ଜଲିଏଲଏଲବି-୨ ରିଲିଜ ପୂର୍ବରୁ ଦେଖିବେ ଦୁଇ ଓକିଲ: ବମ୍ବେ ହାଇକୋର୍ଟ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଜଲି ଏଲଏଲବି-୨ରିଲିଜ ପୂର୍ବରୁ ଦୁଇ ଜଣ ଓକିଲ ଏହି ଫିଲ୍ମକୁ ଦେଖିବେ। ଏହି ନିର୍ଦ୍ଦେଶ ବମ୍ୱେ ହାଇକୋର୍ଟର ଔରଙ୍ଗାବାଦ୍‌ ବେଞ୍ଚ୍‌ ଦେଇଛନ୍ତି। ଫିଲ୍ମରେ ଜୁଡିସିଆରୀ କିମ୍ବା ଓକିଲମାନଙ୍କ ଛବିକୁ ଖରାପ କରାଯାଇଛି କି ନାହିଁ ତାହା ଜାଣିବା ପାଇଁ କୋର୍ଟ ତରଫରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି। କୋର୍ଟ କହିଛନ୍ତି, ଓକିଲ ଆର୍‌ଏନ୍‌ ଢ଼ୋଇ ଏବଂ ବିଜେ ଦିକ୍ଷୀତ୍‌ ଆସନ୍ତାକାଲି ଏହି ଫିଲ୍ମ ଦେଖିବେ ଏବଂ ଶୁକ୍ରବାର ହାଇକୋର୍ଟକୁ ଫିଲ୍ମର ରିପୋର୍ଟ ପ୍ରଦାନ […]

akshay-kumar

Rakesh Mallick
  • Published: Tuesday, 31 January 2017
  • , Updated: 31 January 2017, 02:33 PM IST

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଜଲି ଏଲଏଲବି-୨ରିଲିଜ ପୂର୍ବରୁ ଦୁଇ ଜଣ ଓକିଲ ଏହି ଫିଲ୍ମକୁ ଦେଖିବେ। ଏହି ନିର୍ଦ୍ଦେଶ ବମ୍ୱେ ହାଇକୋର୍ଟର ଔରଙ୍ଗାବାଦ୍‌ ବେଞ୍ଚ୍‌ ଦେଇଛନ୍ତି। ଫିଲ୍ମରେ ଜୁଡିସିଆରୀ କିମ୍ବା ଓକିଲମାନଙ୍କ ଛବିକୁ ଖରାପ କରାଯାଇଛି କି ନାହିଁ ତାହା ଜାଣିବା ପାଇଁ କୋର୍ଟ ତରଫରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି।

କୋର୍ଟ କହିଛନ୍ତି, ଓକିଲ ଆର୍‌ଏନ୍‌ ଢ଼ୋଇ ଏବଂ ବିଜେ ଦିକ୍ଷୀତ୍‌ ଆସନ୍ତାକାଲି ଏହି ଫିଲ୍ମ ଦେଖିବେ ଏବଂ ଶୁକ୍ରବାର ହାଇକୋର୍ଟକୁ ଫିଲ୍ମର ରିପୋର୍ଟ ପ୍ରଦାନ କରିବେ। ତାପରେ ମାମଲାର ଆଗାମୀ ଶୁଣାଣି କରାଯିବ।

ପୂର୍ବରୁ ଅଜୟ କୁମାର ବାଘମାରେ ନାମକ ଜଣେ ଓକିଲ ଫିଲ୍ମରୁ ଏଲଏଲବି ଶବ୍ଦ ହଟାଇବା ଏବଂ କୋର୍ଟ ଭିତରେ ଓକିଲମାନେ କାର୍ଡ ଖେଳୁଥିବା ଦୃଶ୍ୟକୁ ହଟାଇବାକୁ ନେଇ ହାଇକୋର୍ଟରେ ମାମଲା ଦାଖଲ କରିଥିଲେ।

Related story