'ବାଲା'ର ଟିଜର୍‌ ଦେଖି ୟୁପି ପୁଲିସ୍ ଦେଲା ମଜାଦାର ପ୍ରତିକ୍ରିୟା

ମୁମ୍ବାଇ: ନିକଟରେ ଆୟୁଷ୍ମାନ ଖୁରାନାଙ୍କ ଅପ୍‌କମିଂ ଫିଲ୍ମ ‘ବାଲା’ର ଟିଜର୍‌ ରିଲିଜ୍‌ ହୋଇଛି। ଟିଜର୍‌ ଦେଖିଲେ ଜଣାପଡ଼ୁଛି ଯେ ଆୟୁଷ୍ମାନ ଚନ୍ଦାପଣ ସମସ୍ୟା ଭୋଗୁଛନ୍ତି। ଏଥିରେ ଆହୁରି ବି ଦେଖିବାକୁ ମିଳିଛି ଯେ ଆୟୁଷ୍ମାନ୍‌ ଏକ ଟୋପି ପିନ୍ଧି ତାଙ୍କ ଚନ୍ଦା ମୁଣ୍ଡକୁ ଲୁଚାଉଛନ୍ତି। ହେଲେ ଜୋର୍‌ରେ ପବନ ହେବାରୁ ତାଙ୍କ ମୁଣ୍ଡରୁ ଟୋପି ଉଡ଼ିଯାଉଛି। ଆଉ ଟୋପି ଉଡ଼ିବା ପରେ ହିଁ ସେ ଚନ୍ଦା ବୋଲି ଜଣାପଡ଼ିଛି। ଏ ଟିଜର୍‌ ଦେଖି ଲୋକେ ଭିନ୍ନ ଭିନ୍ନ […]

bala

Chinmayee Roy
  • Published: Wednesday, 28 August 2019
  • , Updated: 28 August 2019, 05:45 PM IST

ମୁମ୍ବାଇ: ନିକଟରେ ଆୟୁଷ୍ମାନ ଖୁରାନାଙ୍କ ଅପ୍‌କମିଂ ଫିଲ୍ମ ‘ବାଲା’ର ଟିଜର୍‌ ରିଲିଜ୍‌ ହୋଇଛି। ଟିଜର୍‌ ଦେଖିଲେ ଜଣାପଡ଼ୁଛି ଯେ ଆୟୁଷ୍ମାନ ଚନ୍ଦାପଣ ସମସ୍ୟା ଭୋଗୁଛନ୍ତି। ଏଥିରେ ଆହୁରି ବି ଦେଖିବାକୁ ମିଳିଛି ଯେ ଆୟୁଷ୍ମାନ୍‌ ଏକ ଟୋପି ପିନ୍ଧି ତାଙ୍କ ଚନ୍ଦା ମୁଣ୍ଡକୁ ଲୁଚାଉଛନ୍ତି। ହେଲେ ଜୋର୍‌ରେ ପବନ ହେବାରୁ ତାଙ୍କ ମୁଣ୍ଡରୁ ଟୋପି ଉଡ଼ିଯାଉଛି। ଆଉ ଟୋପି ଉଡ଼ିବା ପରେ ହିଁ ସେ ଚନ୍ଦା ବୋଲି ଜଣାପଡ଼ିଛି। ଏ ଟିଜର୍‌ ଦେଖି ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ବେଳେ ଉତ୍ତର ପ୍ରଦେଶ ପୁଲିସ୍‌ ସବୁଠୁ ମଜାଦାର ପ୍ରତିକ୍ରିୟା ଦେଇଛି।

https://twitter.com/up100/status/1166002712413999107

‘ବାଲା’ର ଟିଜର୍‌କୁ ଟ୍ୱିଟ୍‌ କରି ୟୁପି ପୁଲିସ୍‌ ଲେଖିଛି, ‘ଯଦି ହେଲ୍‌ମେଟ୍‌ ପିନ୍ଧିଥା’ନ୍ତ, ତା’ହେଲେ ଏମିତି ହୋଇ ନଥା’ନ୍ତା। ସେଥିପାଇଁ ସମସ୍ତେ ହେଲମେଟ୍‌ ପିନ୍ଧିବା ନିହାତି ଆବଶ୍ୟକ।’

ୟୁପି ପୁଲିସ୍‌ ଏଥିରେ ୟୁପି ଟ୍ରାଫିକ୍‌ ପୁଲିସ୍‌କୁ ମଧ୍ୟ ଟ୍ୟାଗ୍ କରିଛି। ଏହି ଟ୍ୱିଟ୍‌ ଜରିଆରେ ୟୁପି ପୁଲିସ୍‌ ସମସ୍ତ ବାଇକ୍‌ ଚାଳକଙ୍କୁ ହେଲ୍‌ମେଟ୍ ପିନ୍ଧିବାକୁ ବାର୍ତ୍ତା ଦେଇଛି।

୫୭ ସେକେଣ୍ଡର ଏହି ଟିଜର୍‌ ସମସ୍ତେ ବେଶ୍‌ ପସନ୍ଦ ଆସୁଛି। ଟିଜର୍‌ରୁ ଏହା ବି ଲାଗୁଛି ଯେ, ସବୁ ଫିଲ୍ମ ପରି ଏହି ଫିଲ୍ମରେ ବି ଆୟୁଷ୍ମାନ କିଛି କମାଲ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଭୂମି ପେଡ଼ନାକର ଅଭିନୟ କରୁଛନ୍ତି। ଫିଲ୍ମଟି ନଭେମ୍ବର ୧୨ରେ ପରଦାକୁ ଆସିବ।

https://www.instagram.com/p/B1n6s2NAkgs/?utm_source=ig_web_copy_link

Related story