ପୁନିତଙ୍କ ମୃତ୍ୟୁକୁ ସହ୍ୟ କରି ପାରୁ ନାହାନ୍ତି ଫ୍ୟାନ୍ସ, ଗଲାଣି ୩ ଜୀବନ

ବେଙ୍ଗାଲୁରୁ: କନ୍ନଡ ପାୱାର ଷ୍ଟାର ପୁନିତ ରାଜକୁମାରଙ୍କ ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପ୍ରଶଂସକ । ନିଜ ପ୍ରିୟ ଅଭିନେତାଙ୍କୁ ଶେଷ ଥର ପାଇଁ ଦେଖିବାକୁ  ଶ୍ରୀ କାର୍ନ୍ତିବା ଷ୍ଟାଡିୟମରେ ଅସମ୍ଭବ ଗହଳି ଲାଗିଥିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ୍‌କୁ ନାକେଦମ ହେବାକୁ ପଡ଼ୁଛି। ଏପରିକି ନିଜ ପ୍ରିୟ ଅଭିନେତାଙ୍କ ମୃତ୍ୟୁ ଖବର ଶୁଣି ଏ ଯାଏ କର୍ଣ୍ଣାଟକରେ ୩ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଜଣେ […]

crowd

Niharika Rout
  • Published: Saturday, 30 October 2021
  • , Updated: 30 October 2021, 12:37 PM IST

ବେଙ୍ଗାଲୁରୁ: କନ୍ନଡ ପାୱାର ଷ୍ଟାର ପୁନିତ ରାଜକୁମାରଙ୍କ ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପ୍ରଶଂସକ । ନିଜ ପ୍ରିୟ ଅଭିନେତାଙ୍କୁ ଶେଷ ଥର ପାଇଁ ଦେଖିବାକୁ  ଶ୍ରୀ କାର୍ନ୍ତିବା ଷ୍ଟାଡିୟମରେ ଅସମ୍ଭବ ଗହଳି ଲାଗିଥିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ୍‌କୁ ନାକେଦମ ହେବାକୁ ପଡ଼ୁଛି।

ଏପରିକି ନିଜ ପ୍ରିୟ ଅଭିନେତାଙ୍କ ମୃତ୍ୟୁ ଖବର ଶୁଣି ଏ ଯାଏ କର୍ଣ୍ଣାଟକରେ ୩ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଜଣେ ଆତ୍ମହତ୍ୟାର ପଥ ବାଛି ନେଇଥିବା ବେଳେ ଆଉ ୨ ଜଣଙ୍କର ହୃଦଘାତରେ ମୃତ୍ୟୁ ହୋଇଛି।

ପକର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ହନୁର ତାଲୁକା ଅଞ୍ଚଳର ମାରୋ ଗାଁର ମୁନ୍ନିୟପ୍ପା ନାମକ ୩୦ ବର୍ଷୀୟ ଯୁବକ ପୁନୀତଙ୍କ ମୃତ୍ୟୁ ଖବର ଶୁଣି ଖୁବ୍‌ ମର୍ମାହତ ହୋଇ ପଡ଼ିଥିଲେ। ମୁନ୍ନିୟପ୍ପା ପୁନିତଙ୍କର ଜଣେ ଖୁବ୍‌ ବଡ଼ ପ୍ରଶଂସକ ଥିଲେ। ସେ ପୁନିତଙ୍କ ସବୁ ଫିଲ୍ମ ଦେଖୁଥିଲେ। ପୁନିତଙ୍କ ମୃତ୍ୟୁ ଖବର ଶୁଣି ସେ ଏହାକୁ ସହ୍ୟ କରି ନ ପାରି ଜୋରରେ କାନ୍ଦିବାକୁ ଲାଗିଲେ। ଏହି ସମୟରେ ସେ ନିଜ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ତଳେ ପଡ଼ି ଯାଇଥିଲେ। ଗ୍ରାମବାସୀ ତାଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପରିକି   ମୁନ୍ନିୟପ୍ପାଙ୍କ ପତ୍ନୀ ଓ ୨ ଛୁଆ ଥିବା ଜଣାଯାଇଛି।

