌ର ସ୍କ୍ରିନ୍‌ସଟ୍‌ ନେଇ ଟ୍ୱିଟରରେ ଅପ୍‌ଲୋଡ୍ କରି ଦେଇଛନ୍ତି। ଆଉ ତା ସହିତ ଲେଖିଛନ୍ତି- ‘ହା ହା ହା, ଏମିତି ନୁହେଁ ଯେ ମୁଁ କେବେ ଏହି ପ୍ରତିଭା ଓ ବୁଦ୍ଧିମତୀଙ୍କୁ ଫଲୋ କରିଥିଲି।’

ରକ୍‌ଷ୍ଟାର ଜଷ୍ଟିନ୍ ବୀବର ତାଙ୍କ ପ୍ରସିଦ୍ଧ ‘ପର୍ପଜ ୱାର୍ଲ୍ଡ ଟୁର’ ଅଭିଯାନକ୍ରମେ ମେ’ ୧୦ ତାରିଖରେ ଭାରତରେ ପରଫର୍ମ କରିବେ। ଭାରତରେ ପରଫର୍ମ କରିବା ନେଇ ସେ ବେଶ୍ ଉତ୍ସାହିତ ଅଛନ୍ତି। ତେବେ ୟା ମଧ୍ୟରେ ଖବର ଆସିଲା ତାଙ୍କ ସହିତ ମଞ୍ଚରେ ପରଫର୍ମ କରିବାକୁ ସୋନାକ୍ଷୀଙ୍କୁ ଚୟନ କରାଯାଇଛି। ଏହାକୁ ନେଇ ଅନେକ ଗାୟକ କ୍ଷୁବ୍ଧ ହୋଇଥିଲେ। ଏହା ସଂଗୀତ ଓ ଗାୟକଙ୍କ ପ୍ରତି ଅପମାନ ବୋଲି କହିଥିଲେ। ସୋନା ବି ଏମିତିକା ମନ୍ତବ୍ୟ ଦେଇଥିଲେ। ଟ୍ୱିଟରରେ ସୋନାକ୍ଷୀ ଓ ସୋନାଙ୍କ ମଧ୍ୟରେ ତୁ ତୁ ମେ ମେ ହୋଇଥିଲା।

Related story