କିଶୋରୀ ବଲାଲଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ ଓ କନ୍ନଡ଼ ଫିଲ୍ମର ଭେଟେରାନ୍ ଅଭିନେତ୍ରୀ କିଶୋରୀ ବଲାଲଙ୍କ ପରଲୋକ ହୋଇଯାଇଛି। ଗତକାଲି ରାତିରେ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ୧୯୬୦ ମସିହାରୁ ସେ କନ୍ନଡ଼ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ। ବହୁତ କନ୍ନଡ଼ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା କିଶୋରୀ ବଲାଲଙ୍କୁ ୨୦୦୪ରେ ରିଲିଜ୍ ହୋଇଥିବା ଶାହାରୁଖ୍ ଖାନ୍‌ଙ୍କ ଫିଲ୍ମ ‘ସ୍ୱଦେଶ’ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଶାହାରୁଖ୍‌ଙ୍କ ମା’ ଭାବେ କାବେରୀ ଆମ୍ମା ଚରିତ୍ରରେ […]

kishoreebalal

Jitendra Garnayak
  • Published: Wednesday, 19 February 2020
  • , Updated: 19 February 2020, 10:26 AM IST

ମୁମ୍ବାଇ: ବଲିଉଡ୍‌ ଓ କନ୍ନଡ଼ ଫିଲ୍ମର ଭେଟେରାନ୍ ଅଭିନେତ୍ରୀ କିଶୋରୀ ବଲାଲଙ୍କ ପରଲୋକ ହୋଇଯାଇଛି। ଗତକାଲି ରାତିରେ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

୧୯୬୦ ମସିହାରୁ ସେ କନ୍ନଡ଼ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ। ବହୁତ କନ୍ନଡ଼ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା କିଶୋରୀ ବଲାଲଙ୍କୁ ୨୦୦୪ରେ ରିଲିଜ୍ ହୋଇଥିବା ଶାହାରୁଖ୍ ଖାନ୍‌ଙ୍କ ଫିଲ୍ମ ‘ସ୍ୱଦେଶ’ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଶାହାରୁଖ୍‌ଙ୍କ ମା’ ଭାବେ କାବେରୀ ଆମ୍ମା ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ବୟସ ବଢ଼ିବା ଅନୁଯାୟୀ କିଶୋରୀ ବଲାଲଙ୍କୁ ବାର୍ଦ୍ଧକ୍ୟଜନିତ ଅନେକ ରୋଗଗ୍ରାସ କରିଥିଲା। ତାଙ୍କ ପରଲୋକରେ ବଲିଉଡ୍‌ର ଅନ୍ୟତମ ପ୍ରସିଦ୍ଧ ନିର୍ମାତା ଓ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ଦୁଃଖ ପ୍ରକାଶ କରିଛନ୍ତି। କିଶୋରୀ ବାଲା ଜଣେ ବହୁତ ବଢ଼ିଆ ମଣିଷ ଥିଲେ ବୋଲି ସେ ଟ୍ୱିଟ୍ କରି କହିଛନ୍ତି। ସେହିପରି ‘ସ୍ୱଦେଶ’ରେ ‘କାବେରୀ ଆମ୍ମା’ ଚରିତ୍ର ପାଇଁ ସେ ସବୁବେଳେ ମନେ ରହିବେ ବୋଲି ଲେଖିଛନ୍ତି। ସୂଚନାଯୋଗ୍ୟ, ‘ସ୍ୱଦେଶ’ ଫିଲ୍ମର ନିର୍ଦ୍ଦେଶନା ଆଶୁତୋଷ ହିଁ ଦେଇଥିଲେ।

Related story