ମୁମ୍ବାଇ: ସ୍ୱାମୀଙ୍କ ଗିରଫଦାରୀ ପରେ ପ୍ରାୟ ମାସେ ଧରି ଲାଇମ୍ଲାଇଟ୍ରୁ ଦୂରେଇ ରହିଥିବା ଶିଳ୍ପା ଏଥର ପୁଣି ଥରେ ଫୁଲ୍ ଜୋଶ୍ର ସହ ବ୍ୟାକ୍ କରିଛନ୍ତି। ଗତକାଲି ସୋଶାଲ ମିଡିଆରେ ଲାଇଭ୍ ଆସିଥିବା ଶିଳ୍ପା ଆଜି ‘ସୁପର ଡ୍ୟାନ୍ସର’ ଶୋ’ର ସୁଟିଂ ଆରମ୍ଭ କରିଛନ୍ତି।
ଶିଳ୍ପାଙ୍କ ବିନା ‘ସୁପର ଡ୍ୟାନ୍ସର’ ଶୋ’ ଖାଲି ଖାଲି ଲାଗୁଥିବା ବେଳେ ଜଜ୍ଙ୍କଠାରୁ ଆରମ୍ଭ କରି କୋରିଓଗ୍ରାଫର, କ୍ୟାମେରା ପଛର କର୍ମଚାରୀ ବି ତାଙ୍କୁ ଖୁବ୍ ମିସ୍ କରୁଥିଲେ। ଶିଳ୍ପା ଏହି ଶୋ’ର ପ୍ରଥମ ସିଜିନ୍ରୁ ଜଜ୍ ହୋଇ ଆସୁଥିବାରୁ ହଠାତ୍ ତାଙ୍କୁ ଭୁଲିବା ସହଜ ନ ଥିଲା। ଏପରିକି ମେକର୍ସ ବି ଶିଳ୍ପାଙ୍କ ଘର ବାହୁଡ଼ା ପାଇଁ ଜୋରଦାର ଲାଗି ପଡ଼ିଥିଲେ।
[caption id="attachment_667671" align="aligncenter" width="650"]
ଶୋ’ର ଟିଆରପି ପାଇଁ ଶିଳ୍ପାଙ୍କ ବିକଳ୍ପ ଭାବେ ସଙ୍ଗିତା ବିଜଲାନୀ, ଜ୍ୟାକି ଶ୍ରଫ, ଟେରାନ୍ସ ଲୁଇସ୍, ସୋନାଲି ବେନ୍ଦ୍ରେ, ମୌସୁମ ଚଟାର୍ଜୀ, କରିସ୍ମା କପୁର, ରିତେଶ ଦେଶମୁଖ, ଜେନେଲିଆ ଡିସୁଜା, ରିତେଶ ଦେଶମୁଖ ପ୍ରମୁଖ ଶୋ’ରେ ନିଜ ଜଲୱା, ଗ୍ଲାମର ଦେଖାଇଥିଲେ। ହେଲେ ଶିଳ୍ପାଙ୍କ ଜାଗା କେହି ନେଇ ପାରି ନ ଥିଲେ।
ଶିଳ୍ପାଙ୍କ କମ୍ବ୍ୟାକ୍ ଯୋଗୁ ସେଟ୍ରେ ସମସ୍ତେ ଖୁବ୍ ଖୁସି ଥିବା ଜଣାଯାଇଛି। ଆସନ୍ତା ସପ୍ତାହ ପାଇଁ ଶିଳ୍ପା ପାଇଁ ଶୁଟିଂ କରିଥିବା ଜଣାଯାଇଛି। ସେଟ୍ରେ ପୁଣି ଥରେ ଶିଳ୍ପାଙ୍କୁ ପାଇଁ ସମସ୍ତଙ୍କ ମୁହଁରେ ହସ ଫେରି ଆସିଛି। ଯେତେ ବି ଝଡ଼ ଆସୁ ଶିଳ୍ପା ଶୋ’ ଶେଷ ଯାଏ ଶୁଟିଂ ଜାରି ରଖିବା ନିମନ୍ତେ ଆଶା କରୁଛୁ ବୋଲି କହିଛନ୍ତି ମେକର୍ସ । ଶିଳ୍ପାଙ୍କ ସହ ଅନୁରାମ ବାସୁ ଓ ଗୀତା କପୁର ବି ଏହି ଶୋ’କୁ ଜଜ୍ କରୁଛନ୍ତି।
[caption id="attachment_667673" align="aligncenter" width="650"]
ଏକ ଗଣମାଧ୍ୟମ ସଂସ୍ଥାକୁ ଅନୁରାଗ ବାସୁ ଗତକାଲି ଦେଇଥିବା ସାକ୍ଷାତକାରରେ ଶିଳ୍ପାଙ୍କୁ ଖୁବ୍ ମିସ୍ କରୁଥିବା କହି ଇମୋସନାଲ ହୋଇ ଯାଇଥିଲେ। ଆଜି ଶିଳ୍ପାଙ୍କ କମ୍ବ୍ୟାକ୍ ଯୋଗୁ ସେ ଖୁବ୍ ଖୁସି ଥିବା କହିଛନ୍ତି।
ସୂଚନାଯୋଗ୍ୟ, ଅଶ୍ଳୀଳ ଭିଡିଓ ତିଆରି ମାମଲାରେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ଜେଲ୍ରେ ଥିବା ବେଳେ ଜାମିନ ନ ମିଳିବାରୁ ତାଙ୍କୁ ବାରମ୍ବାର ନିରାଶ ହେବାକୁ ପଡ଼ୁଛି। ରାଜଙ୍କ ଗିରଫଦାରୀ ପରଠୁ ସୋଶାଲ ମିଡିଆରେ ଶିଳ୍ପାଙ୍କୁ ଖୁବ୍ ଜୋରରେ ଟ୍ରୋଲ୍ କରାଯାଉଛି। ଏଥିଯୋଗୁ ପ୍ରାୟ ମାସେ ହେବ ଲାଇମ୍ଲାଇଟ୍ରୁ ଦୂରେଇ ରହୁଥିବା ଶିଳ୍ପା ଏବେ ଟ୍ରାକ୍କୁ ଫେରିଲେଣି।