[caption id="attachment_687725" align="aligncenter" width="650"] ପୁନିତଙ୍କ ମୃତଦେହକୁ ଶେଷ ଦର୍ଶନ ପାଇଁ ରଖାଯାଇଛି।[/caption]

ସେହିପରି ବେଲଗାବି ଅଞ୍ଚଳର ସିନ୍ଦୋଲି ଗାଁର ପର୍ଶୁରାମ ଦେମନ୍ନାବର ନାମକ ଯୁବକଙ୍କର ମଧ୍ୟ ହୃଦଘାତରେ ମୃତ୍ୟୁ ହୋଇଛି। ସେ ପୁନିତଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। ପୁନିତଙ୍କ ମୃତ୍ୟୁ ଖବର ଶୁଣି ପର୍ଶୁରାମ ଖୁବ୍‌ ଭାଙ୍ଗି ପଡ଼ିଥିବା ବେଳେ ରାତି ୧୧ଟାରେ ତାଙ୍କର ହୃଦଘାତଜନିତ ମୃତ୍ୟୁ ହୋଇଛି।

ସେପରି ବେଲଗାବି ଜିଲ୍ଲାର ଅଥାନୀ ଅଞ୍ଚଳର ରାହୁଲ ଗାଦିବାଦାରା ନାମକ ଯୁବକ ଆତ୍ମହତ୍ୟା କରିଛନ୍ତି। ପୁନିତଙ୍କ ମୃତ୍ୟୁକୁ ସହଜେ ଗ୍ରହଣ କରି ନ ପାରି ରାହୁଲ ପ୍ରଥମେ  ପୁନିତଙ୍କ ଫଟୋକୁ ଫୁଲମାଳରେ ସଜାଇଲେ । ଏହାପରେ ନିଜ ଘରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଦେଲେ।

ସୂଚନାଯୋଗ୍ୟ, ପୂରା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ଓ ପୁନିତଙ୍କୁ ଭଲ ପାଉଥିବା ଲୋକମାନେ ଏହି ଖବର ପାଇ ସ୍ତବ୍ଧ ହୋଇ ଯାଇଛନ୍ତି। ରବିବାର ପୂର୍ଣ୍ଣ ରାଜ୍ୟ ମର୍ଯ୍ୟାଦା ସହ ଶ୍ରୀ କାର୍ନ୍ତିବା ଷ୍ଟୁଡିଓରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯିବ। ଏହାପୂର୍ବରୀ ତାଙ୍କ ଅନ୍ତିମ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ଼ କାଲି ଠାରୁ ଜାରି ରହିଛି।

କାଲିଠାରୁ ତାଙ୍କର ମରଶରୀରକୁ ଅନ୍ତିମ ଦର୍ଶନ ପାଇଁ ଶ୍ରୀ କାର୍ନ୍ତିବା ଷ୍ଟାଡିୟମରେ ରଖାଯାଇଛି। ନିଜ ପସନ୍ଦର ଷ୍ଟାରଙ୍କ ଅନ୍ତିମ ଦର୍ଶନ ପାଇଁ କାର୍ନ୍ତିବା ଷ୍ଟାଡିୟମକୁ ଲାଗିଥିବା ରାସ୍ତା ପୂରା ଜନସମୁଦ୍ରରେ ପରିଣତ ହୋଇଛି। ହଜାର ହଜାର ଲୋକ ଏକାଠି ହୋଇ ପୁନିତଙ୍କୁ ଶେଷଥର ପାଇଁ ଦେଖିବାକୁ ବ୍ୟାକୁଳ ହେଉଛନ୍ତି। ପୁଲିସ୍‌ ମଧ୍ୟ ଅନ୍ତିମ ଦର୍ଶନ ପାଇଁ ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା କରିଛି।

Related story